ସ୍ପେଶାଲ

ରବିବାର କରିଥିବା ଏହି ଉପାୟ ଜୀବନରେ ଆଣିବ ବଡ଼ ପରିବର୍ତ୍ତନ; କୌଣସି ବି କାର୍ଯ୍ୟ ହେବ ନାହିଁ ବିଫଳ

ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଶାସ୍ତ୍ର ଅନୁସାରେ, ସୂର୍ଯ୍ୟଦେବ ଏମିତି ଦେବତା, ଯିଏ ନିୟମିତ ରୂପେ ସାକ୍ଷାତ ଦର୍ଶନ ଦେଇଥାଆନ୍ତି। ପ୍ରତିଦିନ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ବିଧିପୂର୍ବକ ଅର୍ଘ୍ୟ ଦେବା ଦ୍ୱାରା ବ୍ୟକ୍ତିକୁ ବିଶେଷ ଫଳ ପ୍ରାପ୍ତ ହୋଇଥାଏ। ସମାଜରେ ମାନ ସମ୍ମାନ, ଧନ ଦୌଲତ ମିଳିଥାଏ। ଏଥିସହିତ ସୂର୍ଯ୍ୟଦେବ ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୋଇ ସମସ୍ତ ମନୋକାମନା ପୂରଣ କରି ଥାଆନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯଦି ଆପଣ ନିୟମିତ ରୂପେ ସୂର୍ଯ୍ୟଦେବଙ୍କୁ ପୂଜା କରିପାରୁ ନାହାନ୍ତି, ତା’ କେବଳ ରବିବାର ଦିନ ପୂଜା କରିବା ଦ୍ୱାରା ସପ୍ତାହକ ସାତ ଦିନର ବରାବର ପୁଣ୍ୟ ପ୍ରାପ୍ତ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଛି, ଯାହାକୁ ଯଦି ଠିକ୍‌ ବିଧି ଅନୁସାରେ କରାଯିବ, ତା’ ହେଲେ ସୂର୍ଯ୍ୟଦେବଙ୍କ କୃପା ସହିତ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ।

ରବିବାର ଦିନ କରନ୍ତୁ ଏହି ଉପାୟ

– ରବିବାର ସକାଳେ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ତମ୍ବା ଲୋଟାରେ ପାଣି ଅର୍ପଣ କରନ୍ତୁ।

– ରବିବାର ଦିନ ସୂର୍ଯ୍ୟଦେବଙ୍କ କୃପା ପାଇବା ପାଇଁ ବିଧିପୂର୍ବକ ଆଦିତ୍ୟ ହୃଦୟ ସ୍ତ୍ରୋତ ପାଠ କରନ୍ତୁ।

– ଯଦି ଆପଣ ଆର୍ଥିକ ରୂପେ ଚିନ୍ତିତ, ତା’ ହେଲେ ରବିବାର ଦିନ ସୂର୍ଯ୍ୟଦେବଙ୍କ ସହିତ ମା’ ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରନ୍ତୁ। ଏମିତି କରିବା ଦ୍ୱାରା ବ୍ୟକ୍ତିକୁ ଆର୍ଥିକ ଲାଭ ହୋଇଥାଏ।

– ଚାକିରି ଏବଂ ବ୍ୟବସାୟରେ ଉନ୍ନତି ପାଇବା ପାଇଁ ଜଳରେ ଚାଉଳ ଓ ଗୁଡ଼ ମିଶାଇ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ବ୍ୟକ୍ତିକୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ।

– ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ରବିବାର ଦିନ ବ୍ରତ ରଖିବା ଉଚିତ୍। କୁହାଯାଏ, ଏହି ଦିନ ବ୍ରତଧାରୀ ଲୁଣ ଖାଇବା ଉଚିତ୍ ନୁହେଁ।

– ଏତିକି ନୁହେଁ, ରବିବାର ଦିନ ଗରିବ ଓ ଅସହାୟ ଲୋକଙ୍କୁ ଦାନ କରିବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୁଅନ୍ତି ଏବଂ ବ୍ୟକ୍ତିଙ୍କ ଉପରେ ଆଶୀର୍ବାଦ ବଜାୟ ରଖି ଥାଆନ୍ତି।

Roshni

Recent Posts

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

14 seconds ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

7 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

15 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

17 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

25 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

50 mins ago