Categories: ସ୍ପେଶାଲ

ମେନୁ କାର୍ଡ ପାଇଁ ରେଷ୍ଟୁରାଣ୍ଟକୁ ସହିବାକୁ ପଡିଲା ୪୪ ଲକ୍ଷ ଟଙ୍କାର କ୍ଷତି, ମାମଲା ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

ରେଷ୍ଟୁରାଣ୍ଟକୁ ଆପଣମାନେ ନିଶ୍ଚିତ ଖାଇବାକୁ ଯାଇଥିବେ। ଆପଣ ପ୍ରଥମେ ରେଷ୍ଟୁରାଣ୍ଟକୁ ଯିବା ପରେ ସେଠାରେ ଥିବା ୱେଟର ଆପଙ୍କ ହାତକୁ ମେନୁ କାର୍ଡଟିକୁ ବଢାଇଦିଅନ୍ତି। ଏହି ମେନୁ କାର୍ଡ ମଧ୍ୟ ରେଷ୍ଟୁରାଣ୍ଟର ଆକର୍ଷଣ ବଢାଇଥାଏ। କିନ୍ତୁ ଥରେ ଭାବନ୍ତୁ, ଯଦି କେବେ ଏହି ମେନୁ କାର୍ଡ ହିଁ ରେଷ୍ଟୁରାଣ୍ଟ ପାଇଁ ସମସ୍ୟା ଆଣିଦିଏ, ତେବେ କ’ଣ ହେବ। ଏମିତି ଏକ ଘଟଣା ପେରୁର ରାଜଧାନୀ ଲିମାରେ ଦେଖିବାକୁ ମିଳିଛି। ଏଠାରେ ଥିବା ‘ଲା ରୋଜା ନୌଟିକା’ ନାମକ ରେଷ୍ଟୁରାଣ୍ଟରେ ପୁରୁଷଙ୍କ ପାଇଁ ଅଲଗା ଏବଂ ମହିଳାଙ୍କ ପାଇଁ ଅଲଗା ମେନୁ କାର୍ଡ ରହିଥାଏ। ଏଥିପାଇଁ ଏହି ରେଷ୍ଟୁରାଣ୍ଟକୁ ସହିବାକୁ ପଡିଛି ବଡ କ୍ଷତି।

ଖବର ମୁତାବକ, ଏହି ରେଷ୍ଟୁରାଣ୍ଟକୁ ଆସୁଥିବା ପୁରୁଷଙ୍କୁ ନୀଳ ରଙ୍ଗର ମେନୁ କାର୍ଡ, ଏବଂ ମହିଳାଙ୍କୁ ସୁନେଲୀ ରଙ୍ଗର ମେନୁ କାର୍ଡ ଦିଆଯାଏ। ନୀଳ ରଙ୍ଗର ମେନୁ କାର୍ଡରେ ଖାଦ୍ୟର ନାମ ସହିତ ଏହାର ମୂଲ୍ୟ ମଧ୍ୟ ଲେଖାଯାଇଛି, କିନ୍ତୁ ସୁନେଲୀ ରଙ୍ଗ ମେନୁ କାର୍ଡରେ ମୂଲ୍ୟ ଲେଖା ଯାଇନାହିଁ। ଏହା ପଛରେ ମଧ୍ୟ ରେଷ୍ଟୁରାଣ୍ଟର ଏକ ତର୍କ ରହିଛି। ଯଦି କୌଣସି ମହିଳା କୌଣସି ପୁରୁଷଙ୍କ ସହିତ ଆସନ୍ତି ତେବେ ଖାଇଥିବା ଖାଦ୍ୟ ବିଲ୍‌କୁ ପୁରୁଷ ହିଁ ଦିଅନ୍ତି। ସେଥିପାଇଁ ମହିଳାଙ୍କୁ ବିନା ପଇସା ଲେଖାଥିବା ମେନୁ କାର୍ଡ ପ୍ରଦାନ କରାଯାଏ।

ରେଷ୍ଟୁରାଣ୍ଟର ଏହି ତର୍କକୁ ପେରୁ ପ୍ରଶାସନ ଗ୍ରହଣ କରିବାକୁ ନାରାଜ। ଏଠିକାର ସରକାର କହିଛନ୍ତି, ଏପରି କରିବା ଦ୍ୱାରା ମହିଳାଙ୍କ ସହିତ ଭେଦଭାବ ହେଉଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ଦ ଡିଫେନ୍ସ ଅଫ ଫ୍ରି କମପଟିସନ ଆଣ୍ଡ ଫ୍ରୋଟେକ୍ସନ ଅଫ ଇଣ୍ଟେଲ୍କଚ୍ୟୁଆଲ ପ୍ରପର୍ଟି ଏହି ମାମଲାର ଶୁଣାଣି କରିଛନ୍ତି। ଯେଉଁଥିରେ କୁହାଯାଇଛି କି, ମହିଳା ଏବଂ ପୁରୁଷଙ୍କ ସମାନ ଅଧିକାର ସହ ସମ୍ମାନ ମିଳିବା ଉଚି। ଏଥିପାଇଁ ରେଷ୍ଟୁରାଣ୍ଟକୁ ୪୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜୋରିମାନା ଦେବାକୁ ପଡିଛି। ଏହାସହିତ ସେହି ସୁନେଲୀ ରଙ୍ଗର ମେନୁ କାର୍ଡକୁ ମଧ୍ୟ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡା ରେଷ୍ଟୁରାଣ୍ଟର ଡାଇନିଂ କ୍ଷେତ୍ରରେ ‘ଏଠାରେ ଭେଦଭାବକୁ ବିଲକୁଲ ସହ୍ୟ କରାଯିବ ନାହିଁ’ ବୋଲି ପୋଷ୍ଟର ଲଗାଇବାକୁ କୁହାଯାଇଛି।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

59 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago