ସ୍ପେଶାଲ

ମହାକାଶରେ ମାଂସ ଓ ଚଟଣୀ ପହଞ୍ଚାଇଲା ଉବର ଇଟ୍ସ! ଫୁଡ୍‌ ଡେଲିଭରୀ ବୟ ସାଜିଲେ ଜାପାନୀ ଅରବପତି; ସ୍ପେସ୍‌ ଷ୍ଟେଶନରେ ବିତାଇବେ ୧୨ ଦିନ

ଫୁଡ୍‌ ଡେଲିଭରୀ କରୁଥିବା କମ୍ପାନୀ ‘ଉବର ଇଟ୍ସ’ ପୃଥିବୀ ସହିତ ମହାକାଶରେ ମଧ୍ୟ ଖାଦ୍ୟ ପହଞ୍ଚାଇ ଇତିହାସ ସୃଷ୍ଟି କରିଛି। ଏମିତି କରିବାରେ ଏହା ପ୍ରଥମ କମ୍ପାନୀ ବନି ଯାଇଛି। ଏହାର ଏକ ଭିଡିଓ ଉବର ଇଟ୍ସ ନିଜେ ଜାରି କରିଛି, ଯେଉଁଥିରେ ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେସନ (ଆଇଏସ୍ଏସ୍)ରେ ଖାଦ୍ୟ ଡେଲିଭରୀ କରାଯାଉଥିବା ଦେଖିବାକୁ ମିଳୁଛି। ଏମିତିରେ ଏହାକୁ ଇତିହାସର ସବୁଠାରୁ ଅଧିକ ମହଙ୍ଗା ଫୁଡ୍‌ ଡେଲିଭରୀ ମଧ୍ୟ କୁହାଯାଇ ପାରିବ।

୯ ଘଣ୍ଟାର ଯାତ୍ରା ପରେ ପହଞ୍ଚିଲା ଖାଦ୍ୟ

ଜାପାନୀ ଅରବପତି ୟୁସାକୁ ମେଜାୱା ଉବର ଇଟ୍ସ ତରଫରୁ ଏହି ଫୁଡ୍‌ ଡେଲିଭରୀ କରିଛନ୍ତି। ସେ ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେସନ (ଆଇଏସ୍ଏସ୍)ରେ ମହାକାଶ ଯାତ୍ରୀଙ୍କ ପାଖରେ ଖାଦ୍ୟ ପହଞ୍ଚାଇଛନ୍ତି। ୧୧ ଡିସେମ୍ବରରେ ପାଖାପାଖି ୯ ଘଣ୍ଟାର ରକେଟ୍ ଯାତ୍ରା ପରେ ସେ ISSରେ ପହଞ୍ଚିଥିଲେ। ମେଜାୱା ନିଜ ସହିତ କମ୍ପାନୀର ଏକ ବ୍ୟାଗ୍‌ ନେଇଥିଲେ, ଯେଉଁଥିରେ ୮ ଡିସେମ୍ବରରେ ମହାକାଶ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଡବା ବନ୍ଦ ଖାଦ୍ୟ ଥିଲା। ତାଙ୍କର ଯାତ୍ରା ଏ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ, ସେ ପାଖାପାଖି ୧୨ ଦିନ ISSରେ ବିତାଇବେ।

ମହାକାଶ ଯାତ୍ରୀ କହିଲେ, ‘ଧନ୍ୟବାଦ’

ଉବର ଇଟ୍ସ ତରଫରୁ ଜାରି ଭିଡିଓରେ ଦେଖାଯାଇ ପାରିବ ଯେ ଯାତ୍ରୀମାନେ ନିଜ କାମ କରୁଛନ୍ତି, ଠିକ୍‌ ଏତିକି ବେଳେ ମେଜାୱା କବାଟ ଖୋଲୁଛନ୍ତି ଏବଂ ଫୁଡ୍‌ ପ୍ୟାକେଟ୍‌କୁ ମହାକାଶ ଯାତ୍ରୀଙ୍କ ଆଡ଼କୁ ଫିଙ୍ଗୁଛନ୍ତି। ISSରେ କୌଣସି ମାଧ୍ୟାକର୍ଷଣ ଶକ୍ତି ନାହିଁ, ଯେଉଁ କାରଣରୁ ପ୍ୟାକେଟ୍ ଉଡ଼ୁଥିବା ଅବସ୍ଥାରେ ହିଁ ଯାତ୍ରୀଙ୍କ ପାଖରେ ପହଞ୍ଚୁଛି। ଫୁଡ୍‌ ଡେଲିଭରୀ ଉପରେ ଖୁସି ଜାହିର କରି ଜଣେ ମହାକାଶ ଯାତ୍ରୀ କହୁଛନ୍ତି, ‘ଆରେ ଉବର ଇଟ୍ସ, ଧନ୍ୟବାଦ’।

କ’ଣ ଥିଲା ଖାଦ୍ୟ ପ୍ୟାକେଟରେ?

କମ୍ପାନୀ ନିଜ ବୟାନରେ କହିଛି କି, ଫୁଡ୍‌ ପ୍ୟାକେଟରେ ମିଠା ଚଟଣୀ ସହିତ ରନ୍ଧା ହୋଇଥିବା ମାଂସ ଥିଲା। ଏହା ସ୍ଥିର ମାନକ ସହିତ ତିଆରି କରାଯାଇଥିଲା, ଯେପରି ମହାକାଶ ଯାତ୍ରୀମାନେ ଏହାକୁ ଖାଇ ପାରିବେ। ଉବର ସିଇଓ କହିଛନ୍ତି ଯେ କମ୍ପାନୀର ଲକ୍ଷ୍ୟ ହେଉଛି ସବୁ ଜାଗାରେ ଫୁଡ୍‌ ଡେଲିଭରୀ କରାଇବା, ଯେଉଁ ଟାର୍ଗେଟ ଏବେ ପୂରା ହୋଇଛି। ସୂଚନାଥାଉ କି, ଜାପାନୀ ଅରବପତି ୟୁସାକୁ ମେଜାୱା ନିକଟରେ ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେସନ (ISS)ରୁ ପୃଥିବୀର ଟାଇମ୍ ଲ୍ୟାପ୍ସ ଭିଡିଓ ଟ୍ଵିଟରରେ ସେୟାର କରିଥିଲେ। ମେଜାୱା ଏହି ଭିଡିଓର କ୍ୟାପସନରେ ଲେଖିଥିଲେ, ‘ଏହା ପୃଥିବୀର ବିଲ୍‌କୁଲ ଏକ ରାଉଣ୍ଡ’।

Roshni

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

35 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

37 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

41 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

46 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

49 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

1 hour ago