Categories: ସ୍ପେଶାଲ

ନିଜ ପରିସ୍ରାରେ କେଶ ଧୋଇଥାନ୍ତି ଏହି ଦମ୍ପତି, ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ଆଜି କାଲି ନିଜ ସୌନ୍ଦର୍ଯ୍ୟର ବୃଦ୍ଧି ନିମନ୍ତେ ଲୋକେ କିଛି ବି କରିବାକୁ ପଛାନ୍ତି ନାହିଁ । ଆଜି ନୁହେଁ କାହିଁ କେଉଁ କାଳରୁ ଏହି ପ୍ରଥା ଚାଲି ଆସୁଛି । ପୂର୍ବରୁ ରାଜା ମହାରାଜା ତଥା ରାଣୀ ମାନେ ଏମିତି ଉପାୟ ମାନ ଆପଣେଇଛନ୍ତି ଯାହାକୁ ବିଶ୍ୱାସ କରିବା ସେତେଟା ସହଜ ନୁହେଁ । ଖାଲି ସେ ସମୟରେ ନୁହେଁ ବର୍ତ୍ତମାନ ସମୟରେ ବି ଲୋକେ ବହୁ ଅଦ୍ଭୁତ ତରିକାରେ ନିଜ କେଶ ତଥା ତ୍ୱଚାର ଯତ୍ନ ନେଉଛନ୍ତି । ଦାମୀ ପ୍ରସାଧନ ସାମଗ୍ରୀ ବଦଳରେ ପ୍ରାକୃତିକ ଉପାୟରେ ନିଜ ଶରୀରର ଯତ୍ନ ନେଉଛନ୍ତି । ଆମେ ଆଜି ଆପଣଙ୍କୁ ନ୍ୟୁଜିଲ୍ୟାଣ୍ଡର ଏପରି ଏକ ଯୋଡି ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ କେଶର ଯତ୍ନ ଏକ ବିଶେଷ ତରିକରେ ନେଇଥାନ୍ତି ।

କିନ୍ତୁ ଏଥିପାଇଁ ସେମାନେ କୌଣସି ଦାମୀ ପ୍ରସାଧନ ସାମଗ୍ରୀର ବ୍ୟବହାର କରିନଥାନ୍ତି । ସେମାନେ ବିଗତ କେତେ ବର୍ଷ ଧରି ଜଙ୍ଗଲରେ ବସବାସ କରି ଆସୁଛନ୍ତି । ମିରିୟାମ ଲେନ୍ସବୁନ୍ଦ ଓ ପୀଟର ନିଜ ବ୍ୟକ୍ତିଗତ ଜୀବନର କେତେ ଗୁଡିଏ ସିକ୍ରେଟ କଥା ନିକଟରେ ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ ସେୟାର କରିଛନ୍ତି | ଏହି ଯୋଡି ଦ୍ବୟ ବଡ ଅଦ୍ଭୁତ କଥା କଥା କହିଛନ୍ତି ଯାହା ଆପଣଙ୍କୁ ଚକିତ କରିଦେବ । ସେମାନଙ୍କ ଅନୁଯାୟୀ ସେମାନେ ନିଜ କେଶକୁ ନିଜ ପରିସ୍ରାରେ ହିଁ ଧୋଇଥାନ୍ତି । ଏହାର ପ୍ରକୃତ କାରଣ ସେ ଏକ ଅଦ୍ଭୁତ କାହାଣୀ କହିଛନ୍ତି । ମିରିୟାମଙ୍କ ଅନୁଯାୟୀ ବିଭିନ୍ନ ଯାତ୍ରା କରୁଥିବା ସମୟରେ ସେ ନିଜ ସାମ୍ପୁକୁ ବହୁତ ମିସ କରୁଥିଲେ । ଯାତ୍ରା ସମୟରେ ସାମ୍ପୁ ନ ମିଳୁଥିବାରୁ ତାଙ୍କ ମୁଣ୍ଡରେ ବହୁତ ରୁପି ହୋଇଥାଏ ।

 

ଏହା ସହ ପଢନ୍ତୁ: ଜାଣନ୍ତୁ ପ୍ରତ୍ନତତ୍ତ୍ୱବିଦ୍‌ମାନଙ୍କୁ ୩୦୦୦ ବର୍ଷ ଧରି ମାଟିତଳେ ରହିଥିବା ୩୦ଟି କଫିନ୍‌ରୁ କଣ ମିଳିଲା

ଏଣୁ ନିଜ କେଶକୁ କିପରି ସଫା କରିବେ ସେ ନେଇ ସେମାନେ ଦୁହେଁ ସବୁବେଳେ ବ୍ୟସ୍ତ ରହୁଥିଲେ । ତେଣୁ କରି ଅନ୍ୟ କୌଣସି ଉପାୟ ନପାଇ ସେମାନେ ଅତି ସାଧାରଣ ଉପାୟ ଟିଏ ବାହାର କଲେ । ଯାହାକି ସେମାନଙ୍କୁ ଜଙ୍ଗଲରେ ସହଜରେ ମିଳିଯାଇ ପାରିବ । ପରେ ସେମାନେ ନିଜ ପରିସ୍ରା ସାହାଯ୍ୟରେ ହିଁ ନିଜ କେଶକୁ ଧୋଇବା ଆରମ୍ଭ କଲେ । ଏଥିପାଇଁ ସେମାନେ ସକାଳର ପ୍ରଥମ ପରିସ୍ରାକୁ ସଞ୍ଚୟ କରି ରଖିଥାନ୍ତି । ଖାଲି ଏତିକି ନୁହେଁ ସେମାନେ ଚାରକୋଲକୁ ମୁଣ୍ଡରେ ଘଷିବା ନିମନ୍ତେ ବ୍ୟବହାର କରିଥାନ୍ତି । ଖାଲି ଏ ଗୋଟେ ନୁହେଁ ଦୁର୍ଗମ ଜଙ୍ଗଲରେ ନିଜ ଜରୁରୀ ଆବଶ୍ୟକତା ଗୁଡିକୁ ପୁରଣ କରିବା ପାଇଁ ସେମାନେ ଆହୁରି ମଧ୍ୟ ତରିକା ବାହାର କରିଛନ୍ତି । ଯାହା ଦ୍ୱାରା ସେମାନେ ସହଜରେ ନିଜ ଶରୀରର ଯତ୍ନ ନେଇ ପାରିଥାନ୍ତି ।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

12 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

18 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

32 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago