ଦେଶ ବିଦେଶ

ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ମିଳିଲା Z+ ସିକ୍ୟୁରିଟି, ପୋଲିସ କହିଲା ଜୀବନ ପ୍ରତି ରହିଛି ବିପଦ

ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ହରିୟାଣା ସରକାର Z ପ୍ଲସ ସିକ୍ୟୁରିଟି ପ୍ରଦାନ କରିଛନ୍ତି। ପଞ୍ଜାବ ନିର୍ବାଚନ ପୂର୍ବରୁ ପାରୋଲରେ ବାହାରକୁ ଆସିଛନ୍ତି ଡେରା ସଚ୍ଚା ସୌଦା ମୁଖ୍ୟ ରାମ୍ ରହିମ। ସେ ପାରୋଲରେ ଆସିବା ପରେ ତାଙ୍କୁ ଏପରି ଦିଆଯାଇଛି। ଖଲିସ୍ତାନୀଙ୍କ ପ୍ରତି ତାଙ୍କ ଜୀବନକୁ ବିପଦ ରହିଛି ବୋଲି ‌ହରିୟାଣା ସରକାର ତାଙ୍କର ସୁରକ୍ଷା ବଢାଇ ଦେଇଛନ୍ତି।

ରାମ ରହିମ ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ୨୧ ଦିନର ପାରୋଲରେ ବାହାରକୁ ଆସିଛନ୍ତି। ନିର୍ବାଚନର ଠିକ୍ ପୂର୍ବରୁ ମିଳିଥିବା ପାରୋଲରେ ବିରୋଧୀମାନେ ବହୁ ପ୍ରଶ୍ନ ଉଠାଇବା ସହ ହରିୟାଣା ସରକାରଙ୍କୁ ଘେରିଛନ୍ତି। ସିରସା ମୁଖ୍ୟାଳୟ ଡେରା ସଚ୍ଚା ସୌଦାର ନିର୍ବାଚନ ରାଜ୍ୟ ପଞ୍ଜାବ ଓ ଉତ୍ତର ପ୍ରଦେଶରେ ବହୁ ସଂଖ୍ୟାରେ ଅନୁଗାମୀ ରହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି, ରାମ ରହିମଙ୍କୁ ମିଳିଥିବା ପାରୋଲର ପଞ୍ଜାବ ନିର୍ବାଚନ ସହିତ କୌଣସି ସମ୍ପର୍କ ନାହିଁ।

ଗତ ବର୍ଷ ମଧ୍ୟ ଡେରା ମୁଖ୍ୟଙ୍କୁ ନିଜର ଅସୁସ୍ଥ ମା’ଙ୍କୁ ଦେଖା କରିବାକୁ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଜରୁରୀକାଳୀନ ପାରୋଲ ଦିଆଯାଇଥିଲା। ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନେକ ଥର ଜେଲରୁ ବାହାରକୁ ଆସି ସାରିଛନ୍ତି। ରାମ ରହିମ ଏ ପର୍ଯ୍ୟନ୍ତ ହରିୟାଣାର ରୋହତକ ଜିଲ୍ଲା ସ୍ଥିତ ସୁନାରିଆ ଜେଲରେ ଅଛନ୍ତି। ରାମ ରହିମଙ୍କୁ କିଛି ସର୍ତ୍ତ ସହିତ ପାରୋଲ ଦିଆଯାଇଛି। ସେ କୌଣସି ଜନସଭା କରିପାରିବେ ନାହିଁ। ତାଙ୍କର କୌଣସି ଭକ୍ତଙ୍କ ଗହଳି ଲାଗିପାରିବନି। ବିନା ପରମିଶନ୍‌ରେ ତାଙ୍କୁ ସହର ଛାଡିକି ଯିବାର ମଧ୍ୟ ଅନୁମତି ନାହିଁ।

ହରିୟାଣା ସରକାର ହାଇକୋର୍ଟଙ୍କୁ କହିଛନ୍ତି, ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ସିଂହ ହତ୍ୟା ମାମଲାରେ ସିଧାସଳଖ ଭାବେ ଜଡିତ ନାହାନ୍ତି। ତାଙ୍କୁ ଅଭିଯୁକ୍ତ ସହିତ ଅପରାଧିକ ଷଡଯନ୍ତ୍ର ରଚନା କରିବା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହା କୌଣସି ହାର୍ଡକୋର ଅପରାଧ ନୁହେଁ। ୫୪ ବର୍ଷୀୟ ରାମ ରହିମ ସିରସା ସ୍ଥିତ ନିଜର ଆଶ୍ରମକୁ ଦୁଇ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ୨୦ ବର୍ଷ ସଜା କାଟୁଛନ୍ତି। ରାମ ରହିମଙ୍କୁ ପଞ୍ଚକୁଲାର ଏକ ବିଶେଷ ସିବିଆଇ ଅଦାଲତ ଅଗଷ୍ଟ ୨୦୧୭ରେ ଏହି ମାମଲାର ଦୋଷୀ ସାବ୍ୟସ୍ତ କରିଥିଲେ।

Swagatika

Recent Posts

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

3 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

19 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

28 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

37 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

53 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago