Below header

ବିଲେଇ ସାଥୀରେ ମିତ ବସିଛନ୍ତି ଅଙ୍କିତାଙ୍କ ପରିବାର, ମାସକୁ ଖର୍ଚ୍ଚ କରୁଛନ୍ତି ୨୦ରୁ ୩୦ହଜର ଟଙ୍କା

ବିରାଡିକୁ ନେଇ ଭିନ୍ନ ଭିନ୍ନ ବିଶ୍ୱାସ ଓ ଅନ୍ଧବିଶ୍ୱାସ ରହିଛି । କିଏ କହେ ବିରାଡି ବାଟ କାଟିଲେ ଅଶୁଭ ତ ଆଉ କେଉଁଠି ଗାଡି ଆଗରେ ବିରାଡିଟିଏ ଚାଲିଗଲେ ଗାଡି ଦଣ୍ଡେ ଅଟକି ଯାଏ । ଏଭଳି ଅନେକ କିଛି ବିରାଡିକୁ ନେଇ ଅନ୍ଧବିଶ୍ୱାସ ରହିଛି ହେଲେ ବାଲେଶ୍ୱରରେ ଏଭଳି ଏକ ପରିବାର ରହିଛି, ଯେଉଁଠି ଗୋଟିଏ କି ଦୁଇଟି ନୁହେଁ, ଏକାସଙ୍ଗେ ୪୦ଟି ବିରାଡିକୁ ନିଜ ପରିବାରର ସଦସ୍ୟ ଭଳି ପାଳିଛନ୍ତି ।

catବିଲେଇ ସାଥୀରେ ମିତ ବସିଛନ୍ତି ଅଙ୍କିତାଙ୍କ ପରିବାର । ନିଜ ପିଲାଛୁଆଙ୍କ ଭଳି ବିଳେଇକୁ ପାଳୁଛନ୍ତି ଅଙ୍କିତା ଓ ତାଙ୍କ ଝିଅ ବିସ୍ମିତା । ଠିକ୍‌ ସମୟରେ ଖାଇବା ଦେବା ଠାରୁ ଆରମ୍ଭ କରି ଲାଳନ ପାଳନରେ କିଛି ବି କମ୍‌ କରିନାହାନ୍ତି । ବାଲେଶ୍ୱର ମେଘ ଡମ୍ବୁରୁ ଅଞ୍ଚଳର ଡାକ୍ତର ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ପରିବାର । ଘରେ ରହିଛନ୍ତି ୪୦ ବିରାଡି । ଦୀର୍ଘ ୭-୮ବର୍ଷ ହେବ ଏହି ବିରାଡି ମାନେ ତାଙ୍କ ପରିବାରର ସଦସ୍ୟ ଭଳି ରହୁଛନ୍ତି ।

catପ୍ରତି ମାସରେ ବିଲେଇ ମାନଙ୍କ ପଛରେ ୨୦ରୁ ୩୦ହଜର ଟଙ୍କା ଖର୍ଚ୍ଚ କରନ୍ତି ପ୍ରଫୁଲ୍ଳଙ୍କ ପରିବାର । ଖାଲି ସେତିକି ନୁହେଁ, ପ୍ରତି ବିଲେଇଙ୍କ ଅଲଗା ଅଲଗା ନାଁ ରହିଛି । ସେହି ନାଁରେ ଡାକିଲେ ପାଖକୁ ଚାଲି ଆସନ୍ତି । ମଣିଷଙ୍କ ପରି ଏମାନେ କଥା ମାନନ୍ତି । ବିରାଡିଙ୍କ ପ୍ରତିଟି ଆବେଗକୁ ପରିବାରର ସଦସ୍ୟ ମାନେ ଭଲ ଭାବେ ବୁଝିପାରିଛନ୍ତି ।

catବିରାଡିଙ୍କ ପାଇଁ ଅନେକ ଥର ସାହି ପଡିଶାଙ୍କ ନିକଟରୁ ଟାହି ଟାପରା ଣୁଣିବାକୁ ପଡିଛି । ଏଭଳିକି ଅନେକ ଥର ବିଲେଇଙ୍କ ପାଇଁ ଥାନାକୁ ଯିବାକୁ ପଡିଛି । ତଥାପି ବିରାଡି ମାନଙ୍କୁ କେବେବି ଅଣଦେଖା କରି ନାହନ୍ତି ପ୍ରଫୁଲ୍ଲଙ୍କ ପରିବାର । ବିଲେଇକୁ ନେଇ ସମାଜରେ କେତେ ଅନ୍ଧ ବିଶ୍ୱାସ ରହିଛି । ଅନେକ ଏହାକୁ ଅଶୁଭ ମାନିଥାନ୍ତି । ଗାଡି ଆଗରେ ବିଲେଇ ଚାଲିଗଲେ ଗାଡି ପଛକୁ ଫେରାଇ ନିଅନ୍ତି । ଏଭଳି ସମୟରେ ବିରାଡିଙ୍କ ସହ ମିତ ବସିଛନ୍ତି ବାଲେଶ୍ୱରର ଏହି ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.