ଅନଲାଇନ କ୍ଲାସରେ ଗାଳି ପଡିବାରୁ ମ୍ଯାଡାମଙ୍କ ଠାରୁ ପ୍ରତିଶୋଧ ନେବାକୁ ଛାତ୍ରୀ ଆପଣାଇଲା ଏହି ଉପାୟ, ଶେଷରେ ମ୍ଯାଡାମ ନେଲେ ପୋଲିସର ସହାୟତା

ଲକ୍ଷ୍ମୌ: ଲକ୍ଷ୍ମୌରେ ଅନଲାଇନ କ୍ଲାସରେ ଗାଳି ଶୁଣିବା ଯୋଗୁଁ ଜଣେ ଛାତ୍ରୀଙ୍କ ଶିକ୍ଷକଙ୍କ ଠାରୁ ପ୍ରତିଶୋଧ ନେବା ପରେ ଶିକ୍ଷକଙ୍କ ସମେତ ତାଙ୍କ ଘର ଲୋକଙ୍କର ଫେକ୍ ଇନଷ୍ଟାଗ୍ରାମ ଏବଂ ଫେସବୁକ ଆଇଡି ବନାଇଛି। କେବଳ ଏତିକି ନୁହେଁ, ଆଇଡି ବନାଇବା ପରେ ସେଥିରେ ଲୋକଙ୍କୁ ଅଶ୍ଳୀଳ ଫଟୋ ଏବଂ ମେସେଜ କରୁଥିଲା। ଅନ୍ଯ ଲୋକଙ୍କୁ ଅଶ୍ଳୀଳ ଚାଟ୍ କରି ଶିକ୍ଷକଙ୍କୁ ବଦନାମ ମଧ୍ୟ କରୁଥିଲା। ସୋସିଆଲ ପ୍ଲାଟଫର୍ମରେ ଅଶ୍ଳୀଳ ଫଟୋ ଅପଲୋଡ କରି ଶିକ୍ଷୟିତ୍ରୀଙ୍କର ଫୋନ ନମ୍ବର ମଧ୍ୟ ସେୟାର କରିଦେଇଥିଲା। ଯାହା ପରେ ଶିକ୍ଷୟିତ୍ରୀ ଜଣକ ପୋଲିସ ଥାନାରେ ଅଭିଯୋଗ କରିବ ପରେ ଘଟଣା ସାମ୍ନାକୁ ଆସିଥିଲା।

ୟୁପି ପୋଲିସ ସାଇବର ସେଲ ସାହାଯ୍ଯରେ ଛାତ୍ରୀଙ୍କୁ ଗିରଫ କରି ପଚରାଉଚରା ଚଲାଇବା ପରେ ଛାତ୍ରୀଙ୍କୁ ଛାଡି ଦେଇଛି। ପୋଲିସ ମୁତାବକ, ବାରାବଙ୍କୀରେ ରହୁଥିବା ଛାତ୍ରୀ ଜଣକ ବି.କମ୍ ପଢନ୍ତି। ଅନଲାଇନ କ୍ଲାସ ଚାଲିଥିବା ବେଳେ ଶିକ୍ଷୟିତ୍ରୀ ଜଣକ ତାଙ୍କୁ ଗାଳି କରିଥିଲେ। ତେଣୁ ମ୍ଯାଡାମଙ୍କ ଏହି କଥାରେ ଛାତ୍ରୀ ଜଣକ ରାଗିଯାଇ ଏପରି କାଣ୍ଡ କରିଥିଲା।

କେବଳ ମ୍ଯାଡାମ ନୁହେଁ, ତାଙ୍କ ଘର ଲୋକଙ୍କ ନାମରେ ମଧ୍ୟ ଫେକ ଆଇଡି କରି ସମସ୍ତଙ୍କ ଆକାଉଣ୍ଟରୁ ଅଶ୍ଳୀଳ ଫଟୋ ଏବଂ ମେସେଜ କରୁଥିଲା। ଯାହା ପରେ ମ୍ଯାଡାମ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ଘଟଣାର ତଦନ୍ତ କରି ଛାତ୍ରୀ ଜଣକୁ ଗିରଫ କରିଥିଲା କିନ୍ତୁ ପରେ ଜରିମାନା ଦେଇ ତାଙ୍କୁ ଛାଡିଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.