Below header

କଳିଙ୍ଗ ରତ୍ନ ଆଷ୍ଟ୍ରୋ ଷ୍ଟାର ସମ୍ମାନରେ ସମ୍ମାନିତ ହେଲେ ଚାନ୍ଦବାଲି ଜଳଧରପୁର ଗାଁର ଆଚାର୍ଯ୍ୟ ମଣିଶଙ୍କର ନାୟକ

ଚାନ୍ଦବାଲି: ଆଚାର୍ଯ୍ୟ ମଣିଶଙ୍କର ନାୟକ । ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହିରା ପଂଚାୟତର ଜଳଧରପୁର ଗାଁ । ପିଲାଟି ଦିନୁ ମଣିଶଙ୍କରଙ୍କର ଜ୍ୟୋତିଷ ଶାସ୍ତ୍ର ଓ ବେଦ ପାଠ ଉପରେ ବେଶ ରୁଚି ଥିଲା । ନିଜର ବାପାଙ୍କ ପାଖରେ ବସି ବସି ପୂଜା ପାଠ ବିଷୟରେ ଅନେକ କିଛି ଶିଖିଥିଲେ । ପରେ ପାଠ ପଢି ବଡ ହେଲା ପରେ ମନସ୍ଥ କଲେ ନିଜର ବାପା , ଗୋସାପ କରୁଥିୁବା ବୃତ୍ତିକୁ ସେ ବି କରିବେ । ତେଣୁ ଜଣେ ଉଚ୍ଚ ଶିକ୍ଷିତ ଯୁବକ ହୋଇବି ଚାକିରି ପଛରେ ନଦୈାଡି ପରିଶ୍ରମ ଓ ନିଷ୍ଠା ବଳରେ ଆଜି ସମାଜରେ ଜଣେ ପ୍ରତିଷ୍ଠିତ ଜ୍ୟୋତିଷ ହୋଇପାରିଛନ୍ତି ।

chandbaliତେବେ ନିଜ ଜିଲ୍ଲା ଛଡା ଜିଲ୍ଲା ଓ ରାଜ୍ୟ ବାହାରକୁ ବେଦପାଠ , କର୍ମକାଣ୍ଡ , ବାସ୍ତୁ ବିଦ୍ୟା ସହ ବିଭିନ୍ନ ପୂଜା ପାର୍ବଣରେ ପୂଜା ପାଇଁ ଯାଇଥାନ୍ତି । ତେବେ ଏଇସବୁ କାର୍ଯ୍ୟ ପାଇଁ ମଣିଶଙ୍କର ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରଷ୍କୃତ ମଧ୍ଯ ହୋଇଛନ୍ତି । ଏଇକିଛି ଦିନ ତଳେ ଭୁବନେଶ୍ୱରରେ ଆୟୋଜିତ ସଭାରେ କଳିଙ୍ଗ ରତ୍ନ ଆଷ୍ଟ୍ରୋ ଷ୍ଟାର ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପୂର୍ବତନ ସାଂସଦ ପ୍ରସନ୍ନ ପାଠଶାହାଣିଙ୍କ ଦ୍ୱାରା ପୁରଷ୍କୃତ ହୋଇଛନ୍ତି । ତେବେ ଏହି ପୁରଷ୍କାର ପାଇବା ପରେ ମଣିଶଙ୍କର ବେଶ ଖୁସି ଥିବାବେଳେ, ଏହାଦ୍ୱାରା ସେ ଆହୁରି ଆଗକୁ ବଢିପାରିବେ ବୋଲି କହିଛନ୍ତି । ଆଚାର୍ଯ୍ୟ ମଣିଶଙ୍କରଙ୍କ ଏପରି କାର୍ଯ୍ୟ ପାଇଁ ନିଜ ଗାଁର ଲୋକମାନେ ବେଶ ଗର୍ବିତ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.