Below header

ମୋହନା: ପିକଅପ ଭ୍ୟାନ୍ ସହ ୧୪୮ ଖଣ୍ଡ ଶାଳ କାଠ ଜବତ, ୨ଗିରଫ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ଅଡବା ପୋଲିସ ପେଟ୍ରୋଲିଙ୍ଗ କଲାବେଳେ ଅଡବା ଛକ ନିକଟରୁ ଏକ ପିକଅପ ଭ୍ୟାନ ସହ ୧୪୮ ଖଣ୍ଡ ଶାଳକାଠ ଜବତ କରିଛି। ଏହାସହ କାଠ ବୋଝଇ ଗାଡିକୁ ଏସ-କର୍ଟ କରି ନେଉଥୁବା ଏକ ମୋଟର ସାଇକେଲ ମଧ୍ୟ ଜବତ ହୋଇଛି। କାଠ ଚୋରାଚାଲାଣ ଅଭିଯୋଗରେ ବଲାଙ୍ଗୀର ଜ଼ିଲ୍ଲା ଉଚ୍ଚାଭଲ ଗ୍ରାମର ଦିନେଶ ଦୋରା ଏବଂ ଗଞ୍ଜାମ ଜ଼ିଲ୍ଲା ଖଣ୍ଡଦେଉଳି ଗ୍ରାମର ସିମାଞ୍ଚଳ ସେଠୀକୁ ଗିରଫ କରାଯାଇଛି l

ଏହି କାଠ ବିରିକୋଟ ଅଞ୍ଚଳ ରୁ ବ୍ରହ୍ମପୁର ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି l ଜବତ କାଠ ର ଆନୁମାନିକ ମୂଲ୍ୟ ଏକ ଲକ୍ଷ ରୁ ଉର୍ଦ୍ଧ ହେବ l ଜବତ ଗାଡି, କାଠ ଏବଂ ଗିରଫ ଅଭିଯୁକ୍ତକୁ ଅଡବା ପୋଲିସ ମୋହନା ବନବିଭାଗକୁ ହସ୍ତାନ୍ତର କରିଛି l ଏନେଇ ବନବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ବେଳେ, ଅଞ୍ଚଳରୁ ଏହିଭଳି ବାରମ୍ବାର ମୂଲ୍ୟବାନ ଗଛକାଟି କାଠକୁ ବାହାରକୁ ଚୋରାଚାଲାଣ କରିବାରେ ମୁଖ୍ୟ ଖଳନାୟକ ସାଜୁଥିବା ସ୍ଥାନୀୟ କାଠ ମାଫିଆଙ୍କୁ ବନବିଭାଗ କେବେ ଗିରଫ କରୁଛି ଏବଂ କାଠ ଚୋରାଚାଲାଣ ରୋକିବା ଦିଗରେ କି ପଦକ୍ଷେପ ନେଉଛି ତାକୁ ଅପେକ୍ଷା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.