ସ୍ପେଶାଲ

ଏହି କ୍ଷୁଦ୍ର ଗ୍ରହରେ ରହିଛି ସୁନାର ଭଣ୍ଡାର, ଜାଣନ୍ତୁ ପୃଥିବୀକୁ କେମିତି ଆସିବ ଏତେ ସୁନା

ମହାକାଶ ବଡ଼ ବିଚିତ୍ର । ଏଠାକାର ରହସ୍ୟ ମଧ୍ୟ ଭିନ୍ନ । ଆଜି ବି ଅନେକ ରହସ୍ୟ ଲୁଚି ରହିଛି, ଯାହା ବିଷୟରେ ବୈଜ୍ଞାନିକଙ୍କୁ ବି ଜଣା ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ କ୍ଷୁଦ୍ର ଗ୍ରହ ବିଷୟରେ କହିବାକୁ ଯାଉଛୁ, ଯେଉଁ ଗ୍ରହରେ କେବଳ ସୁନା ହିଁ ସୁନା ରହିଛି । ଏଭଳି କଥା ଆପଣଙ୍କୁ ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ମହାକାଶରେ ଏଭଳି ଏକ ଗ୍ରହ ରହିଛି । ଏହି ସ୍ୱତନ୍ତ୍ର ଆଷ୍ଟ୍ରଏଡ୍‌ ବା କ୍ଷୁଦ୍ର ଗ୍ରହରେ ଥିବା ସୁନା ବିଷୟରେ ଜାଣିବା ପାଇଁ ନାସା ଅଭିଯାନ ପଠାଇଛି । ଏହି କ୍ଷୁଦ୍ର ଗ୍ରହର ନାମ 16 ସାଇକି । କୁହାଯାଉଛି ଯେ ଏହି କ୍ଷୁଦ୍ର ଗ୍ରହଟି ସମ୍ପୂର୍ଣ୍ଣ ସୁନାରେ ନିର୍ମିତ । ଏହା ବ୍ୟତୀତ ଏହି କ୍ଷୁଦ୍ର ଗ୍ରହରେ ବହୁ ମୂଲ୍ୟବାନ ଧାତୁର ଭଣ୍ଡାର ରହିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ଆଷ୍ଟ୍ରଏଡରୁ ଏତେ ପରିମାଣର ସୁନା ପୃଥିବୀକୁ ଅଣାଯାଇପାରିବ କି?

ସାଇକି ହେଉଛି ଏକ କ୍ଷୁଦ୍ରଗ୍ରହ, ଯାହା ପ୍ରଥମେ ଇଟାଲୀର ଜ୍ୟୋତିର୍ବିଜ୍ଞାନୀ ଆନିବେଲେ ଡି ଗାସପେରିସଙ୍କ ଦ୍ୱାରା ଆବିଷ୍କାର କରାଯାଇଥିଲା । ସେହି ସମୟରେ ଏହା ଆବିଷ୍କୃତ ହୋଇଥିବା ୧୬ ତମ ଗ୍ରହ ଥିଲା, ତେଣୁ ଏହାକୁ 16 ସାଇକି ବୋଲି କୁହାଯାଏ । ଏହି ଆଷ୍ଟ୍ରଏଡର ଗଠନ ଏକ ଆଳୁ ଆକୃତିର, ଯେଉଁଥିରେ ଲୁହା, ସୁନା, ପ୍ଲାଟିନମ୍‌, ନିକେଲ୍ ଭଳି ମୂଲ୍ୟବାନ ଧାତୁ ରହିଛି ।

ଏହି କ୍ଷୁଦ୍ର ଗ୍ରହ ପୃଥିବୀଠାରୁ ପ୍ରାୟ ୫୦ ଲକ୍ଷ କିଲୋମିଟର ଦୂରରେ ରହିଛି । ଏଠାରେ ସୂର୍ଯ୍ୟାଲୋକ ପହଞ୍ଚିବା ପାଇଁ ପାଖାପାଖି ୩୧ ମିନିଟ ସମୟ ଲାଗିଥାଏ । ନାସାର ସାଇକି ମିଶନ୍ ୬ ବର୍ଷ ମଧ୍ୟରେ ପହଞ୍ଚିବ । ଆକଳନ ଅନୁଯାୟୀ ଏହି କ୍ଷୁଦ୍ର ଗ୍ରହର କ୍ଷେତ୍ରଫଳ ପ୍ରାୟ ୧,୬୫,୮୦୦ ବର୍ଗ କିଲୋମିଟର ।

ଏହିି କ୍ଷୁଦ୍ର ଗ୍ରହରେ ଥିବା ସୁନା ଧାତୁ ବିଷୟରେ ଅନେକ ତଥ୍ୟ ରହିଛି । ବିଶ୍ୱାସ କରାଯାଏ ଯେ ଯଦି ଏଠାକାର ସୁନା ପୃଥିବୀକୁ ଅଣାଯାଏ ତେବେ ସମସ୍ତଙ୍କୁ ସୁନାରେ ଭର୍ତ୍ତି କରାଯାଇପାରିବ ।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ଆଷ୍ଟ୍ରଏଡକୁ ନାସା ମିଶନ ପଠାଇବା ପଛର କାରଣ ଏଠାକାର ସୁନା ନୁହେଁ ବରଂ ଏଠାରେ ଥିବା ଧାତୁର ଉପସ୍ଥିତି । ସାଧାରଣତଃ ଆଷ୍ଟ୍ରଏଡରେ ଅଙ୍ଗାରକାମ୍ଳ, ଜଳ ଏବଂ ଅନ୍ୟାନ୍ୟ ପଦାର୍ଥ ରହିଥାଏ, ଏହି ଗ୍ରହ ଗୁଡ଼ିକରେ ଧାତୁ ନଥାଏ । କିନ୍ତୁ ଏହି କ୍ଷୁଦ୍ରଗ୍ରହରେ କିପରି ଏତେ ମୂଲ୍ୟବାନ ଧାତୁ ଅଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହି କ୍ଷୁଦ୍ରଗ୍ରହକୁ ଧାତୁ କେଉଁଠାରୁ ଆସିଲା ସେ ବିଷୟରେ ଜାଣିବା ପାଇଁ ରିସର୍ଚ୍ଚ ଚାଲିଛି । ଏହି ଗ୍ରହରୁ ପୃଥିବୀକୁ କିପରି ସୁନା ଅଣାଯାଇପାରିବ ସେନେଇ ଅଭିଯାନ ପୁଣି ଥରେ ଚାଲିବ ବୋଲି କୁହାଯାଉଛି ।

ଜ୍ୟୋତିର୍ବିଜ୍ଞାନୀମାନେ ଏହି ଗ୍ରହକୁ ନେଇ ଆଗ୍ରହ ପ୍ରକାଶ କରୁଛନ୍ତି କାରଣ ଏଥିରେ ସୁନା ସମେତ ଅନ୍ୟ ମୂଲ୍ୟବାନ ଧାତୁ ମଧ୍ୟ ରହିଛି । କେତେକ ଆକଳନ ଅନୁଯାୟୀ ୧୪୦ ମାଇଲ୍ ଚଉଡା ବିଶିଷ୍ଟ ଏହି କ୍ଷୁଦ୍ରଗ୍ରହରେ ୧୦,୦୦୦ କ୍ୱାଡ୍ରିଲିୟନ ଡଲାର ମୂଲ୍ୟର ଲୁହା, ନିକେଲ ଏବଂ ସୁନା ରହିଛି । ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ଗ୍ରହଟି କୌଣସି ଏକ ବଡ଼ ଗ୍ରହର ଛୋଟ ଅଂଶ ହୋଇଥାଇପାରେ । ନାସା ସୂଚନା ଅନୁଯାୟୀ ଏହି ଗ୍ରହ ବୋଧହୁଏ ପଥର ଏବଂ ଧାତୁର ମିଶ୍ରଣରେ ଗଠିତ ହୋଇଛି । ତେବେ କହି ରଖିବାକୁ ଚାହିଁବୁ ଯେ ଏହି ଗ୍ରହରୁ ସୁନା ପୃଥିବୀକୁ ଆଣିବା କଳ୍ପନା ମାତ୍ର । କାରଣ ଏଠାକାର ସୁନା ପୃଥିବୀକୁ ଆଣିବା ସମ୍ଭବ ନୁହେଁ । ଯାହା ବି ହେଉ ନା କାହିଁକି ଏଠାରେ ସୁନା ବହୁ ପରିମାଣରେ ରହିଛି । ଯଦି ଏଠାକାର ସୁନା ପୃଥିବୀକୁ ଅଣାଯାଏ ତେବେ ସୁନାର ମୂଲ୍ୟ ମଧ୍ୟ ହ୍ରାସ ପାଇବ ।

Subhalaxmi Das

Recent Posts

ବିବାହ ପାଇଁ ସୁନା କିଣିବାକୁ ଯୋଜନା କରିଛନ୍ତି କି ? ପ୍ରଥମେ ଜାଣନ୍ତୁ ଦାମ

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

10 mins ago

ଅଧାରେ ଅଟକିଗଲା ମୌସୁମୀ: ଆହୁରି ୪ ଦିନ ତାତି, ଏ ବର୍ଷ ସିଝିବ ରଜ ପର୍ବ

ଭୁବନେଶ୍ୱର (କେନ୍ୟୁଜ): ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ । ଆହୁରି ୪ ଦିନ ତତାଇବ । ଏମିତି ଆକଳନ କରିଛି…

13 mins ago

ଜମିଜମା ବିବାଦ: ଦେଢ଼ଶୂର ଶାବଳ ମାଡ଼ରେ ଭାଇବୋହୂର ମୃତ୍ୟୁ

ବାସୁଦେବପୁର (କେନ୍ୟୁଜ): ଦେଢ଼ଶୂର ଶାବଳ ମାଡ଼ରେ ଭାଇବୋହୂର ମୃତ୍ୟୁ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ୭ ନମ୍ୱର…

31 mins ago

ଶୋଭାଯାତ୍ରାରେ ଦୁଲୁକିଲା ସମ୍ବଲପୁର ଓ ଏକାମ୍ର କ୍ଷେତ୍ର, ଶେଷ ହେଲା ଶିବ-ପାର୍ବତୀଙ୍କ ବାହାଘର

ଭୁବନେଶ୍ୱର / ସମ୍ବଲପୁର (କେନ୍ୟୁଜ): ଆନନ୍ଦ ଉଲ୍ଲାସର ସହ ଶେଷ ହେଲା ଶିବ ପାର୍ବତୀଙ୍କ ଶୁଭ ପରିଣୟ । ମଧ୍ୟରାତ୍ରୀର…

49 mins ago

ନୂଆ ମୁଖ୍ୟମନ୍ତ୍ରୀ ବାଛିବ ବିଜେପି, ଆଜି ଘୋଷଣା ହେବ ନାଁ

ଭୁବନେଶ୍ୱର (କେନ୍ୟୁଜ): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବ । ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି । ଘୋଷଣା ହେବ ଓଡ଼ିଶାର…

1 hour ago

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…

8 hours ago