Below header

ଆଜି ଠାରୁ ଆରମ୍ଭ ହେଉଛି ମାଘ ଗୁପ୍ତ ନବରାତ୍ରୀ, ଜାଣନ୍ତୁ ପୂଜା ବିଧି

ହିନ୍ଦୁ ଧର୍ମରେ ନବରାତ୍ରିର ଏକ ବିଶେଷ ମହତ୍ୱ ଅଛି । ବର୍ଷକୁ ଦୁଇ ଥର ପଡୁଥିବା ଚୈତ୍ର ନବରାତ୍ରି ଓ ଶାରଦୀୟ ନବରାତ୍ରି ବାବଦରେ ତ ସମସ୍ତେ ଜାଣନ୍ତି । କିନ୍ତୁ ଏହା ବ୍ୟତୀତ ଆଉ ତିନୋଟି ନବରାତ୍ରି ବି ପାଳନ କରାଯାଇଥାଏ । ସେଗୁଡିକ ହେଉଛି ପୌଷ ଗୁପ୍ତ ନବରାତ୍ରୀ, ଆଷାଢ଼ ଗୁପ୍ତ ନବରାତ୍ରୀ ଓ ମାଘ ଗୁପ୍ତ ନବରାତ୍ରୀ । ମାଘ ମାସରେ ପଡୁଥିବା ଏହି ନବରାତ୍ରୀକୁ ମାଘ ଗୁପ୍ତ ନବରାତ୍ରୀ ବୋଲି କୁହାଯାଏ । ଚଳିତ ଥର ଏହି ନବରାତ୍ରୀର ଆରମ୍ଭ ଫେବୃଆରୀ ୧୨ ତାରିଖ ଅର୍ଥାତ ଆଜିଠାରୁ ହିଁ ଆରମ୍ଭ ହେଉଛି । ଯାହାକୁ ଶିଶିର ନବରାତ୍ରି ନାଁରେ ବି ଜଣାଯାଏ । ତେବେ ଆସନ୍ତୁ ଜାଣିରଖିବା ଏହାର ବିଶେଷ ମୁହୂର୍ତ୍ତ ବାବଦରେ ।

ଘଟ ସ୍ଥାପନା ମୁହୂର୍ତ୍ତ: ସକାଳ ୮ ଟା ୩୪ ମିନିଟରୁ ୯ ଟା ୫୯ ମିନିଟ ପର୍ଯ୍ୟନ୍ତ

ଅଭିଜିତ ମୁହୂର୍ତ୍ତ: ଦ୍ବିପହର ୧୨ ଟା ୧୩ ମିନିଟରୁ ୧୨ ଟା ୫୮ ମିନିଟ ପର୍ଯ୍ୟନ୍ତ

magha nabaratri

pic credit: punjab kesari

ପୂଜା ବିଧି:

ପ୍ରଥମେ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତିକୁ ଏକ ସ୍ୱଚ୍ଛ ଖଟୁଲିରେ ସ୍ଥାପନା କରନ୍ତୁ । ଏବେ ମା’ଙ୍କୁ ଏକ ଲାଲ ରଙ୍ଗର ଓଢଣୀ ଚଢ଼ାନ୍ତୁ । ଏବେ ନଡ଼ିଆ, ଫଳ , ଶୃଙ୍ଗାର ଜିନିଷ ଆଦି ଚଢ଼ାନ୍ତୁ । ମା’ଙ୍କ ଲାଲ ଫୁଲ ସବୁଠୁ ପ୍ରିୟ ହୋଇଥାଏ । ଭୁଲରେ ବି ଦୁବ, ତୁଳସୀ ଆଦି ଚଢ଼ାଇବେ ନାହିଁ । ଏବେ ଦୀପ ଜଳାଇ ମା’ ମନ୍ତ୍ର ଜପ କରନ୍ତୁ । ଏହା ସହ ଦୁର୍ଗା ଚାଳିଶା ପାଠ କରନ୍ତୁ । ମା’ ଦିନକୁ ଦୁଇ ଥର ଭୋଗ ଲଗାନ୍ତୁ । ପୂଜାରେ ଭାଗ ନେଇଥିବା ସମସ୍ତଙ୍କୁ ଭୋଗ ଵାଟନ୍ତୁ । ନ ଦିନ ଯାଏଁ ନିଜ ଖାଦ୍ୟ ପେୟ, ଆଧାର ସାତ୍ଵିକ ରଖନ୍ତୁ ।

ଏବେ ଏକ କାଠ ଚୌକି ଉପରେ ଏକ ଲାଲ କପଡା ବିଛନ୍ତୁ । ଏବେ ମୂର୍ତ୍ତି କିମ୍ବା ପ୍ରତିକୃତ୍ତି ସ୍ଥାପନା କରନ୍ତୁ । ମା’ ଙ୍କ ସାମ୍ନାରେ ଏକ ବଡ଼ ଏକ ମୁଖି ଦୀପ ଜଳାନ୍ତୁ । ସକାଳେ ଓ ସନ୍ଧ୍ୟା ଧ୍ୟାନ କରିବା ସହ ୧୦୮ ଥର ମନ୍ତ୍ର ଜପନ୍ତୁ । ତନ୍ତ୍ର ସାଧନା କରୁଥିବା ଲୋକେ ସାଧାରଣତଃ ରାତି ଅଧରେ ମା’ଙ୍କ ପୂଜାର୍ଚ୍ଚନା କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.