ହୋଇନି ଜମି ଅଧିଗ୍ରହଣ, ନିର୍ମାଣ ହୋଇସାରିଛି ରେଳପଥ : ନ୍ଯାୟ ନମିଳିଲେ ଅନଶନ କରିବାକୁ ବାପା ଓ ପୁଅଙ୍କ ଚେତାବନୀ

ଭଦ୍ରକ : ଭଦ୍ରକ ଜିଲ୍ଲାରେ ଧାମରାଠାରେ ବନ୍ଦର ହେଲା । ଲୋକମାନେ ନିଜ ନିଜର ମୂଲ୍ୟବାନ ଜମି ଦେଲେ । ହେଲେ ଏପର‌୍ୟ୍ୟନ୍ତ କିଛି ଜମିହରାଙ୍କୁ ବନ୍ଦର କତୃପକ୍ଷ ଦେଇଥିବା ପ୍ରତିଶୃତି ପୂରଣ କରିପାରିନଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି ଯାହାର ସମାଧାନ ନାଁ ଜିଲ୍ଲା ପ୍ରଶାସନ କରୁଛି ନାଁ ବନ୍ଦର କତୃପକ୍ଷ ।

ଏପରି ଏକ ‌ଅଭିଯୋଗ କରିଛନ୍ତି ପିରାହାଟ ଦୈତଲପୁର ପଂଚାୟତର ଜଣେ ଜମିହରା ପରିବାର । ଅଭିଯୋଗ ମୁତାବକ ଦୈଲତପୁର ପଂଚାୟତର ଅଭିମନ୍ୟୁ ବେହେରାଙ୍କ ଖେଦରପୁର ମୈାଜାରେ ଥିବା ଖାତା ନମ୍ବର ୪୯୯ ଖସଡା ୫୨୭ ନମ୍ବର ଜମିକୁ ଅଧିଗ୍ରହଣ ନକରି ବର୍ତମାନର ଆଦାନୀ ପୋର୍ଟ ତାଉପରେ ରୋଳପଥ ନିର୍ମାଣ କରିସାରିଛି । ତେବେ ପୂର୍ବରୁ ରେଳପଥ କାମ ଆରମ୍ଭ ସମୟରେ ଅଭିମନ୍ୟୁଙ୍କ ପୁଅକୁ ଚାକିରି ଦେବା ସହ ଜମିର ମୂଲ୍ୟ ଦେବାକୁ ପ୍ରତିଶୃତି ଦେବା ସହ ଲିଖିତ ରାଜିନାମା କରିଥିଲେ ବନ୍ଦର କତୃପକ୍ଷ ।

ହେଲେ ବର୍ତମାନ ସ୍ଥାୟୀ ଚାକିରି ନଦେଇ ଠିକା ସଂସ୍ଥା ଦ୍ୱାରା କାମ ଦେଉଥିବାରୁ ଜମିହରା ପରିବାର ଏହାକୁ ବିରୋଧ କରି ରେଳପଥରେ ଚାଲିଥିବା ବାଲାଷ୍ଟ ପେକିଙ୍ଗ କାମକୁ ବନ୍ଦ କରିଛନ୍ତି । ଦୀର୍ଘ ବର୍ଷ ହେଲା ଏହି ଘଟଣା ବାବଦରେ ବାରମ୍ବାର ଜିଲ୍ଲାପାଳ , ବନ୍ଦର କତୃପକ୍ଷ ଙ୍କୁ ଲିଖିତ ଭାବେ ଅଭିଯୋଗକାରି ଜଣାଉଥିଲେ ବି ପ୍ରଶସାନ କି ବନ୍ଦର କତୃପକ୍ଷ କିଛି ବୁଝୁନଥିବା ଅଭିଯୋଗ କରିଛନ୍ତି ଜମିହରା ପରିବାର । ତେବେ ବର୍ତମାନ ସୁଧା ବି ଅଧିଗ୍ରହଣ ହୋଇନଥିବା ପ୍ଲଟର ଖଜଣା ଅଭିମନ୍ୟୁ ଦେଉଥିବା କଥା କହିଛନ୍ତି । ତେବେ ଯଦି ଅଭିମନ୍ୟୁଙ୍କ ପୁଅକୁ ବନ୍ଦର ପକ୍ଷ ସ୍ଥାୟୀ ନିଯୁକ୍ତି ନଦିଅନ୍ତି ତେବେ ଆଗାମୀ ଦିନରେ ବାପା ଓ ପୁଅ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.