ରାଜ୍ୟ

ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା କୋଭିଡ୍ ସଚେତନତା ସପ୍ତାହ, ୭ ଦିନ ବ୍ୟାପି ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ

ବ୍ରହ୍ମପୁର (କେନ୍ୟୁଜ): ଆଜି ଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ ସପ୍ତାହ। ଜିଲ୍ଲାରେ କୋରନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିବା ଲୋକେ କିଭଳି ଭାବେ ଆହୁରି ଅଧିକ ସଚେତନ ହେବେ ସେ ନେଇ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଜି ପ୍ରଥମ ଦିନରେ ବ୍ରହ୍ମପୁର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ଅକ୍ସିଜେନ ଯାଞ୍ଚ କରାଯାଇଥିଲା। ଏହାପରେ ସ୍ବାସ୍ଥ୍ୟକର୍ମୀ ମାନଙ୍କ ଦ୍ବାରା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।୧୧:୩୦ମିନିଟ୍ ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶପଥପାଠ କାର୍ଯ୍ୟକ୍ରମରେ ସମସ୍ତ କାର୍ଯ୍ୟାଳୟର କର୍ମଚାରୀ ମାନେ ସାମିଲ ହୋଇ ଶପଥ ନେଇଥିଲେ। ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଏହି କୋଭିଡ ସପ୍ତାହ କାର୍ଯ୍ୟକ୍ରମ ଚାଲୁ ରହିବ।

ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣକୁ ଆସିଥିବା ବୋଳ ଏବେ ପର୍ଯ୍ୟନ୍ତ ଜିଲ୍ଲାରୁ କୋରୋନାର ସଂକ୍ରମଣ ସମ୍ପୂର୍ଣ୍ଣ ରୂପେ ଯାଇନାହିଁ। ତେଣୁ କୋରୋନାକୁ ନେଇ ଲୋକଙ୍କ ମଧ୍ୟରେ ଆହୁରି ଅଧିକ ସଚେତନତା ନିମନ୍ତେ ଆଜି ଠାରୁ ଜିଲ୍ଲାରେ କୋଭିଡ ସପ୍ତାହ ଆରମ୍ଭ ହୋଇଛି । ସାତ ଦିନ ଧରି କୋରୋନା ନିୟମକୁ ଲୋକେ କିଭଳି ପାଳନ କରିବେ ସେ ନେଇ ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ଗ୍ରାମଞ୍ଚଳରେ ସଚେତନତାକୁ ବ୍ୟାପକ କରାଯିବ। ଆଜି କୋଭିଡ ସପ୍ତାହର ପ୍ରଥମ ଦିନରେ ବ୍ରହ୍ମପୁର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକଙ୍କ ଥର୍ମାଲ ସ୍କ୍ରିନିଂ ସହ ଅକ୍ସିଜେନ ଯାଞ୍ଚ କରାଯାଇଥିଲା। ଯେଉଁ ମାନଙ୍କର ଅକ୍ସିଜେନ ପରିମାଣ କମ ଥାଏ ଅଥବା ତାପମାତ୍ରା ଅଧିକ ରୁହେ ସେମାନଙ୍କୁ ଡାକ୍ତର ପରାମର୍ଶ ନେବା ନିମନ୍ତେ ପରାର୍ମଶ ଦିଆଯାଉଛି। ସ୍କ୍ରିନିଂ ପରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ଯେଉଁଠାରେ ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷା ନିମନ୍ତେ ଲୋକଙ୍କୁ ସଚେତନ କରାଯାଇଥିଲା।

ସେହିପରି କୋଭିଡ ସପ୍ତାହ ଅବସରରେ ୧୧:୩୦ ମିନିଟ ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବ୍ରହ୍ମପୁର ମହାନଗର ନିଗମର କାର୍ଯ୍ୟଳୟରେ ମଧ୍ୟ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ। କୋଭିଡ ନିୟମକୁ ପାଳନ କରିବା ସହ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଓ ସହଯୋଗ କରିବା ଭଳି ୧0ଟି ବିଷୟକୁ ନେଇ ସମସ୍ତେ ଶପଥପାଠ କରିଥିଲେ। ସପ୍ତାହ ମଧ୍ୟରେ କୋଭିଡ୍ ବିଷୟ ବସ୍ତୁକୁ ଆଧାର କରି କୋଭିଡ୍ ର ସ୍ଲୋଗାନ୍, ବକ୍ତତା, ଚିତ୍ରାଙ୍କନ, କବିତା ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ସମସ୍ତ ଦୋକାନ ଗୁଡିକରେ ୫ ସୂତ୍ରୀ ପାଳନ କରାଯାଉଛି ନା ନାହିଁ ତାହା କଡାକଡି କରାଯିବ । ଜିଲ୍ଲାର ସମସ୍ତ ଜନ ସାଧାରଣ ଯେପରି ମାସ୍କ ବିନା ବାହାରକୁ ଯିବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ବିଏମସି କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦୋର ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।ଜିଲ୍ଲାରେ କୋରୋନା ଭାଇରସର ସମ୍ପୂର୍ଣ୍ଣ ପ୍ରଭାବ ଟଳିନଥିବା ଯୋଗୁଁ ଲୋକେ ଅଧିକ ସଚେତନ ରହିବା ଜରୁରୀ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

8 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago