ସାରା ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଜାତିର ପ୍ରାଣୀ ଅଛନ୍ତି। କିନ୍ତୁ ପ୍ରକୃତି କିଛି ପ୍ରାଣୀଙ୍କୁ ଏମିତି କରି ଗଢ଼ିଥାଏ, ଯେଉଁମାନେ ସାଧାରଣଙ୍କ ମଧ୍ୟରେ ବାରି ହୋଇ ପଡ଼ନ୍ତି। ସେମାନଙ୍କର ସ୍ୱତନ୍ତ୍ରତା ହିଁ ସେମାନଙ୍କୁ ଖାସ କରିଦେଇଥାଏ। ଆଜି ଆମେ ଆପଣଙ୍କୁ ଠିକ ଏମିତି ହିଁ ଏକ କୁକୁର ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆମେ ମାମୁଲି କହିପାରିବା ନାହିଁ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କୁକୁରର ଦାମ ଏକ ଉଡାଜାହାଜଠାରୁ ବି ଅଧିକ। କୁକୁରଟି ‘ତିବେତିୟନ ମଷ୍ଟିଫ ବ୍ରିଡ’ର, ଯାହାର ଦାମ ୧୫ରୁ ୨୦ କୋଟି ଟଙ୍କା। ରାଜସ୍ଥାନର ଜୟପୁର ସହରରେ ଆୟୋଜିତ ଏକ ଡଗ ଶୋ’ରେ ଏହି କୁକୁରକୁ ନିଆଯାଇଥିଲା। ଆପଣଙ୍କୁ କହି ରଖୁଛୁ, ଏହି ବ୍ରିଡର ଦେଖାଶୁଣା ବହୁତ ଯତ୍ନର ସହିତ କରାଯାଇଥାଏ।
ଏହି କୁକୁର ଅଧିକ ସମୟ ବାହାରେ ରହିଲେ ଖରାପ ଅନୁଭବ କରିଥାଏ। ତେଣୁ ଏହାକୁ ଏସି ରୁମରେ ଅଧିକ ସମୟ ରଖାଯାଇଥାଏ। କୁକୁରର ମାଲିକ ଏହାକୁ ଚୀନରୁ ନିଲାମ ଜରିଆରେ କିଣିଥିଲେ। ପ୍ରତି ୧୫ ଦିନରେ ଥରେ ଏହାର ସ୍ପା କରାଯାଇଥାଏ।
୩୨ ଇଞ୍ଚର ଏହି କୁକୁରର ଓଜନ ୭୦/୮୦ କିଲୋ ହୋଇଥାଏ। ଏହାର ଖାଦ୍ୟ ସାଧାରଣ କୁକୁର ତୁଳନାରେ ଅନେକ ଗୁଣାରେ ମହଙ୍ଗା ହୋଇଥାଏ। ଏହା ପାଇଁ ଇରାନରୁ ବାଦାମ ଏବଂ ଜର୍ମାନୀରୁ ଖାଦ୍ୟ ମଗାଯାଇଥାଏ। ‘ତିବେତିୟନ ମଷ୍ଟିଫ’ ୨୪ ଘଣ୍ଟା ଏସି ରୁମରେ ରହିବାକୁ ପସନ୍ଦ କରିଥାଏ। ଏହି ପ୍ରକାର କୁକୁର କେବଳ ମହଙ୍ଗା ନୁହେଁ, ବରଂ ମଣିଷଠାରୁ ବି ବହୁତ ଆଲିଶାନ ଜୀବନ ଜିଇଁଥାଏ।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…