ସ୍ପେଶାଲ

ତ୍ରିରଙ୍ଗାକୁ ଦେଖି ଅଟକିଗଲେ ବୃଦ୍ଧ ମହିଳା, ଆଉ ପାଖକୁ ଯାଇ କଲେ ଏପରି ଦେଖନ୍ତୁ

ସ୍ୱାଧିନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ ଆସିଲେ ଆମର ଦେଶଭକ୍ତ କଥା ମନେ ପଡେ। ଆହୁରି ବି ବହୁତ ଲୋକ ଅଛନ୍ତି ଯେଉଁମାନେ କେବଳ ଦେଖାଣିଆ ଭାବରେ ଦେଶ ଭକ୍ତିର ପ୍ରମାଣ ଦିଅନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ସତ୍‌ ମନରେ ଦେଶକୁ ଭକ୍ତି କରନ୍ତି ଭଲ ପାଆନ୍ତି। ଯେଉଁମାନଙ୍କ ପାଇଁ ନା କ୍ୟାମେରା ଲଗାଇବାର ଆବଶ୍ୟକତା ଅଛି ନା ଭାଇରାଲ ହେବାର କୌଣସି ନିଶା। ଏମାନଙ୍କ ମନରେ ତ ସଚ୍ଚା ଦେଶ ଭକ୍ତିର ବାସ୍ନା ବାରି ହୋଇଯାଏ।

ଆମେ ଆଜି ଆପଣଙ୍କୁ ଏଥିପାଇଁ ଏସବୁ କହୁଛୁ କାରଣ ଏବେ ଜଣେ ବୃଦ୍ଧ ମହିଳାଙ୍କ ଖୁବ୍‌ ଭାଇରାଲ ହେଉଛି। ଆଉ ସ୍ୱାଧୀନତା ଦିବସର ଦୁଇ ଦିନ ପରେ ଯେତେବେଳେ ଲୋକମାନେ ଏହି ଭିଡିଓ ଦେଖୁଛନ୍ତି ତାଙ୍କ ମୁହଁରେ କଥା ଆସୁଛି ଯେ ୟାକୁ ହିଁ କୁହନ୍ତି ଅସଲି ସାଲ୍ୟୁଟ୍‌।

ଟ୍ଵିଟରରେ ଭାଇରାଲ ହେଉଥିବା ଏହି ଭିଡିଓକୁ ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ଏହି ଭିଡିଓ ଦେଖିଲେ ଆପଣଙ୍କ ମନରେ ଥିବା ଦେଶ ଭକ୍ତି ଏକଦମ୍‌ ଜାଗ୍ରତ ହୋଇଯିବ। ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ବୟଷ୍କ ମହିଳା ରାସ୍ତାରେ ଯାଉଥିବା ବେଳେ ଅଚାନକ ଅଟକି ଯାଉଛନ୍ତି। ଏହାପରେ ସେ ନିଜ ଚପଲ ଖୋଲି ରାସ୍ତା ପାଖରେ ଉତ୍ତୋଳନ ହୋଇଥିବା ପତକାକୁ ପ୍ରଣାମ କରୁଛନ୍ତି।

କେବଳ ଏତିକି ନୁହେଁ ପ୍ରଣାମ କରିବା ପରେ ସାଲ୍ୟୁଟ ମଧ୍ୟ ମାରୁଛନ୍ତି। ଏହାପରେ ସେ ଯାଇ ନିଜ ଚପଲ ପିନ୍ଧି ଗୋଟେ ବ୍ୟାଗକୁ ହାତରେ ଧରି ଚାଲି ଯାଉଛନ୍ତି। ତେବେ ଏହି ପୂରା ଦୃଶ୍ୟକୁ ଦେଖିଲେ ଆପଣଙ୍କ ମନ ଏକଦମ୍‌ ଖୁସି ହୋଇଯିବ। ଆଉ ମନ ଭିତରେ ଜାଗି ଉଠିବ ଦେଶ ପାଇଁ ଥିବା ପ୍ରକୃତ ଭଲପାଇବା।

Pritiparna

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

26 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

30 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

47 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

50 mins ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

59 mins ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago