ସ୍ପେଶାଲ

ପୃଥିବୀର ନର୍କ ହେଉଛି ଏହି ସ୍ଥାନ, କ୍ଷଣିକ ପାଇଁ ବି ରହିବା ହୋଇଯାଏ ମୁସ୍କିଲ୍‌

ପୃଥିବୀରେ ଅନେକ ରହସ୍ୟମୟୀ ସ୍ଥାନ ଅଛି । ଯାହା ଆମକୁ ସବୁବେଳେ ଆଶ୍ଚର୍ଯ୍ୟ କରେ । ଏହି ସବୁ ସ୍ଥାନ ମଧ୍ୟରୁ କିଛି ସ୍ଥାନ ଏପରି ଅଛି, ଯାହାକୁ ନର୍କର ଦ୍ୱାର ବୋଲି କୁହାଯାଏ । କାହିଁକି ନା ଏଭଳି ସ୍ଥାନରେ ବର୍ଷ ସାରା ନିଅାଁ ବର୍ଷା ହୋଇଥାଏ । ଏହା ସତ୍ତ୍ୱେ ବି ଅନେକ ଲୋକ ଅଛନ୍ତି, ଯେଉଁମାନେ ଏଠାରେ ବସବାସ କରନ୍ତି । ତେବେ ଆସନ୍ତୁ ଜାଣିବା ଏହି ସ୍ଥାନ କେଉଁଠାରେ ଅବସ୍ଥିତ ।

ଆଜି ଆମେ ଆପଣଙ୍କୁ ଏପରି ଏକ ରହସ୍ୟମୟୀ ସ୍ଥାନ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁଠାରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଥାଏ । ପୃଥିବୀର ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବେ ଏହି ସ୍ଥାନକୁ ଆଖ୍ୟା ମିଳିଛି । ତଥାପି ଏଠାରେ ହଜାର ହଜାର ଲୋକ ବସବାସ କରୁଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବୈଜ୍ଞାନିକମାନେ ଏହି ସ୍ଥାନରେ ଅନେକ ଥର ଅନୁସନ୍ଧାନ କରିଛନ୍ତି ।

ଏହି ସ୍ଥାନର ନାମ ହେଉଛି ‘ଡାନାକିଲ୍ ଡିପ୍ରେସନ୍’, ଯାହା ଉତ୍ତର ଆଫ୍ରିକୀୟ ଦେଶ ଇଥିଓପିଆରେ ଅବସ୍ଥିତ । ଏଠାରେ ପାଗ ସବୁବେଳେ ଖରାପ ଥାଏ । ଏହି ସ୍ଥାନ ସବୁବେଳେ ଶୁଖିଲା ଥାଏ । ଆକାଶରୁ ଅଗ୍ନି ବର୍ଷା ହେବା ଭଳି ଅନୁଭବ ହୁଏ । କିନ୍ତୁ ଏହା ସବୁଠାରୁ ଆକର୍ଷଣୀୟ ଏବଂ ସୁନ୍ଦର ସ୍ଥାନ ଭାବରେ ମାନ୍ୟତା ପାଇଛି । ଏହି ସ୍ଥାନକୁ ଦେଖିବା ପାଇଁ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସନ୍ତି । ଏଠାରେ ଅନେକ ରଙ୍ଗୀନ ଏବଂ ଉତ୍ତପ୍ତ ଝରଣା ଅଛି, ଯାହାର ପାଣି ସବୁବେଳେ ଫୁଟୁଥାଏ । ଏଠାରେ ବିଭିନ୍ନ ସ୍ଥାନରେ ଲୁଣ ପଡ଼ିଆ ଥିବା ଦେଖିବାକୁ ମିଳେ ।

ଖାରପ ପାଗ ଥିବା ସତ୍ତ୍ୱେ ଆଫାର ସମ୍ପ୍ରଦାୟର ଲୋକମାନେ ଏଠାରେ ବସବାସ କରନ୍ତି । ଏଠାକାର ପାଣିପାଗ ସହ ଲୋକମାନେ ଏପରି ଅଭ୍ୟସ୍ଥ ହୋଇଛନ୍ତି ଯେ ସେମାନଙ୍କୁ ଅଧିକ ଗରମ ଅନୁଭବ ହୁଏ ନାହିଁ । ଏଠାରେ ବସବାସ କରୁଥିବା ଲୋକମାନେ ଲୁଣ ବାହାର କରି ଓଟ କିମ୍ବା ଗଧ ସାହାଯ୍ୟରେ ଦୂରରେ ଥିବା ମେକେଲ ସହରକୁ ଯାଆନ୍ତି ଏବଂ ଲୁଣ ବିକ୍ରି କରନ୍ତି । ମେକେଲ ସହରରେ ପହଞ୍ଚିବା ପାଇଁ ଏମାନଙ୍କୁ ଶହ ଶହ କିଲୋମିଟର ଯାତ୍ରା କରିବାକୁ ପଡିଥାଏ । ସମଗ୍ର ଅଞ୍ଚଳ ମରୁଭୂମି ହୋଇଥିବାରୁ ଏହି ସହରରେ ପହଞ୍ଚିବାକୁ ସପ୍ତାହେ ସମୟ ଲାଗିଥାଏ ।

ଏଠାରେ ବର୍ଷସାରା ହାରାହାରି ତାପମାତ୍ରା ୩୪.୪ ଡିଗ୍ରୀ ସେଲସିୟସରୁ ଅଧିକ ରହିଥାଏ । ପୃଥିବୀର କୌଣସି ସ୍ଥାନରେ ବର୍ଷସାରା ହାରାହାରି ତାପମାତ୍ରା ଏତେ ଅଧିକ ରହି ନଥାଏ । ବେଳେବେଳେ ଏହି ସ୍ଥାନ ଅତ୍ୟଧିକ ଥଣ୍ଡା ହୋଇଥାଏ ତ ଆଉ ବେଳେବେଳେ ବହୁତ ଗରମ ହୋଇଯାଏ । କିନ୍ତୁ ଏହି ଅଞ୍ଚଳର ତାପମାତ୍ରା କେବେ ବି ୩୫ ଡିଗ୍ରୀ ତଳେ ରହି ନାହିଁ । ଏହି ସ୍ଥାନରେ ବର୍ଷା ମଧ୍ୟ ବହୁତ କମ୍ ହୋଇଥାଏ । ଗରମ ଦିନରେ ଏଠାକାର ତାପମାତ୍ରା ସର୍ବଦା ୫୦ ଡିଗ୍ରୀରୁ ଅଧିକ ରହିଥାଏ ।

ଏଠାକାର ଖରାପ ପାଣିପାଗ ପାଇଁ ଲୋକମାନେ ଏହାକୁ ନର୍କର ଦ୍ୱାର ବୋଲି ମଧ୍ୟ କୁହନ୍ତି । ‘ଡାନାକିଲ୍ ଡିପ୍ରେସନ୍’ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୨୫ ମିଟର ତଳେ ରହିଛି । ଏଠାରେ ପୃଥିବୀର ତିନୋଟି ଟେକ୍ଟୋନିକ୍ ପ୍ଲେଟ୍ ମିଶିଥାଏ । ଏହା ହେଉଛି ସେହି ପ୍ଲେଟ ଯାହା ଉପରେ ଆମର ମାଳଦ୍ୱୀପ ଏବଂ ମହାସାଗର ରହିଥାଏ, ଯାହା ପ୍ରତିବର୍ଷ ପରସ୍ପରଠାରୁ ଦୂରେଇ ଯାଉଛି ।

ଏଠାରେ ଲାଭା ଏକ ବଡ଼ ଅଞ୍ଚଳରେ ବ୍ୟାପି ରହିଛି । ସମଗ୍ର ଅଞ୍ଚଳରେ ଅନେକ ସକ୍ରିୟ ଆଗ୍ନେୟଗିରି ଅଛି ଯେଉଁଥିରୁ ସବୁବେଳେ ନିଅାଁ ବାହାରୁଛି । ଯଦି ଆପଣ ଏହି ସ୍ଥାନକୁ ଯିବେ ଆପଣଙ୍କୁ ଲାଗିବ ଆପଣ କୌଣସି ଏକ ଭିନ୍ନ ଗ୍ରହ ଭିତରେ ପ୍ରବେଶ କରିଛନ୍ତି । ଏଠାରେ ଥିବା ଏକ ଛୋଟ ଆୱାଶ ନଦୀରୁ ଲୋକମାନେ ପାଣି ପିଅନ୍ତି ।

ଆୱାଶ ନଦୀ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ସମୁଦ୍ରକୁ ଯାଏ ନାହିଁ । ଅତ୍ୟଧିକ ଗରମ ଯୋଗୁଁ ଏହି ନଦୀର ଜଳ ମଝିରେ ହିଁ ଶୁଖିଯାଏ ଏବଂ ପାଦଦେଶରେ ଲୁଣ ଜମା ହୋଇଯାଏ । ପରେ ଏହି ଲୁଣ ଏଠାକାର ଲୋକଙ୍କ ପାଇଁ ଜୀବିକାର ମାଧ୍ୟମ ହୋଇଯାଏ । ଯଦି ଆପଣ ଏପରି ସ୍ଥାନକୁ ଯିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରଚୁର ପାଣି ସାଙ୍ଗରେ ନେଇ ଯିବାକୁ ପଡ଼ିବ । ଗରମରୁ ରକ୍ଷା ପାଇବା ପାଇଁ ଭଲ ପୋଷାକ ଏବଂ ଭଳ ଜୋତା ସାଙ୍ଗରେ ନେଇ ଯିବା ଉଚିତ । ଯାହା ଦ୍ୱାରା ଆପଣଙ୍କୁ ଆରାମ ମିଳିବ ।

Subhalaxmi Das

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

11 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

19 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

36 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago