Below header

ସିଂହ ନୁହେଁ କି ଭାଲୁ ନୁହେଁ, ଏ ହେଉଛି ସବୁଠୁ ମହଙ୍ଗା କୁକୁର, ଯାହାର ଦାମ ଉଡାଜାହାଜଠାରୁ ବି ଅଧିକ

ସାରା ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଜାତିର ପ୍ରାଣୀ ଅଛନ୍ତି। କିନ୍ତୁ ପ୍ରକୃତି କିଛି ପ୍ରାଣୀଙ୍କୁ ଏମିତି କରି ଗଢ଼ିଥାଏ, ଯେଉଁମାନେ ସାଧାରଣଙ୍କ ମଧ୍ୟରେ ବାରି ହୋଇ ପଡ଼ନ୍ତି। ସେମାନଙ୍କର ସ୍ୱତନ୍ତ୍ରତା ହିଁ ସେମାନଙ୍କୁ ଖାସ କରିଦେଇଥାଏ। ଆଜି ଆମେ ଆପଣଙ୍କୁ ଠିକ ଏମିତି ହିଁ ଏକ କୁକୁର ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆମେ ମାମୁଲି କହିପାରିବା ନାହିଁ।

gf

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କୁକୁରର ଦାମ ଏକ ଉଡାଜାହାଜଠାରୁ ବି ଅଧିକ। କୁକୁରଟି ‘ତିବେତିୟନ ମଷ୍ଟିଫ ବ୍ରିଡ’ର, ଯାହାର ଦାମ ୧୫ରୁ ୨୦ କୋଟି ଟଙ୍କା। ରାଜସ୍ଥାନର ଜୟପୁର ସହରରେ ଆୟୋଜିତ ଏକ ଡଗ ଶୋ’ରେ ଏହି କୁକୁରକୁ ନିଆଯାଇଥିଲା। ଆପଣଙ୍କୁ କହି ରଖୁଛୁ, ଏହି ବ୍ରିଡର ଦେଖାଶୁଣା ବହୁତ ଯତ୍ନର ସହିତ କରାଯାଇଥାଏ।

Most Expensive Dogs In The World Youtube 00M  dogworldco

ଏହି କୁକୁର ଅଧିକ ସମୟ ବାହାରେ ରହିଲେ ଖରାପ ଅନୁଭବ କରିଥାଏ। ତେଣୁ ଏହାକୁ ଏସି ରୁମରେ ଅଧିକ ସମୟ ରଖାଯାଇଥାଏ।  କୁକୁରର ମାଲିକ ଏହାକୁ ଚୀନରୁ ନିଲାମ ଜରିଆରେ କିଣିଥିଲେ। ପ୍ରତି ୧୫ ଦିନରେ ଥରେ ଏହାର ସ୍ପା କରାଯାଇଥାଏ।

hy

୩୨ ଇଞ୍ଚର ଏହି କୁକୁରର ଓଜନ ୭୦/୮୦ କିଲୋ ହୋଇଥାଏ। ଏହାର ଖାଦ୍ୟ ସାଧାରଣ କୁକୁର ତୁଳନାରେ ଅନେକ ଗୁଣାରେ ମହଙ୍ଗା ହୋଇଥାଏ। ଏହା ପାଇଁ ଇରାନରୁ ବାଦାମ ଏବଂ ଜର୍ମାନୀରୁ ଖାଦ୍ୟ ମଗାଯାଇଥାଏ। ‘ତିବେତିୟନ ମଷ୍ଟିଫ’ ୨୪ ଘଣ୍ଟା ଏସି ରୁମରେ ରହିବାକୁ ପସନ୍ଦ କରିଥାଏ। ଏହି ପ୍ରକାର କୁକୁର କେବଳ ମହଙ୍ଗା ନୁହେଁ, ବରଂ ମଣିଷଠାରୁ ବି ବହୁତ ଆଲିଶାନ ଜୀବନ ଜିଇଁଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.