ରାଜ୍ୟ

ଏମିତି ସାଙ୍ଗ ଯେ ମରିବା ବେଳେ ବି ସାଥ୍‌ ଛାଡ଼ିଲେ ନାହିଁ, ଏକାସାଙ୍ଗେ ଜଳିଲା ତିନି ଜଣଙ୍କ ଜୁଇ

ରାଜନଗର (କେନ୍ୟୁଜ୍‌) : ଭାରି ସାଙ୍ଗ ଥିଲେ ସେମାନେ। ସାଥୀ ହୋଇ ଖେଳୁଥିଲେ, ବୁଲୁଥିଲେ ଆଉ ଗୋଟିଏ ଶ୍ରେଣୀରେ ପାଠ ବି ପଢୁଥିଲେ। ଶେଷକୁ ସାଥୀ ହୋଇ ଗୋଟିଏ ଶ୍ମଶାନରେ ଜୁଇରେ ଜଳିଲେ। ଗତକାଲି ରାଜନଗର ଅଞ୍ଚଳରେ ଘଟି ଯାଇଥିବା ଛାତି ଥରା ଘଟଣା ଓ ସେମାନଙ୍କ ବନ୍ଧୁତ୍ୱର କାହାଣୀ ଏବେ ସମସ୍ତଙ୍କ ମୁହଁରେ।
କ୍ୟାମେରାର ଗୋଟିଏ ଫ୍ରେମରେ ଥିଲେ ତିନି ବନ୍ଧୁ । ଆଜି ସେଇ ଫ୍ରେମ୍‌୍‌ରେ ସବୁଦିନ ପାଇଁ ବନ୍ଧା ହୋଇ ଯାଇଛନ୍ତି । ଏମିତି ସାଙ୍ଗ ଥିଲେ ଯେ କେହି କାହାକୁ ମୁହୂର୍ତ୍ତେ ଛାଡ଼ିବାକୁ ରାଜି ନୁହନ୍ତି । ଯୁଆଡ଼େ ଯାଆନ୍ତି ସାଙ୍ଗ ହୋଇ ଯାଆନ୍ତି । ହେଲେ ବିଧାତାର କଣ ଇଚ୍ଛା ଥିଲା କେଜାଣି ଏକା ସାଙ୍ଗରେ ସେହି ତିନି ଜଣ ବନ୍ଧୁଙ୍କୁ ନେଇଗଲେ ନିଜ ପାଖକୁ । ଏକା ସାଙ୍ଗରେ ଶ୍ମଶାନରେ ଜଳିଲା ତିନି ଜଣଙ୍କ ଜୁଇ ।

ଏମାନଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍‌ର ସାତଭାୟା ପଞ୍ଚାୟତରେ । ଗାଁ ହେଉଛି ବଗପାଟିଆ। ତିନି ବନ୍ଧୁ ସ୍ଥାନୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି। … ତାଙ୍କ ଲାଗି ଆଜି ଗାଁ ସାରା କାନ୍ଦ ବୋବାଳି । ଆଉ ପୁଅକୁ ହରାଇଥିବା ମା’ଆଖିରୁ ଝରି ଯାଉଛି ଅବିରତ ଲୁହ। ଶୁକ୍ରବାର ଦିନ ବଗପାଟିଆ ଗାଁର ସୁକାନ୍ତ ରାଉତଙ୍କ ପୁଅ ଵିଶାଲ ରାଉତ, ଶୈଶବ ସାହୁଙ୍କ ପୁଅ ସମ୍ବିତ ସାହୁ ଓ ବୀରକିଶୋର ପରିଡାଙ୍କ ପୁଅ ବିଙ୍ଗ ବିଭ୍ରେନ ପରିଡାଙ୍କରଅକାଳ ମୃତ୍ୟୁ ହୋଇଛି । ଯେମିତି ସାଙ୍ଗ ସୁଙ୍ଗା ହୋଇ ଚଳୁଥିଲେ ଠିକ୍‌ ସେମିତି ସତେ ଯେମିତି ସାଙ୍ଗ ହୋଇ ଆରପାରିକୁ ଚାଲିଗଲେ ।… ସ୍କୁଲ ଛୁଟି ଥିଲା । ଏପଟେ ଟ୍ୟୁସନରେ ଭୋଜି ଥିଲା । ସେଥିଲାଗି ଏକାଠି ହୋଇଥିଲେ ସମସ୍ତେ।୨୧ ଜଣ ଟ୍ୟୁସନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଵିଶାଲ, ସମ୍ବିତ ଓ ବିଭ୍ରେନ ଥିଲେ ଉପର ଶ୍ରେଣୀରେ ପଢ଼ୁଥିବା ଛାତ୍ର। ତେଣୁ ଭୋଜିର ସବୁଯାକ ଦାୟିତ୍ୱ ଥିଲା ଏମାନଙ୍କ ମୁଣ୍ଡରେ। ଭୋଜିରେ ଭାତ, ମାଂସ ତରକାରୀ ରୋଷେଇ ପରେ ପତ୍ର କାଟି ଆଣିଥିଲେ ଏଇ ତିନି ସାଙ୍ଗ। ତେବେ ଖାଇବାର ସୁଯୋଗ ଯୁଟିଲାନି । ରୋଷେଇ ପରେ ଗାଧୋଇବା ପାଇଁ ପାଖରେ ଥିବା ନଳକୂଅକୁ ବାଲ୍ଟି ନେଇ ଯାଇଥିଲେ । ହେଲେ କାଳତ ଡାକୁଥିଲା ତେଣୁ ସେଠାରେ ନ ଗାଧୋଇ ଗାଁ ଠାରୁ ମାତ୍ର କେଇ ମିଟର ଦୂରରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ ଏମାନେ।

ତେବେ କିଛି ସମୟ ପରେ ପୋଖରୀରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲେ ତିନି ସାଙ୍ଗ । ସ୍ପଷ୍ଟ ହୋଇନି କିଭଳି ଭାବେ ଏମାନେ ପାଣିରେ ବୁଡ଼ି ଗଲେ । କାରଣ ଯଦି ଗାଧୋଇବା ବେଳେ ଘଟଣା ଘଟିଥାନ୍ତା ତାହାହେଲେ ସେମାନଙ୍କ ଦେହରେ ପୋଷାକ ନଥାନ୍ତା । ତିନି ସାଙ୍ଗଙ୍କ ଦୁର୍ଘଟଣାକୁ ନେଇ କେତେ କେତେ କଥା ଶୁଣିବାକୁ ମିଳୁଛି । କେହି କେହି ଵିଶାଲ ଶୌଚ ହେବାକୁ ଯାଇ ପାଣିରେ ବୁଡି ଯାଉଥିବା ବେଳେ ସାଙ୍ଗ ସମ୍ବିତ ଓ ବିଭ୍ରେନଙ୍କୁ ଡାକ ପକାଇଥିଲା । ସେମାନେ ସାଙ୍ଗକୁ ଉଦ୍ଧାର କରିବା ପାଇଁ ପୋଖରୀ ଭିତରକୁ ଯାଇଥିବା ଆଶଙ୍କା କରାଯାଉଛି। ହେଲେ ଆଉ ଫେରି ପାରିଲେ ନାହିଁ ।

ଏମାନେ ସମସ୍ତେ ନିଜ ବାପା ମା’ଙ୍କର ଗୋଟିଏ ଲେଖାଏଁ ପୁଅ । ବିଶାଲର ଜଣେ ଭଉଣୀ ଅଛି । ଠିକ୍‌ ସେମିତି ବ୍ରିଭେନ୍‌ ର ମଧ୍ୟ ଖାଲି ଗୋଟିଏ ଭଉଣୀ । ଆଉ ସମ୍ବିତ ସାହ, ଦୁଇ ଝିଅରେ ସବା ସାନ ପୁଅ ।
ତେବେ ମୃତ୍ୟୁର କାରଣ ତ ମିଳିଯାଇ ପାରେ । ହେଲେ ଆଉ କେବେବି ମିଳିବେନି ଏହି ତିନି ବାଳକ । ସେମାନଙ୍କ ମୃତ୍ୟୁରେ ଗାଁ ଏବେ ସ୍ତବ୍ଧ । ବନ୍ଧୁ ପରିଜନଙ୍କ ସହିତ ରାଜନେତା ସମବେଦନା ଜଣାଇବାକୁ ପରିବାରକୁ ଯାଇ ଭେଟୁଛନ୍ତି । ହେଲେ ପୁତ୍ରହରା ପରିବାରଙ୍କୁ ସାନ୍ତ୍ୱନା ଦେବେ କେମିତି ?

ଏଇ ତିନି ପରିବାରକୁ ଶକ୍ତ ଆଘାତ ଦେଇଛନ୍ତି ଈଶ୍ୱର । ତାଙ୍କରି ନିକଟରେ ପ୍ରାର୍ଥନା ଏମାନଙ୍କୁ ସହିବାର ଶକ୍ତି ଓ ସାହସ ଦିଅନ୍ତୁ । କେନ୍ୟୁଜ୍‌ ତରଫରୁ ଆମେ ସମବେଦନା ଜଣାଉଛୁ । ଆମେ ମଧ୍ୟ ଏହି ଦୁଃଖୀ ପରିବାର ସହିତ ସମଦୁଃଖୀ । ଏହି ଦୁଃଖୀ ପରିବାରକୁ ଗ୍ରାମବାସୀ ଏବଂ ସମ୍ପର୍କୀୟମାନେ ସହାୟକ ହେବେ ବୋଲି ଆଶା କରୁଛୁ ।..

 

KNews Bureau

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

5 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

7 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

15 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

40 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

49 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago