ତ୍ରିରଙ୍ଗାକୁ ଦେଖି ଅଟକିଗଲେ ବୃଦ୍ଧ ମହିଳା, ଆଉ ପାଖକୁ ଯାଇ କଲେ ଏପରି ଦେଖନ୍ତୁ

ସ୍ୱାଧିନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ ଆସିଲେ ଆମର ଦେଶଭକ୍ତ କଥା ମନେ ପଡେ। ଆହୁରି ବି ବହୁତ ଲୋକ ଅଛନ୍ତି ଯେଉଁମାନେ କେବଳ ଦେଖାଣିଆ ଭାବରେ ଦେଶ ଭକ୍ତିର ପ୍ରମାଣ ଦିଅନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ସତ୍‌ ମନରେ ଦେଶକୁ ଭକ୍ତି କରନ୍ତି ଭଲ ପାଆନ୍ତି। ଯେଉଁମାନଙ୍କ ପାଇଁ ନା କ୍ୟାମେରା ଲଗାଇବାର ଆବଶ୍ୟକତା ଅଛି ନା ଭାଇରାଲ ହେବାର କୌଣସି ନିଶା। ଏମାନଙ୍କ ମନରେ ତ ସଚ୍ଚା ଦେଶ ଭକ୍ତିର ବାସ୍ନା ବାରି ହୋଇଯାଏ।

ଆମେ ଆଜି ଆପଣଙ୍କୁ ଏଥିପାଇଁ ଏସବୁ କହୁଛୁ କାରଣ ଏବେ ଜଣେ ବୃଦ୍ଧ ମହିଳାଙ୍କ ଖୁବ୍‌ ଭାଇରାଲ ହେଉଛି। ଆଉ ସ୍ୱାଧୀନତା ଦିବସର ଦୁଇ ଦିନ ପରେ ଯେତେବେଳେ ଲୋକମାନେ ଏହି ଭିଡିଓ ଦେଖୁଛନ୍ତି ତାଙ୍କ ମୁହଁରେ କଥା ଆସୁଛି ଯେ ୟାକୁ ହିଁ କୁହନ୍ତି ଅସଲି ସାଲ୍ୟୁଟ୍‌।

trirangaଟ୍ଵିଟରରେ ଭାଇରାଲ ହେଉଥିବା ଏହି ଭିଡିଓକୁ ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ଏହି ଭିଡିଓ ଦେଖିଲେ ଆପଣଙ୍କ ମନରେ ଥିବା ଦେଶ ଭକ୍ତି ଏକଦମ୍‌ ଜାଗ୍ରତ ହୋଇଯିବ। ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ବୟଷ୍କ ମହିଳା ରାସ୍ତାରେ ଯାଉଥିବା ବେଳେ ଅଚାନକ ଅଟକି ଯାଉଛନ୍ତି। ଏହାପରେ ସେ ନିଜ ଚପଲ ଖୋଲି ରାସ୍ତା ପାଖରେ ଉତ୍ତୋଳନ ହୋଇଥିବା ପତକାକୁ ପ୍ରଣାମ କରୁଛନ୍ତି।

କେବଳ ଏତିକି ନୁହେଁ ପ୍ରଣାମ କରିବା ପରେ ସାଲ୍ୟୁଟ ମଧ୍ୟ ମାରୁଛନ୍ତି। ଏହାପରେ ସେ ଯାଇ ନିଜ ଚପଲ ପିନ୍ଧି ଗୋଟେ ବ୍ୟାଗକୁ ହାତରେ ଧରି ଚାଲି ଯାଉଛନ୍ତି। ତେବେ ଏହି ପୂରା ଦୃଶ୍ୟକୁ ଦେଖିଲେ ଆପଣଙ୍କ ମନ ଏକଦମ୍‌ ଖୁସି ହୋଇଯିବ। ଆଉ ମନ ଭିତରେ ଜାଗି ଉଠିବ ଦେଶ ପାଇଁ ଥିବା ପ୍ରକୃତ ଭଲପାଇବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.