Categories: ମନୋରଂଜନ

ଅନୁ ମଲ୍ଳିକଙ୍କ ବିରୋଧରେ ଆସିଲା ଅସଦାଚରଣ ଅଭିଯୋଗ, ୨୧ ବର୍ଷ ବୟସରେ ଏହି ସିଙ୍ଗରଙ୍କ ସହ କରିଥିଲେ ଦୁର୍ବ୍ୟବହାର

ବଲିଉଡ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ ପୁଣି ଥରେ ଅସଦାଚରଣ ଏବଂ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି । ଗତ ବର୍ଷ ବଲିଉଡର ଦୁଇ ଜଣ ଗାୟିକା ସୋନା ମହାପାତ୍ର ଏବଂ ଶ୍ୱେତା ପଣ୍ଡିତ ‘ମିଠୁ’ କ୍ୟାମ୍ପେନ ଅଧୀନରେ ତାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ କରିଥିଲେ । ଏବେ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ଗାୟିକା ନେହା ଭସିନ ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି । ସୋନା ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ଏକ ଟ୍ୱିଟର ଜବାବରେ ନେହା ନିଜ ସହିତ ଘଟିଥିବା ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

ସୋନା ଏକ ଟ୍ୱିଟରେ ଉଲ୍ଲେଖ କରିଥିଲେ ଯେ ଆମ ଦେଶରେ ଲୋକଙ୍କୁ ସଚେତନ କରିବା ପାଇଁ ସବୁବେଳେ ନିର୍ଭୟା ଭଳି ଘଟଣା ଘଟିବା ଜରୁରୀ ହୋଇଥାଏ କାହିଁକି? ଏହା ଉପରେ ପ୍ରତିକ୍ରିୟା ଦେଇ ନେହା କହିଥିଲେ କି ତୁମ କଥା ପୂରା ସତ ଅଟେ । ଆମେ ପ୍ରକୃତରେ ଏଭଳି ଏକ ସମାଜରେ ରହୁଛୁ । ଅନୁ ମଲ୍ଲିକ ଜଣେ ଯୌନ ବିକାରଗ୍ରସ୍ତ ବ୍ୟକ୍ତି । ସେ ପୂର୍ବରୁ ମୋ ସହିତ ବି ଏପରି ବ୍ୟବହାର କରିଛି । ମୁଁ ୨୧ ବର୍ଷ ବୟସର ହୋଇଥିଲାବେଳେ ବଲିଉଡରେ ଗୀତ ଗାଇବା ପାଇଁ ସୁଯୋଗ ଖୋଜୁଥିଲି । ସେଥିପାଇଁ ମୁଁ ମୋ ଗାଇବାର କିଛି ସିଡି ନେଇ ଅନୁ ମଲ୍ଲିକଙ୍କୁ ଦେଖା କରିବାକୁ ଯାଇଥିଲି । ମୁଁ ଆଶା କରୁଥିଲି କି ସେ ମୋ ଗୀତ ଶୁଣିବା ପରେ ମୋତେ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେବ । କିନ୍ତୁ ସେ ଷ୍ଟୁଡିଓ ଭିତରେ ପଡିଥିବା ଏକ ସୋଫା ଉପରେ ଶୋଇ ରହି ମୋର ଆଖିର ସୁନ୍ଦରତା ବଖାଣିବାକୁ ଲାଗିଥିଲେ। କିନ୍ତୁ
ମୁଁ ଏଭଳି ସ୍ଥିତିରୁ ମୁକୁଳିବାକୁ ଚାହୁଁଥିଲି । ତେଣୁ ତଳେ ମୋ ମାଆ ଅପେକ୍ଷା କରିଛନ୍ତି ବୋଲି କହି ସେଠାରୁ ପଳାଇଆସିଥିଲି । ତା’ ପରେ ବି ସେ ମୋତେ ଅନେକ ଥର କଲ କରିଥିଲେ ଏବଂ ମେସେଜ ପଠାଇଥିଲେ । ହେଲେ ମୁଁ ତା’ର କିଛି ଜବାବ ଦେଇନଥିଲି ।

ଆମେ ଫିଲ୍ମ ଷ୍ଟୁଡିଓ ଭିତରେ ଓ ବାହାରେ ଏଭଳି ଚରିତ୍ରର ଅନେକ ବ୍ୟକ୍ତିଙ୍କୁ ଭେଟୁଛୁ । କିନ୍ତୁ ସେମାନଙ୍କ ଉପରେ ଏହାର କିଛି ଫରକ ପଡୁନାହିଁ । ସେମାନେ ଏଭଳି ହରକତ କରିବା ସହ ଅତି ସ୍ୱାଭାବିକ ଭାବେ ନିଜର କାର୍ଯ୍ୟ ଜାରି ରଖୁଛନ୍ତି । କିନ୍ତୁ ଆମ ଭଳି ପୀଡ଼ିତାମାନଙ୍କୁ ବର୍ଷ ବର୍ଷ ଧରି ନିଜର ମୁହଁ ବନ୍ଦ କରି ରଖିବାକୁ ପଡୁଛି ଏବଂ ଘରେ ଲୁଚିବାକୁ ପଡୁଛି । ରିପୋର୍ଟ ଅନୁଯାୟୀ ଗତ ବର୍ଷ ଅନୁ ମଲ୍ଲିକଙ୍କ ବିରୋଧରେ ଏପରି ଅଭିଯୋଗ ହେବା ପରେ ତାଙ୍କୁ ରିୟଲଟି ସୋ ଇଣ୍ଡିଆନ ଆଇଡଲ ସିଜନ-୧୦ର ବିଚାରକ ପଦବି ରୁ ବାଦ ଦିଆଯାଇଥିଲା ।

KNews Bureau

Recent Posts

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

9 seconds ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

6 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

14 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

38 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

59 mins ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

1 hour ago