Below header

କରୋନା ଭୟରେ ଗୁପଚୁପ୍‌ ଖାଉନଥିଲେ ଲୋକେ, ତ ଦୋକାନୀ କଲେ ଏମିତି ଯୁଗାଡ଼, ଏବେ ଜମୁଛି ଭିଡ଼

କରୋନା ଭାଇରସ୍‌ ଆସିବା ପରେ ଲୋକଙ୍କ ରହିବା ଖାଇବା ତରିକା ପୂରା ବଦଳିଯାଇଛି। ମହାମାରୀ ଯୋଗୁ ଲୋକମାନେ ବାହାରକୁ ବାହାରିବା ବନ୍ଦ କରି ଦେଇଛନ୍ତି। ବାହାରକୁ ବାହାରିବା ପୂର୍ବରୁ ଲୋକମାନେ ମୁହଁରେ ମାସ୍କ ପିନ୍ଧିବା ସହ ହାତରେ ସାନିଟାଇଜର ନେବାକୁ ଭୁଲୁନାହାନ୍ତି।

golgapa

ଏଭଳି ସ୍ଥିତିରେ ଲୋକମାନେ ବାହାରର ଗୁପଚୁପ, ଚାଟ୍‌ ଖାଇବାକୁ ଭୟ କରୁଛନ୍ତି। ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଅମୃତସରର ଶାସ୍ତ୍ରୀ ମାର୍କେଟରେ ଜଣେ ଗୁପଚୁପ୍‌ ଦୋକାନୀ ଏକ ନିଆରା ଉପାୟ ଆପଣାଇଛନ୍ତି। ସେ ଗୁପଚୁପ ପରଷିବା ପାଇଁ ଏକ ମେସିନ୍‌ ଲଗାଇଛନ୍ତି। ଏହି ମେସିନ୍‌ ମାଧ୍ୟମରେ ସେ ଗ୍ରାହକଙ୍କୁ ଗୁପଚୁପ୍‌ ଖୁଆଉଛନ୍ତି। ଫଳରେ ତାଙ୍କୁ ଆଉ ଖଟାପାଣି ହାତ କରିବାକୁ ପଡ଼ୁନାହିଁ।

golgapa2

ଏହି ମେସିନ୍‌ ଜରିଆରେ ଗ୍ରାହକ ନିଜେ ୬ ପ୍ରକାରର ପାଣି ନେଇପାରିବେ। ଫଳରେ କରୋନା ସଂକ୍ରମିତ ହେବା ଭୟ ରହିବ ନାହିଁ। ଦୋକାନ ମାଲିକଙ୍କ କହିବାନୁସାରେ କରୋନା ମହାମାରୀରେ ଗ୍ରାହକଙ୍କ ସଂଖ୍ୟା କମିଯାଇଥିଲା। କିନ୍ତୁ ଏହି ମେସିନ୍‌ ଯୋଗୁ ପୁଣିଥରେ ଗ୍ରାହକ ଆସିବାକୁ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.