ସ୍ପେଶାଲ

ଏ ହେଉଛି ମୁଜାଫରପୁରର ‘ବିସ୍ମୟ ଘର’, ଲୋକେ କୁହନ୍ତି ‘ଏଫିଲ ଟାୱାର’, ଜାଣନ୍ତୁ କ’ଣ ରହିଛି ଏହାର ଖାସିୟତ

ବିହାରର ମୁଜାଫରପୁରରେ ଏକ ଘର ଚର୍ଚ୍ଚାର ବିଷୟ ହୋଇଛି। ଗନିପୁର ଅଞ୍ଚଳରେ ତିଆରି ହୋଇଥିବା ୬ ଫୁଟ ଚଉଡ଼ା ଏବଂ ୫ ମହଲା ବିଶିଷ୍ଟ ଏକ କୋଠାଘର ଏବେ ଯୁବପୀଢ଼ିଙ୍କ ସେଲ୍ଫି ପଏଣ୍ଟ ପାଲଟିଛି। ଲୋକେ ଏହାକୁ ଦୂର ଦୂରରୁ ଦେଖିବା ପାଇଁ ଆସୁଛନ୍ତି। କିଏ ଏହାକୁ ମୁଜାଫରପୁରର ‘ଏଫିଲ ଟାୱାର’ କହୁଛନ୍ତି ତ କିଏ ଏହାକୁ ମଣିଷ ଦ୍ୱାରା ତିଆରି ‘ବିସ୍ମୟ ଘର’ କହୁଛନ୍ତି। ଖାସ କଥା ହେଉଛି, ମାତ୍ର ଏତିକି ଜାଗାରେ ତିଆରି ହୋଇଥିବା ଏହି ଘରେ ସମସ୍ତ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ ଅଛି।

ସନ୍ତୋଷ ଓ ଅର୍ଚ୍ଚନା ଏହି ଘରର ମାଲିକ। ସେମାନେ ନିଜ ବିବାହର ଠିକ ପରେ ପରେ ଏହି ଜାଗା କିଣିଥିଲେ। ଜାଗାର ଚଉଡ଼ା ମାତ୍ର ୬ ଫୁଟ ଥିବାରୁ ଲୋକେ ଏହାକୁ ବିକିଦେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ବିବାହ ସ୍ମୃତିରେ କିଣିଥିବା ଏହି ଜମିକୁ ଦମ୍ପତି ବିକିବାକୁ ମନା କରିଦେଇଥିଲେ। ସେମାନେ ଏହି ଜାଗା ଉପରେ ଘର ତିଆରି କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

ଦମ୍ପତି ନିଜେ ହିଁ ଘରର ନକ୍ସା ପ୍ରସ୍ତୁତ କରିଥିଲେ ଏବଂ ୨୦୧୨ରେ ନକ୍ସା ପାସ ହେବା ପରେ ୨୦୧୫ରେ ଏହି ଘର ତିଆରି ହୋଇଥିଲା। ଏହାର ଗୋଟିଏ ଫ୍ଲୋରକୁ କୌଶଳ ବିକାଶ କେନ୍ଦ୍ର ପାଇଁ ଟ୍ରେନିଂ ସେଣ୍ଟରକୁ ଭଡ଼ା ଦିଆଯାଇଛି। ଏଠାରେ ପାଖାପାଖି ୨୦ଜଣ ଛାତ୍ର କମ୍ପ୍ୟୁଟରରେ ଟ୍ରେନିଂ ନେଉଛନ୍ତି।

ଉପର ଫ୍ଲୋରରେ ବ୍ୟାଚେଲର ଛାତ୍ରମାନେ ରହୁଛନ୍ତି। ରୁମରେ ଏକ ବେଡ ସହିତ ଷ୍ଟଡି ଟେବୁଲ, ଚେୟାର, କିଚେନ ଏବଂ ଶୌଚାଳୟ ବ୍ୟବସ୍ଥା ରହିଛି। ଛାତ ଉପରକୁ ଗଲେ ଆପଣ ସହରର ଦୃଶ୍ୟ ଦେଖିବାକୁ ପାଇପାଇବେ। ଆଶ୍ଚର୍ଯ୍ୟର କଥା, ଏହି ବିଲ୍ଡିଂର ପ୍ରଥମ ଭାଗରେ ସିଡି ଏବଂ ଶେଷ ଭାଗରେ ଘର ତିଆରି ହୋଇଛି।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

34 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago