ରାସ୍ତାରେ ବେପାର କରି ଗରିବଙ୍କ ମୁହଁରେ ଦାନା ଦେଲେ ଜଗଦୀଶ, ଏଥିପାଇଁ ପାଉଛନ୍ତି ପଦ୍ମଶ୍ରୀ

୮୫ବର୍ଷୀୟ ସମାଜସେବୀ ଜଗଦୀଶ ଲାଲ୍ ଆହୁଜାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବା ନେଇ ଗତକାଲି ଘୋଷଣା କରାଯିବା ପରେ ଏବେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଜଗଦୀଶଙ୍କୁ ଏହି ସମ୍ମାନ ମିଳିବା ପରେ ସେ ଖୁବ୍‌ ଖୁସି ଅଛନ୍ତି। କିନ୍ତୁ ନିଜର ସଂଘର୍ଷ ପୂର୍ଣ୍ଣ ଦିନ ଗୁଡିକୁ ମନେ ପକାଇ ଆଜି ବି ତାଙ୍କ ଆଖିରୁ ଲୁହ ସୁଖିନି। ଏତେ ବଡ଼ ସମ୍ମାନ ମିଳିବା ପରେ ଜଗଦିଶ ଲାଲ୍ କହିଛନ୍ତି, ମତେ ଏହି ସମ୍ମାନ ଠାରୁ ବଡ ଆଉ କଣ ମିଳିପାରିବ। ଯେତେବେ ଏହି ସମ୍ମାନ ପାଇବା ପାଇଁ ପ୍ରଥମେ ମୋ ପାଖକୁ କଲ୍‌ ଆସିଥିଲା ମୁଁ ବିଶ୍ୱାସ କରିପାରିନଥିଲି। ଶୁଣିବା ପରେ ମୋ ବୁଲାଇ ହୋଇଯାଇଥିଲା। କେବେ ମୁଁ ଠେଲା ଗାଡି ଲଗାଉଥିଲି କିନ୍ତୁ ଆଜି ମତେ ଏତେ ବଡ ସମ୍ମାନ ମିଳିଛି। ମୁଁ ବହୁତ ଭାଗ୍ୟଶାଳୀ। ମତେ ଗତ ୨୫ ତାରିଖରେ କଲ୍‌ ଆସିବା ପରେ ୨୬ ତାରିଖ ଦିନ ଆସିବା ପାଇଁ କହିଥିଲେ। କିନ୍ତୁ ମୋ ଦେହ ଭଲ ନଥିବାରୁ ମୁଁ ପଛରେ ଆସିବା ପାଇଁ କହିଥିଲି।

ସୂଚନା ମୁତାବକ, ୧୯୪୭ମସିହାରେ ନିଜ ପରିବାର ସହ ପେଶାୱରରୁ ଭାରତ ଆସିଥିଲେ ଜଗଦୀଶ ଲାଲ୍। ଏଠାକୁ ଆସିବା ପରେ ସେ ରୋଜଗାର କରିବା ପାଇଁ ରାସ୍ତା କଡ଼ରେ କଦଳୀ ବିକିବା ଆରମ୍ଭ କରିଥିଲେ। କିଛି ଦିନ ପରେ ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବା ପରେ ସେ ଡାକ୍ତରଖାନା ବାହାରେ ମାଗଣାରେ ଖାଇବା ଯୋଗାଇବେ ବୋଲି ସ୍ଥିର କରିଥିଲେ। ଦୀର୍ଘ ୨୦ବର୍ଷ ହେଲାଣି ସେ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ସାମ୍ନାରେ ରୋଗୀଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଆସୁଛନ୍ତି। ତାଙ୍କୁ ସ୍ଥାନୀୟ ଅଞ୍ଚଳରେ କିଛି ଲୋକ ଲଙ୍ଗର ବାବା ବୋଲି ମଧ୍ୟ ଡ଼ାକୁଥିବା ଜଣା ପଡ଼ିଛି।

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ରାସ୍ତାକଡ଼ରେ ଫଳ ବିକିବାଠାରୁ ଆରମ୍ଭ କରି ପାଖକୁ ଟଙ୍କା ଆସିବା ପରେ ଡାକ୍ତରଖାନା ବାହାରେ ରୋଗୀଙ୍କୁ ମାଗଣା ଖାଦ୍ୟ ଯୋଗାଇବା ଓ ପରେ କର୍କଟ ରୋଗର ଶିକାର ହେବା ଘଟଣା ତାଙ୍କ ଜୀବନକୁ ଏବେ ଚର୍ଚ୍ଚିତ ବନାଇଛି। ଏତେ ସବୁ ସଂଘର୍ଷ କରିବା ପରେ ଦୀର୍ଘ ୨୦ବର୍ଷ ଧରି ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ସାମ୍ନାରେ ରୋଗୀଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବାର କାମ ପାଇଁ ଆଜି ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

ଜଗଦୀଶ ଲାଲ୍‌ ଆହୁଜାଙ୍କ କହିବାନୁଯାୟୀ, ମୁଁ କେବଳ ଚାହୁଛି ଯଦି ଆୟକର ଛାଡ୍‌ କରାଯାଏ ତେବେ ମୋ ପିଲାମାନେ ଏହି ଲଭ୍‌ଗର ଜାରି ରଖିବେ। ଏହାବ୍ୟତୀତ ମୋ ସମ୍ପତ୍ତିରୁ ଯାହା ବି ଆମଦାନୀ ହେବ ସେଥିରେ ଏହି ଭଣ୍ଡାର ଚାଲୁ ରହିବ।

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

5 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

8 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

42 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

43 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago