ଭୁବନେଶ୍ୱରର ଏକ ହୋଟେଲରୁ ଠାବ ହେଲେ ଚମ୍ପଟ ମାରିଥିବା କରୋନା ସନ୍ଦିଗ୍ଧ

ଭୁବନେଶ୍ୱର: ଠାବ ହେଲେ କରୋନା ସନ୍ଦିଗ୍ଧ ଆୟରଲାଣ୍ଡର ଯୁବକ। ଭୁବନେଶ୍ୱରର ଏକ ହୋଟେଲରୁ ତାଙ୍କୁ ଠାବ କରାଯାଇଛି। କମିଶନରେଟ ପୋଲିସର ଏକ ଟିମ୍‌ ଦ୍ୱାରା ଉଦ୍ଧାର କରିଛି। ଡାକ୍ତରୀ ଟିମ୍‌ ସହାୟତାରେ ନମୂନା ସଂଗ୍ରହ ପାଇଁ ଉଦ୍ୟମ ଚାଲିଛି। ସରକାରଙ୍କ ପ୍ରୋଟକଲ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଟକ ବଡ଼ ଡାକ୍ତରଖାନାର କରୋନା ସ୍ୱତନ୍ତ୍ର ଓ୍ଵାର୍ଡରୁ ଖସି ପଳାଇଥିଲେ ଆୟର୍‌ଲାଣ୍ଡରୁ ଆସିଥିବା ଯୁବକ।

ଏହି ଯୁବକ ଜଣକ ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇବା ପରେ ଚେକିଂ ସମୟରେ ତାଙ୍କୁ ଜ୍ୱର ହୋଇଥିବା ଜଣାପଡିଥିଲା । ଫଳରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ଅଣାଯାଇ ସ୍ୱତନ୍ତ୍ର ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏହି ସ୍ୱତନ୍ତ୍ର ଓ୍ଵାର୍ଡରୁ ବିଦେଶୀ ଯୁବକ ଜଣକ ଖସି ପଳାଇଥିଲେ। ଏନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.