Below header

କଫି ପିଇବାର ସଠିକ୍ ସମୟ କ’ଣ ? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ଏବେ କଫି ପିଉଥିବା ଲୋକଙ୍କ ସଂଖ୍ଯା ଧିରେ ଧିରେ ବଢିବାକୁ ଲାଗିଲାଣି। ଥକ୍କାପଣ ଦୂର କରିବା ପାଇଁ ଲୋକ କଫି ପିଉଛନ୍ତି। ଏକ ଅଧ୍ୟୟନ ମୁତାବକ, କଫି ପିଇବା ଦ୍ବାରା ଶରୀରରେ ଏନର୍ଜି ଆସିଥାଏ। କଫି ପିଇବାର ସଠିକ୍ ସମୟ ରହିଛି କିନ୍ତୁ ଆଜିକାଲି ଲୋକ ଦରକାର ଠାରୁ ଅଧିକ କଫି ପିଇବାକୁ ଲାଗିଛନ୍ତି। ଯେଉଁଥି ପାଇଁ ଶରୀରକୁ କ୍ଷତି ପହଞ୍ଚୁଛି।

ତେବେ ଜାଣନ୍ତୁ କେଉଁ ସମୟରେ କଫି ପିଇବା ଉଚିତ ନୁହେଁ….

ଅଧ୍ୟୟନ ମୁତାବକ, ଖାଇବାର ଠିକ୍ ପରେ ପରେ କେବେ ବି କଫି ପିଅନ୍ତୁ ନାହିଁ। ନଚେତ ପାଚନ କ୍ରିୟା ବିଗିଡିଯିବ। ଏମିତି କଲେ ଖାଦ୍ଯରେ ଥିବା ଆଇରନକୁ ଶରୀର ଅବଶୋଷିତ କରିପାରେ ନାହିଁ।

coffee tea

ଏହାଛଡା ଖାଲି ପେଟରେ ମଧ୍ୟ କେବେ ବି କଫି ପିଅନ୍ତୁ ନାହିଁ, ଏମିତି କଲେ ଆପଣଙ୍କ ମୁଡ ଉପରେ ପ୍ରଭାବ ପଡିପାରେ। ଏଥିରେ ଥିବା କେଫିନ ନକାରାତ୍ମକ ଉପାୟରେ ମସ୍ତିଷ୍କ ଉପରେ ପ୍ରଭାବ ପକାଏ। ସକାଳେ ବ୍ରେକଫାଷ୍ଟ କରିବା ପରେ କଫି ପିଅନ୍ତୁ। ଯାହାଦ୍ବାରା ଶରୀରକୁ କମ୍ କ୍ଷତି ପହଞ୍ଚିବ।

ଶରୀରରେ ସଲିଡ ଫୁଡ ଧୀରେ ଧୀରେ ବ୍ଲଡ ସୁଗାର ବଢାଇଥାଏ କିନ୍ତୁ ଲିକ୍ବିଡହ ଫୁଡ ତୁରନ୍ତ ବ୍ଲଡ ସୁଗାର ବଢାଇଦିଏ।। ତେଣୁ ଯଦି ଆପଣ କଫି ପିଇବାକୁ ସଉକ ରଖନ୍ତି, ତେବେ ଖାଇବା ପରେ ହିଁ ଖାହାନ୍ତୁ। ବ୍ରେକଫାଷ୍ଟ ପରେ କଫି ପିଇଲେ ଏହା ଶରୀରକୁ ଫାଇଦା ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.