Below header

ଏ ହେଉଛି ଦୁନିଆର ସବୁଠୁ ଛୋଟ ଏଣ୍ଡୁଅ, ଅଙ୍ଗୁଳି ଶୀର୍ଷର ବରାବର ଅଟେ ଏହାର ଆକାର, ଜାଣନ୍ତୁ ବିଶେଷତ୍ୱ

ରଙ୍ଗ ବଦଳାଇବା ଏଣ୍ଡୁଅର ଏକ ଖାସ୍‌ ବିଶେଷତ୍ୱ। ସାଧାରଣତଃ ଏଣ୍ଡୁଅମାନେ ୪ରୁ ୫ ଇଞ୍ଚ ଲମ୍ବା ହୋଇଥାଆନ୍ତି। କିନ୍ତୁ ନିକଟରେ ବୈଜ୍ଞାନିକମାନେ ଏମିତି ଏକ ଏଣ୍ଡୁଅର ସନ୍ଧାନ ପାଇଛନ୍ତି, ଯାହାର ଲମ୍ବା ୧ ଇଞ୍ଚରୁ ବି କମ୍‌। ବୈଜ୍ଞାନିକମାନଙ୍କୁ ଏଣ୍ଡୁଅର ଏହି ନିଆରା ପ୍ରଜାତି ଉତ୍ତର ମେଡାଗାସ୍କର ଜଙ୍ଗଲରୁ ମିଳିଛି, ଯାହା ‘ବ୍ରୁକେଶିଆ ନାନା’ ନାଁରେ ଜଣାଯାଇଥାଏ। ତେବେ ଏହା ଦୁନିଆର ସବୁଠୁ ଛୋଟ ସରୀସୃପ ଅର୍ଥାତ୍‌ ଏହାକୁ ‘ନାନୋ ଏଣ୍ଡୁଅ’ ବୋଲି ବୈଜ୍ଞାନିକମାନେ ନାମ ଦେଇଛନ୍ତି।

ସାଇଣ୍ଟିଷ୍ଟ ଓଲିଭର୍‌ ହାଲିସ୍‌ଚେକ୍‌ଙ୍କ ମୁତାବକ, ନାନୋ ଏଣ୍ଡୁଅ ଜଙ୍ଗଲରେ ରହିଥାଏ। ଏହି ପ୍ରଜାତିର ସଂରକ୍ଷଣ ପାଇଁ ଜଙ୍ଗଲ କଟାକୁ ରୋକିବାକୁ ହେବ। କହି ରଖୁଛୁ, ବୈଜ୍ଞାନିକମାନଙ୍କୁ ଏହି ଖାସ୍‌ ପ୍ରଜାତିର ଦୁଇଟି ଅଣ୍ଡିରା ଏବଂ ଦୁଇଟି ମାଈ ଏଣ୍ଡୁଅ ମିଳିଛନ୍ତି। ଅଣ୍ଡିରା ଏଣ୍ଡୁଅର ଆକାର ମାଈ ଅପେକ୍ଷା କମ୍‌ ରହିଛି। ଅଣ୍ଡିରା ୦.୫୩ ଇଞ୍ଚ ହୋଇଥିବା ବେଳେ ମାଈର ଆକାର ରହିଛି ୦.୭୫ ଇଞ୍ଚ।

ବୈଜ୍ଞାନିକମାନଙ୍କ କହିବା ହେଲା, ନାନୋ ଏଣ୍ଡୁଅ ଶରୀରର ୨୦ ପ୍ରତିଶତ ଭାଗ ରିପ୍ରଡକ୍ଟିଭ୍‌ ଅର୍ଗାନ୍‌। ବୈଜ୍ଞାନିକ ମାର୍କ ଶର୍ଜ କୁହନ୍ତି, କିଛି ଜୀବଙ୍କଠାରେ ରିପ୍ରଡକ୍ଟିଭ୍‌ ଅର୍ଗାନ୍‌ ତାଙ୍କ ଶରୀର ଅନୁପାତରେ ବଡ଼ ହୋଇଥାଏ। ସାରା ବିଶ୍ୱରେ ଏ ପର୍ଯ୍ୟନ୍ତ ୧୧,୫୦୦ ସରୀସୃପ ମିଳିଛନ୍ତି। ସେମାନଙ୍କ ମଧ୍ୟରେ ନାନୋ ଏଣ୍ଡୁଅର ଏହି ପ୍ରଜାତି ସବୁଠୁ ଛୋଟ। ଏହାର ଖୋଜ୍‌ ଜର୍ମାନୀ ଏବଂ ମେଡାଗାସ୍କର ବୈଜ୍ଞାନିକମାନଙ୍କ ଟିମ୍‌ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.