କରୋନା ଭୟ : ଚୁଟି କାଟିବାକୁ ସେଲୁନବାଲା କ’ଣ କରୁଛନ୍ତି ଦେଖନ୍ତୁ ଭିଡିଓ

ଚୀନରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଚାଇନାରେ ୩ ହଜାର ଲୋକ ମରିଥିବା ବେଳେ ୯୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହି ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି। ସେଠାରେ ପ୍ରାୟତଃ କାର୍ଯ୍ୟ ଠପ୍‌ ହୋଇପଡିଛି। ଶିଳ୍ପ ଇଣ୍ଡଷ୍ଟ୍ରୀ ଠାରୁ ଆରମ୍ଭ କରି ବୈଦ୍ୟୁତିକ ଉପକରଣ ଇତ୍ୟାଦି ସବୁ ଉତ୍ପାଦନ କରୁଥିବା ଇଣ୍ଡଷ୍ଟ୍ରୀ ମଧ୍ୟ ବନ୍ଦ ରହିଛି। ଫଳରେ ଚାରିଆଡେ ମାନ୍ଦାବସ୍ଥା ଦେଖାଦେଇଛି।

ଏହି କରୋନା ଭାଇରସ ଭୟ ଯୋଗୁଁ ସୁରକ୍ଷା ଦୃଷ୍ଟିରେ ଏଠାରେ ଥିବା ସେଲୁନ୍‌ରେ ୪ ଫୁଟ ଦୂରରୁ କେଶ କଟାଯାଉଛି। ଗ୍ରାହକମାନଙ୍କଠାରୁ ସୁରକ୍ଷିତ ଦୂରତାରେ ରହି ସେଲୁନ କର୍ମଚାରୀ କେଶ କାଟୁଥିବାର ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଚାଇନାର ହେନାନ ପ୍ରଦେଶରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଉହାନ ପ୍ରଦେଶ କରୋନା ସଂକ୍ରମଣ ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଠାରେ ଲୋକଙ୍କୁ ବାହାରକୁ ନଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ କରୋନା ସଂକ୍ରମଣ ଭୟରେ ଅନ୍ୟ ପ୍ରଦେଶରେ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.