Below header

ପିଲାବେଳେ ଏତେ କ୍ୟୁଟ୍‌ ଥିଲେ ସୁଶାନ୍ତ, ଭଉଣୀ ଫଟୋ ସେୟାର କରି ହେଲେ ଇମୋସନାଲ

ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଏବେ ଦୁଇ ମାସ ପୂରିଛି। ତଥାପି ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନାହିଁ। କିନ୍ତୁ ଏବେ ତାଙ୍କ ଫ୍ୟାନ୍‌ମାନେ ଲଗାତାର ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଦାବି କରୁଛନ୍ତି। ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ମଧ୍ୟ ଭାଇ ପାଇଁ ଏହି ଲଢ଼େଇରେ ପୂରା ଦମ୍‌ରେ ଲାଗିପଡ଼ିଛନ୍ତି।

sushant2

ତେବେ ନିକଟରେ ଶ୍ୱେତା ଇନ୍‌ଷ୍ଟାଗ୍ରାମ୍‌ରେ ସୁଶାନ୍ତଙ୍କର ଏକ ପିଲାବେଳର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ଖୁବ୍‌ କ୍ୟୁଟ୍‌ ନଜର ଆସୁଛନ୍ତି। ଏହି ଫଟୋ ସେୟାର କରି ଶ୍ୱେତା ଖୁବ୍‌ ଇମୋସନାଲ ମଧ୍ୟ ହୋଇପଡ଼ିଛନ୍ତି। ଏଣୁ ଫଟୋ ସହ ଏକ ଭାବୁକ କରି ଦେବା ଭଳି କ୍ୟାପସନ୍‌ ଲେଖିଛନ୍ତି।

ଶ୍ୱେତା ସେୟାର କରିଥିବା ଫଟୋରେ ସୁଶାନ୍ତଙ୍କୁ ଦେଢ଼-ଦୁଇ ବର୍ଷ ହୋଇଥିବା ଭଳି ଜଣାପଡ଼ୁଛି। ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ଯେତେବେଳେ ଆପଣ କୌଣସି ଜିନିଷକୁ ବିଶ୍ୱାସ କରୁଛନ୍ତି ତେବେ ତା’ପାଇଁ ଲଢ଼ନ୍ତୁ। ଆଉ ଯଦି ଦେଖୁଛନ୍ତି ଅନ୍ୟାୟ ପୂରା ବଳ ଲଗାଇ ଲଢ଼ୁଛି ତେବେ ଏମିତି ଲଢ଼ନ୍ତୁ ଯେମିତି ଆଗରୁ କେବେ ଲଢ଼ିନଥିବେ’। ସୁଶାନ୍ତଙ୍କ ଏହି ଫଟୋକୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଲାଇକ୍‌ କରିଛନ୍ତି। ଏଥିସହ ପ୍ରବଳ କମେଣ୍ଟ ମଧ୍ୟ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.