ସ୍ପେଶାଲ

ଭାରତରେ ରହିଛି ଏପରି ୫ଟି ରେଳ ଷ୍ଟେସନ, ଯେଉଁଠାରୁ ଆପଣ ଯାଇପାରିବେ ଗୋଟେ ଦେଶରୁ ଅନ୍ୟ ଦେଶ

ଆମ ଦେଶରେ ବହୁତ ରେଳ ଷ୍ଟେସନ ଅଛି। ଏହା ଆମ ପାଇଁ ଯାତାୟାତରେ ବହୁତ ସୁବିଧା ଯୋଗାଉଛି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଟ୍ରେନର ସାହାଯ୍ୟ ନେଇଥାଉ। ସମସ୍ତେ ଚାହାନ୍ତି ଯେ ସେ ସୁରକ୍ଷିତ ଏବଂ ନିଜ ବଜେଟ ଭିତରେ ଆରମ ଦାୟକ ଯାତ୍ରା କରିବାକୁ । ଏଥିପାଇଁ ସମସ୍ତେ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ଗୋଟିଏ ଦେଶରୁ ଅନ୍ୟ ଦେଶ କୁ ଯିବା ପାଇଁ ଅଧିକାଂଶ ଲୋକ ବିମାନ ଯାତ୍ରା କରିଥାନ୍ତି । କିନ୍ତୁ ଏହାର ବଜେଟ ଅଧିକ ରହିଥାଏ, ଏଥିପାଇଁ କମ ଟଙ୍କାରେ ଯାତ୍ରା କରିବା ପାଇଁ ଚାହୁଁଥିବା ଲୋକମାନେ ଟ୍ରେନରେ ଯିବାକୁ ପସନ୍ଦ କରିଥାନ୍ତି। କ’ଣ ଆପଣ ଜାଣିଛନ୍ତି କି ଭାରତରେ ଏପରି ୫ଟି ରେଳ ଷ୍ଟେସନ ଅଛି ଯାହା ଅନ୍ୟ ଦେଶକୁ ଆପଣଙ୍କୁ ନେଇ ପାରିବ । ଆମେ ଜାଣିଛନ୍ତି ଭାରତର ସୀମା ସାତଟି ଦେଶ ସହ ଲାଗି ରହିଛି। ଏବଂ ଏହିସବୁ ଦେଶ ମଧ୍ୟରୁ କିଛି ଦେଶକୁ ଯିବା ପାଇଁ ରେଳ ବ୍ୟବସ୍ଥା ରହିଛି । ଆସନ୍ତୁ ଜାଣିବା ସେହି ରେଳ ଷ୍ଟେସନ ବିଷୟରେ ଯାହା ଆପଣଙ୍କୁ ନେଇଯିବ କୌଣସି ସହର କିମ୍ବା ରାଜ୍ୟ ନୁହଁ ନେଇ ଯାଏ ଅନ୍ୟ ଏକ ଦେଶକୁ…

ପେଟ୍ରାପୋଲ ରେଳ ଷ୍ଟେସନ : ଏହି ରେଳଷ୍ଟେସନ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଭାରତ-ବାଙ୍ଗଲାଦେଶ ସୀମାରେ ରହିଛି। ଏହି ରେଳ ଷ୍ଟେସନ ବାଂଲାଦେଶ ଓ ଭାରତ ମଧ୍ୟରେ ମାଲ ପରିବହନ କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ଏହାକୁ ମଧ୍ୟ ଶେଷ ରେଳ ଷ୍ଟେସନ କୁହାଯାଏ। ବନ୍ଧନ ଟ୍ରେନରେ ଯାତ୍ରା କରିବା ପାଇଁ ବୈଧ ପାସପୋର୍ଟ ଓ ଭିଜାର ଆବଶ୍ୟକ ହୋଇଥାଏ। ଏହା କୋଲକାତା ଷ୍ଟେସନରୁ ଆରମ୍ଭ ହୋଇ ବାଂଲାଦେଶରେ ପହଞ୍ଚିବା ବାଟରେ ପେଟ୍ରାପୋଲ ଷ୍ଟେସନରେ ରହିଥାଏ।

ହଲ୍‌ଦୀବାଡ଼ି ରେଳ ଷ୍ଟେସନ : ଏହି ଷ୍ଟେସନ ଠାରୁ ବାଂଲାଦେଶର ଦୂରତା ୪.୫ କି.ମି। ଏହା ଏକ ସଂଯୋଗ ବିନ୍ଦୁଭଳି କାମ କରିଥାଏ। ଏହି ସୀମାବର୍ତ୍ତୀ ରେଳ ଷ୍ଟେସନ ଚିଲ୍ହାଟି ରେଳ ଷ୍ଟେସନର ମାଧ୍ୟମରେ ବାଂଲାଦେଶ ସହ ସଂଯୁକ୍ତ ହୋଇଛି। ୨୦୨୦ ଡିସେମ୍ବରରେ ହଲ୍‌ଦୀପୁର – ଚିଲ୍ହାଟ ରେଳ ମାର୍ଗର ଉଦ୍‌ଘାଟନ ହୋଇଥିଲା ଓ ୨୦୨୧ ମାର୍ଚ୍ଚ ୨୬ରେ ମିତାଲି ଏକ୍ସପ୍ରେସ୍‌ ଚାଲିଥିଲା, ଯାହା ନ୍ୟୁ ଜଲପାଇଗୁଡି ଜଙ୍କ୍‌ସନ୍‌ ରୁ ନିଜର ଯାତ୍ରା ଆରମ୍ଭ କରିଥାଏ, ଢାକା ପହଞ୍ଚିବା ପୂର୍ବରୁ ହଲ୍‌ଦୀବାଡିରେ ଅଟକିଥାଏ।

ସିଂଘାବାଦ ରେଳ ଷ୍ଟେସନ : ଏହି ରେଳଷ୍ଟେସନ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ରହିଛି। ଏହି ସୀମାବର୍ତ୍ତୀ ରେଳ ଷ୍ଟେସନ ଦୁଇ ଦେଶ ମଧ୍ୟରେ ମାଲ ପରିବହନର କାର୍ଯ୍ୟ କରିଥାଏ। ଏହି ଷ୍ଟେସନ ରୋହନପୁର ଷ୍ଟେସନ ମଧ୍ୟ ଦେଇ ବାଂଲାଦେଶ ସହ ଯୋଡ଼ି ହୋଇଛି। ବାଂଲା ଦେଶରୁ ମାଲଗାଡିକୁ ନେପାଳ ପହଞ୍ଚାଇବା ପାଇଁ ଏହି ଷ୍ଟେସନ ସାହାଯ୍ୟ କରିଥାଏ।

ଜୟନଗର ରେଳ ଷ୍ଟେସନ : ଏହି ଷ୍ଟେସନଟି ବିହାର ମଧୁବନୀ ଜିଲ୍ଲାରେ ସ୍ଥିତ ଭାରତ-ନେପାଳ ସୀମା ପାଖରେ ରହିଛି । ଏହି ଷ୍ଟେସନଟି ନେପାଳରୁ ମାତ୍ର ୪ କି.ମି. ଦୂରରେ ଅଛି ଓ ଏହା ଜନକପୁରର କୁର୍ଥା ଷ୍ଟେସନ ମଧ୍ୟ ଦେଇ ନେପାଳ ସହ ଯୋଡ଼ି ହୋଇଛି । ଏହି ଦୁଇଟି ରେଳ ଷ୍ଟେସନ ମଧ୍ୟରେ ଭାରତ ନେପାଳ ସୀମାକୁ ଏକ ପ୍ୟାସେଞ୍ଜର ଟ୍ରେନ ଚାଲିଥାଏ। ଏହି ଟ୍ରେନରେ ଯାତାୟତ ପାଇଁ ପାସପୋର୍ଟ ଓ ଭିଜାର ଆବଶ୍ୟକ ପଡ଼େ ନାହିଁ।

ରାଧିକାପୁର ରେଳ ଷ୍ଟେସନ : ଏହି ଷ୍ଟେସନ ପଶ୍ଚିମବଙ୍ଗର ଉତ୍ତରରେ ଦିନାଜପୁର ଜିଲ୍ଲାରେ ଅବସ୍ଥିତ। ଏହା ଆସାମ ଓ ବିହାରରୁ ମାଲ ପରିବହନ କରିବାର କାର୍ଯ୍ୟ କରିଥାଏ। ଏହା ଏକ ଜିରୋ ପଏଣ୍ଟ ରେଳ ଷ୍ଟେସନ, ଯାହା ଭାରତ ବାଂଲା ଦେଶ ସୀମାରେ ଏକ ସକ୍ରିୟ ଟ୍ରାନଜିଟ ରୂପେ କାର୍ଯ୍ୟ କରିଥାଏ।

Pritiparna

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

15 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

30 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

43 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

43 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago