Categories: ସ୍ପେଶାଲ

ଦୁନିଆ ପାଇଁ ଆଜି ବି ରହସ୍ୟମୟ ଏହି ବ୍ୟକ୍ତି! ଆକାଶରୁ ହିଁ ହୋଇଯାଇଥିଲେ ଗାୟବ

ଆପଣ କେବେ ଶୁଣିଛନ୍ତି, କୌଣସି ବ୍ୟକ୍ତି ଆକାଶରେ ଉଡାଜାହାଜରେ ବସିଥିବେ, ଆଉ ଆକାଶରୁ ହିଁ କେଉଁଆଡ଼େ ଗାଏବ ହୋଇଯିବେ? ଯଦି ଶୁଣିନାହାନ୍ତି, ତା’ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟମୟ କାହାଣୀ ବିଷୟରେ କହିବାକୁ ଯାଉଛୁ। ବାସ୍ତବରେ, ଏହା କୌଣସି କାହାଣୀ ନୁହେଁ, ବରଂ ଏକ ସତ୍ୟ ଘଟଣା। ଆଜକୁ ୪୮ ବର୍ଷ ପୂର୍ବେ ଆମେରିକାରେ ଘଟିଥିଲା ଏହି ଘଟଣା।

୧୯୭୧ ମସିହାର କଥା। ସୁଟ୍‌-ବୁଟ୍‌ ପିନ୍ଧି ହାତରେ କଳା ରଙ୍ଗର ବ୍ୟାଗ ଧରି ଜଣେ ବ୍ୟକ୍ତି ଆମେରିକା ଏୟାରପୋର୍ଟରେ ପହଞ୍ଚିଥିଲେ। ସେଠାରେ ସେ କାଉଣ୍ଟର ଯାଇ ସିଏଟଲ୍‌ ଯିବାକୁ ଥିବା ଫ୍ଲାଇଟ୍‌ର ଟିକେଟ୍‌ କିଣିଲେ। କାଉଣ୍ଟରରେ ସେ ନିଜ ନାଁ ‘ଡ୍ୟାନ୍‌ କୁପର’ ବୋଲି କହିଥିଲେ, କିନ୍ତୁ ଏହା ତାଙ୍କର ପ୍ରକୃତ ନାଁ ନ ଥିଲା। ଆଜି ତାଙ୍କୁ ଲୋକେ ‘ଡିବି କୁପର’ ନାଁରେ ମନେ ରଖିଛନ୍ତି।

ଟିକେଟ୍‌ ନେଇ ବ୍ୟକ୍ତି ଜଣକ ସିଧା ନିଜ ଫ୍ଲାଇଟ୍‌ ଆଡ଼କୁ ମୁହାଁଇଥିଲେ। ତାଙ୍କ ବିମାନର ନାଁ ଥିଲା ‘ବୋଇଙ୍ଗ୍‌ ୭୨୭’। ଏଥିରେ ତାଙ୍କୁ ସବୁଠୁ ପଛ ସିଟ୍‌ ମିଳିଥିଲା। ସେ ସିଧା ଯାଇ ନିଜ ସିଟ୍‌ରେ ବସିଥିଲେ। ବାକି ଯାତ୍ରୀମାନଙ୍କ ଭଳି ସେ ନିଜ ବ୍ୟାଗ୍‌କୁ ଉପରେ ନ ରଖି ନିଜ ପାଖରେ ହିଁ ରଖିଥିଲେ। ବିମାନ ଯେତେବେଳେ ଉଡ଼ାଣ ଭରିଥିଲା, ଡିବି କୁପର ନିଜ କାମ ଆରମ୍ଭ କରିଦେଇଥିଲେ। ସେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କ ହାତକୁ ଏକ କାଗଜ ଖଣ୍ଡ ବଢ଼ାଇ ଦେଇଥିଲେ। କୁହାଯାଉଛି କି, ସେତେବେଳେ ଆଟେଣ୍ଡାଣ୍ଟଙ୍କୁ ଲାଗିଥିଲା ବ୍ୟକ୍ତି ଜଣକ ଜଣେ ବିଜିନେସ୍‌ ମ୍ୟାନ୍‌ ଏବଂ ସେ ତାଙ୍କୁ ନିଜ ନମ୍ବର ଦେଉଛନ୍ତି। ତେବେ ଆଟେଣ୍ଡାଣ୍ଟ କାଗଜଟିକୁ ପଢ଼ିବା ପରେ ହଠାତ୍‌ ସ୍ତବ୍ଧ ହୋଇଯାଇଥିଲେ।

କାରଣ, କାଗଜରେ ଲେଖା ହୋଇଥିଲା, ‘ମୋ ପାଖରେ ବମ୍‌ ଅଛି’। କୁପର ଫ୍ଲାଇଟ୍‌ ଆଟେଣ୍ଡାଣ୍ଟକୁ ବି ନିଜ ବ୍ୟାଗ୍‌ ଖୋଲିକି ଦେଖାଇଥିଲେ, ଯେଉଁଥିରେ ଏକ ଅସଲି ବମ୍‌ ରହିଥିଲା। ଏହାପରେ କୁପର ନିଜର ସମସ୍ତ ସର୍ତ୍ତ ବିଷୟରେ ଜଣାଇଥିଲେ। ସେ କହିଥିଲେ ଯେ ବିମାନକୁ ପାଖ ଏୟାରପୋର୍ଟରେ ଲ୍ୟାଣ୍ଡ କରାଯାଉ ଏବଂ ସେଥିରେ ପୁଣିଥରେ ଇନ୍ଧନ ଭରାଯାଉ। ଏହାସହିତ ସେ ଦୁଇ ଲକ୍ଷ ଡଲାର(ପାଖାପାଖି ୧ କୋଟି ୩୬ ଲକ୍ଷ ଟଙ୍କା) ଏବଂ ୪ଟି ପାରାଶୁଟ୍‌ ବି ଦାବି କରିଥିଲେ।

କୁପରଙ୍କ ଦାବି ଶୁଣି ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ସିଧା ପାଇଲଟ୍‌ଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କୁ ସମସ୍ତ କଥା କହିଥିଲେ। ଏହାପରେ ପାଇଲଟ୍‌ ତୁରନ୍ତ କୁପରଙ୍କ ଦାବି ବିଷୟରେ ସିଏଟଲ୍‌ର ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦେଇଥିଲେ। ଏହାପରେ ସବୁଠି ହଇଚଇ ସୃଷ୍ଟି ହୋଇଯାଇଥିଲା। ପୋଲିସଠାରୁ ଆରମ୍ଭ କରି ଏଫ୍‌ବିଆଇ ପଯ୍ୟର୍ନ୍ତ, ସବୁଆଡ଼େ ସୂଚନା ପହଞ୍ଚିଯାଇଥିଲା। ଯାତ୍ରୀମାନଙ୍କ ଜୀବନ ବିପଦରେ ଥିବାରୁ ଆମେରିକା ସରକାର କୁପରଙ୍କ ସମସ୍ତ ଦାବି ମାନିନେଇଥିଲେ। ୨ ଲକ୍ଷ ଡଲାରରେ ଭର୍ତ୍ତି ଏକ ବ୍ୟାଗ୍‌ ତାଙ୍କ ପାଖକୁ ପଠାଯାଇଥିଲା।

କିନ୍ତୁ କେହି କେବେ ଭାବି ନ ଥିଲେ, କୁପରଙ୍କ ଅସଲ ଖେଳ ଆହୁରି ବାକି ଅଛି। ତାଙ୍କର ସମସ୍ତ ଦାବିକୁ ଯେତେବେଳେ ପୂରଣ କରାଗଲା, ସେତେବେଳେ ସେ ପାଇଲଟ୍‌ଙ୍କୁ ବିମାନ ଉଡ଼ାଇବାକୁ କହିଥିଲେ। ରାତିର ସମୟ ଥିଲା ଏବଂ କୁପର ବିମାନକୁ ମେସ୍କିକୋ ନେଇଯିବାକୁ ପାଇଲଟ୍‌ଙ୍କୁ କହିଥିଲେ। ସେପଟେ ଆମେରିକୀୟ ଏୟାରଫୋର୍ସ ନିଜର ଦୁଇଟି ବିମାନକୁ ତାଙ୍କ ପଛରେ ଲଗାଇ ଦେଇଥିଲେ, ଯେପରି ଲ୍ୟାଣ୍ଡିଂ ସମୟରେ କୁପରଙ୍କୁ ଧରାଯାଇପାରିବ।

ବିମାନ ଆକାଶରେ ଉଡ଼ୁଥିବା ବେଳେ କୁପର ସମସ୍ତଙ୍କୁ ପାଇଲଟ୍‌ ରୁମ୍‌କୁ ଯିବାକୁ କହିଥିଲେ। ଏହାସହ କହିଥିଲେ ଯେ କବାଟ ଭିତର ପଟୁ ବନ୍ଦ ରଖାଯାଉ। ତେବେ କିଛି ସମୟ ପରେ ପାଇଲଟ୍‌ଙ୍କୁ ଏୟାର ପ୍ରେସରରେ ଫରକ୍‌ ଅନୁଭବ ହୋଇଥିଲା। କୋ-ପାଇଲଟ୍‌ ବାହାରେ ଯାଇ ଦେଖିବାକୁ ପାଇଥିଲେ ଯେ ବିମାନର କବାଟ ଖୋଲା ରହିଛି। ତେଣୁ ସେ ତୁରନ୍ତ କବାଟ ବନ୍ଦ କରିଦେବା ସହ କୁପରଙ୍କୁ ପୂରା ବିମାନ ଭିତରେ ଖୋଜିଥିଲେ। କିନ୍ତୁ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। କାରଣ, ସେ ବିମାନରୁ ତଳକୁ ଡେଇଁପଡ଼ିଥିଲେ।

ବିମାନ ଯେତେବେଳେ ଏୟାରପୋର୍ଟରେ ପହଞ୍ଚିଥିଲା, ସେତେବେଳେ ତାକୁ ଚାରିଆଡ଼ୁ ଲୋକେ ଘେରିଯାଇଥିଲେ। ସମସ୍ତଙ୍କୁ ଲାଗିଥିଲା, ଏବେ କୁପର ଧରାପଡ଼ିଯିବେ, କିନ୍ତୁ ସେ ପୂର୍ବରୁ ହିଁ ଖସିପଳାଇଥିଲେ। ସମସ୍ତେ ଏହା ଜାଣି ଚକିତ ହୋଇଯାଇଥିଲେ ଯେ କୁପର କେତେବେଳେ ଏମିତି କାରନାମା କଲେ। ଏପରି କି, ସେହି ବିମାନ ପଛେ ପଛେ ଯାଉଥିବା ଆମେରିକୀୟ ଏୟାରଫୋର୍ସ ବିମାନ ଦୁଇଟି ମଧ୍ୟ ଏହାର ପତ୍ତା ଲଗେଇପାରି ନ ଥିଲେ।

ସବୁ ଜାଗାରେ କୁପରଙ୍କୁ ଖୋଜାଯାଇଥିଲା, କିନ୍ତୁ ଆଜି ପଯ୍ୟର୍ନ୍ତ ତାଙ୍କ ସନ୍ଧାନ କାହାକୁ ମିଳିପାରି ନାହିଁ। ତାଙ୍କ ନାଁରେ ବି କୌଣସି ଅସଲି ଫଟୋ ନାହିଁ, ଯାହା ବି ଅଛି ତାଙ୍କର ସ୍କେଚ୍‌। ଏପରିକି, କାହାକୁ ଏହା ମଧ୍ୟ ଜଣା ନ ଥିଲା ଯେ ବ୍ୟକ୍ତି ଜଣକ କିଏ, କେଉଁଠୁ ଆସିଥିଲେ ଆଉ ଏମିତି କାହିଁକି କରିଥିଲେ?

Roshni

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

2 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

19 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

32 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

41 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

44 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago