ସ୍ପେଶାଲ

ବିଲେଇ ସାଥୀରେ ମିତ ବସିଛନ୍ତି ଅଙ୍କିତାଙ୍କ ପରିବାର, ମାସକୁ ଖର୍ଚ୍ଚ କରୁଛନ୍ତି ୨୦ରୁ ୩୦ହଜର ଟଙ୍କା

ବିରାଡିକୁ ନେଇ ଭିନ୍ନ ଭିନ୍ନ ବିଶ୍ୱାସ ଓ ଅନ୍ଧବିଶ୍ୱାସ ରହିଛି । କିଏ କହେ ବିରାଡି ବାଟ କାଟିଲେ ଅଶୁଭ ତ ଆଉ କେଉଁଠି ଗାଡି ଆଗରେ ବିରାଡିଟିଏ ଚାଲିଗଲେ ଗାଡି ଦଣ୍ଡେ ଅଟକି ଯାଏ । ଏଭଳି ଅନେକ କିଛି ବିରାଡିକୁ ନେଇ ଅନ୍ଧବିଶ୍ୱାସ ରହିଛି ହେଲେ ବାଲେଶ୍ୱରରେ ଏଭଳି ଏକ ପରିବାର ରହିଛି, ଯେଉଁଠି ଗୋଟିଏ କି ଦୁଇଟି ନୁହେଁ, ଏକାସଙ୍ଗେ ୪୦ଟି ବିରାଡିକୁ ନିଜ ପରିବାରର ସଦସ୍ୟ ଭଳି ପାଳିଛନ୍ତି ।

ବିଲେଇ ସାଥୀରେ ମିତ ବସିଛନ୍ତି ଅଙ୍କିତାଙ୍କ ପରିବାର । ନିଜ ପିଲାଛୁଆଙ୍କ ଭଳି ବିଳେଇକୁ ପାଳୁଛନ୍ତି ଅଙ୍କିତା ଓ ତାଙ୍କ ଝିଅ ବିସ୍ମିତା । ଠିକ୍‌ ସମୟରେ ଖାଇବା ଦେବା ଠାରୁ ଆରମ୍ଭ କରି ଲାଳନ ପାଳନରେ କିଛି ବି କମ୍‌ କରିନାହାନ୍ତି । ବାଲେଶ୍ୱର ମେଘ ଡମ୍ବୁରୁ ଅଞ୍ଚଳର ଡାକ୍ତର ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ପରିବାର । ଘରେ ରହିଛନ୍ତି ୪୦ ବିରାଡି । ଦୀର୍ଘ ୭-୮ବର୍ଷ ହେବ ଏହି ବିରାଡି ମାନେ ତାଙ୍କ ପରିବାରର ସଦସ୍ୟ ଭଳି ରହୁଛନ୍ତି ।

ପ୍ରତି ମାସରେ ବିଲେଇ ମାନଙ୍କ ପଛରେ ୨୦ରୁ ୩୦ହଜର ଟଙ୍କା ଖର୍ଚ୍ଚ କରନ୍ତି ପ୍ରଫୁଲ୍ଳଙ୍କ ପରିବାର । ଖାଲି ସେତିକି ନୁହେଁ, ପ୍ରତି ବିଲେଇଙ୍କ ଅଲଗା ଅଲଗା ନାଁ ରହିଛି । ସେହି ନାଁରେ ଡାକିଲେ ପାଖକୁ ଚାଲି ଆସନ୍ତି । ମଣିଷଙ୍କ ପରି ଏମାନେ କଥା ମାନନ୍ତି । ବିରାଡିଙ୍କ ପ୍ରତିଟି ଆବେଗକୁ ପରିବାରର ସଦସ୍ୟ ମାନେ ଭଲ ଭାବେ ବୁଝିପାରିଛନ୍ତି ।

ବିରାଡିଙ୍କ ପାଇଁ ଅନେକ ଥର ସାହି ପଡିଶାଙ୍କ ନିକଟରୁ ଟାହି ଟାପରା ଣୁଣିବାକୁ ପଡିଛି । ଏଭଳିକି ଅନେକ ଥର ବିଲେଇଙ୍କ ପାଇଁ ଥାନାକୁ ଯିବାକୁ ପଡିଛି । ତଥାପି ବିରାଡି ମାନଙ୍କୁ କେବେବି ଅଣଦେଖା କରି ନାହନ୍ତି ପ୍ରଫୁଲ୍ଲଙ୍କ ପରିବାର । ବିଲେଇକୁ ନେଇ ସମାଜରେ କେତେ ଅନ୍ଧ ବିଶ୍ୱାସ ରହିଛି । ଅନେକ ଏହାକୁ ଅଶୁଭ ମାନିଥାନ୍ତି । ଗାଡି ଆଗରେ ବିଲେଇ ଚାଲିଗଲେ ଗାଡି ପଛକୁ ଫେରାଇ ନିଅନ୍ତି । ଏଭଳି ସମୟରେ ବିରାଡିଙ୍କ ସହ ମିତ ବସିଛନ୍ତି ବାଲେଶ୍ୱରର ଏହି ପରିବାର ।

Pritiparna

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

1 hour ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago