ରଙ୍ଗ ବଦଳାଇବା ଏଣ୍ଡୁଅର ଏକ ଖାସ୍ ବିଶେଷତ୍ୱ। ସାଧାରଣତଃ ଏଣ୍ଡୁଅମାନେ ୪ରୁ ୫ ଇଞ୍ଚ ଲମ୍ବା ହୋଇଥାଆନ୍ତି। କିନ୍ତୁ ନିକଟରେ ବୈଜ୍ଞାନିକମାନେ ଏମିତି ଏକ ଏଣ୍ଡୁଅର ସନ୍ଧାନ ପାଇଛନ୍ତି, ଯାହାର ଲମ୍ବା ୧ ଇଞ୍ଚରୁ ବି କମ୍। ବୈଜ୍ଞାନିକମାନଙ୍କୁ ଏଣ୍ଡୁଅର ଏହି ନିଆରା ପ୍ରଜାତି ଉତ୍ତର ମେଡାଗାସ୍କର ଜଙ୍ଗଲରୁ ମିଳିଛି, ଯାହା ‘ବ୍ରୁକେଶିଆ ନାନା’ ନାଁରେ ଜଣାଯାଇଥାଏ। ତେବେ ଏହା ଦୁନିଆର ସବୁଠୁ ଛୋଟ ସରୀସୃପ ଅର୍ଥାତ୍ ଏହାକୁ ‘ନାନୋ ଏଣ୍ଡୁଅ’ ବୋଲି ବୈଜ୍ଞାନିକମାନେ ନାମ ଦେଇଛନ୍ତି।
ସାଇଣ୍ଟିଷ୍ଟ ଓଲିଭର୍ ହାଲିସ୍ଚେକ୍ଙ୍କ ମୁତାବକ, ନାନୋ ଏଣ୍ଡୁଅ ଜଙ୍ଗଲରେ ରହିଥାଏ। ଏହି ପ୍ରଜାତିର ସଂରକ୍ଷଣ ପାଇଁ ଜଙ୍ଗଲ କଟାକୁ ରୋକିବାକୁ ହେବ। କହି ରଖୁଛୁ, ବୈଜ୍ଞାନିକମାନଙ୍କୁ ଏହି ଖାସ୍ ପ୍ରଜାତିର ଦୁଇଟି ଅଣ୍ଡିରା ଏବଂ ଦୁଇଟି ମାଈ ଏଣ୍ଡୁଅ ମିଳିଛନ୍ତି। ଅଣ୍ଡିରା ଏଣ୍ଡୁଅର ଆକାର ମାଈ ଅପେକ୍ଷା କମ୍ ରହିଛି। ଅଣ୍ଡିରା ୦.୫୩ ଇଞ୍ଚ ହୋଇଥିବା ବେଳେ ମାଈର ଆକାର ରହିଛି ୦.୭୫ ଇଞ୍ଚ।
ବୈଜ୍ଞାନିକମାନଙ୍କ କହିବା ହେଲା, ନାନୋ ଏଣ୍ଡୁଅ ଶରୀରର ୨୦ ପ୍ରତିଶତ ଭାଗ ରିପ୍ରଡକ୍ଟିଭ୍ ଅର୍ଗାନ୍। ବୈଜ୍ଞାନିକ ମାର୍କ ଶର୍ଜ କୁହନ୍ତି, କିଛି ଜୀବଙ୍କଠାରେ ରିପ୍ରଡକ୍ଟିଭ୍ ଅର୍ଗାନ୍ ତାଙ୍କ ଶରୀର ଅନୁପାତରେ ବଡ଼ ହୋଇଥାଏ। ସାରା ବିଶ୍ୱରେ ଏ ପର୍ଯ୍ୟନ୍ତ ୧୧,୫୦୦ ସରୀସୃପ ମିଳିଛନ୍ତି। ସେମାନଙ୍କ ମଧ୍ୟରେ ନାନୋ ଏଣ୍ଡୁଅର ଏହି ପ୍ରଜାତି ସବୁଠୁ ଛୋଟ। ଏହାର ଖୋଜ୍ ଜର୍ମାନୀ ଏବଂ ମେଡାଗାସ୍କର ବୈଜ୍ଞାନିକମାନଙ୍କ ଟିମ୍ କରିଛି।
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…