ଭ୍ୟାକ୍‌ସିନ୍‌ ଆସିଲେ ବି କରୋନା ମହାମାରୀକୁ ରୋକିପାରିବ ନାହିଁ: WHO ମୁଖ୍ୟ

ଭ୍ୟାକ୍‌ସିନ୍‌ ଆସିଲେ ବି କରୋନା ମହାମାରୀକୁ ରୋକି ହେବ ନାହିଁ। ଏଭଳି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ। କରୋନା ମହାମାରୀ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି ଓ ଏବେ ଯାଏଁ ୫ କୋଟି ୪୦ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସ୍‌ ସଂକ୍ରମିତ ହୋଇସାରିଲେଣି। କେବଳ ଏତିକି ନୁହେଁ ପ୍ରାୟ ୧୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ନେଇସାରିଲାଣି କରୋନା। ଡବ୍ଲ୍ୟୁଏଚ୍‌ଓର ମହାନିର୍ଦ୍ଦେଶକ ଟେଡ୍ରୋସ ଅଦନୋମ୍‌ କହିଛନ୍ତି ଏକ ଭ୍ୟାକ୍‌ସିନ୍‌ କରୋନାକୁ କିଛିକାଂଶରେ କମାଇପାରିବ ମାତ୍ର ପୂରା ଭଲ କରିପାରିବ ନାହିଁ।

WHO ର ଶନିବାର ତଥ୍ୟ ମୁତାବକ ୟୁଏନ୍‌ ହେଲଥ ଏଜେନ୍ସିରେ ୬,୬୦,୯୦୫ କେସ୍‌ ଚିହ୍ନଟ ହୋଇଛି, ଯାହା ଏକ ରେକର୍ଡ। ଏହା ପୂର୍ବରୁ ଶୁକ୍ରବାର ୬,୪୫,୪୧୦ କେସ୍‌ ରେକର୍ଡ ହୋଇଥିଲା। ଏହା ୭ ନଭେମ୍ବରର ରେକର୍ଡ ୬,୧୪,୦୧୩ଠୁ ଢେର ଅଧିକ।

ଟେଡ୍ରୋସ କହିଛନ୍ତି ପ୍ରାଥମିକ ପର୍ଯ୍ୟାୟରେ ହେଲଥ ଓ୍ଵାର୍କର, ବୟସ୍କ ଲୋକ, ସବୁଠୁ ଅଧିକ ପ୍ରଭାବିତ ଲୋକଙ୍କୁ ପ୍ରାଥମିକତା ଦିଆଯିବ। ଆଶା କରାଯାଉଛି ଯେ ସେତେବେଳେ ମୃତ୍ୟୁହାର କମିବ। ଏଥିସହ ସେ ଚେତାବନୀ ଦେଇ କହିଛନ୍ତି ଭ୍ୟାକସିନ୍‌ ଆସିବା ପରେ ବି ଭାଇରସ୍‌ର ଆଶଙ୍କା ପୂରା କମିବ ନାହିଁ। ଏଣୁ ଲୋକମାନେ ଆହୁରି ସତର୍କ ରହିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.