Below header

ଅନୁ ମଲ୍ଳିକଙ୍କ ବିରୋଧରେ ଆସିଲା ଅସଦାଚରଣ ଅଭିଯୋଗ, ୨୧ ବର୍ଷ ବୟସରେ ଏହି ସିଙ୍ଗରଙ୍କ ସହ କରିଥିଲେ ଦୁର୍ବ୍ୟବହାର

ବଲିଉଡ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ ପୁଣି ଥରେ ଅସଦାଚରଣ ଏବଂ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି । ଗତ ବର୍ଷ ବଲିଉଡର ଦୁଇ ଜଣ ଗାୟିକା ସୋନା ମହାପାତ୍ର ଏବଂ ଶ୍ୱେତା ପଣ୍ଡିତ ‘ମିଠୁ’ କ୍ୟାମ୍ପେନ ଅଧୀନରେ ତାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ କରିଥିଲେ । ଏବେ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ଗାୟିକା ନେହା ଭସିନ ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି । ସୋନା ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ଏକ ଟ୍ୱିଟର ଜବାବରେ ନେହା ନିଜ ସହିତ ଘଟିଥିବା ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

anuସୋନା ଏକ ଟ୍ୱିଟରେ ଉଲ୍ଲେଖ କରିଥିଲେ ଯେ ଆମ ଦେଶରେ ଲୋକଙ୍କୁ ସଚେତନ କରିବା ପାଇଁ ସବୁବେଳେ ନିର୍ଭୟା ଭଳି ଘଟଣା ଘଟିବା ଜରୁରୀ ହୋଇଥାଏ କାହିଁକି? ଏହା ଉପରେ ପ୍ରତିକ୍ରିୟା ଦେଇ ନେହା କହିଥିଲେ କି ତୁମ କଥା ପୂରା ସତ ଅଟେ । ଆମେ ପ୍ରକୃତରେ ଏଭଳି ଏକ ସମାଜରେ ରହୁଛୁ । ଅନୁ ମଲ୍ଲିକ ଜଣେ ଯୌନ ବିକାରଗ୍ରସ୍ତ ବ୍ୟକ୍ତି । ସେ ପୂର୍ବରୁ ମୋ ସହିତ ବି ଏପରି ବ୍ୟବହାର କରିଛି । ମୁଁ ୨୧ ବର୍ଷ ବୟସର ହୋଇଥିଲାବେଳେ ବଲିଉଡରେ ଗୀତ ଗାଇବା ପାଇଁ ସୁଯୋଗ ଖୋଜୁଥିଲି । ସେଥିପାଇଁ ମୁଁ ମୋ ଗାଇବାର କିଛି ସିଡି ନେଇ ଅନୁ ମଲ୍ଲିକଙ୍କୁ ଦେଖା କରିବାକୁ ଯାଇଥିଲି । ମୁଁ ଆଶା କରୁଥିଲି କି ସେ ମୋ ଗୀତ ଶୁଣିବା ପରେ ମୋତେ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେବ । କିନ୍ତୁ ସେ ଷ୍ଟୁଡିଓ ଭିତରେ ପଡିଥିବା ଏକ ସୋଫା ଉପରେ ଶୋଇ ରହି ମୋର ଆଖିର ସୁନ୍ଦରତା ବଖାଣିବାକୁ ଲାଗିଥିଲେ। କିନ୍ତୁ
ମୁଁ ଏଭଳି ସ୍ଥିତିରୁ ମୁକୁଳିବାକୁ ଚାହୁଁଥିଲି । ତେଣୁ ତଳେ ମୋ ମାଆ ଅପେକ୍ଷା କରିଛନ୍ତି ବୋଲି କହି ସେଠାରୁ ପଳାଇଆସିଥିଲି । ତା’ ପରେ ବି ସେ ମୋତେ ଅନେକ ଥର କଲ କରିଥିଲେ ଏବଂ ମେସେଜ ପଠାଇଥିଲେ । ହେଲେ ମୁଁ ତା’ର କିଛି ଜବାବ ଦେଇନଥିଲି ।

https://twitter.com/nehabhasin4u/status/1189607180615352320

ଆମେ ଫିଲ୍ମ ଷ୍ଟୁଡିଓ ଭିତରେ ଓ ବାହାରେ ଏଭଳି ଚରିତ୍ରର ଅନେକ ବ୍ୟକ୍ତିଙ୍କୁ ଭେଟୁଛୁ । କିନ୍ତୁ ସେମାନଙ୍କ ଉପରେ ଏହାର କିଛି ଫରକ ପଡୁନାହିଁ । ସେମାନେ ଏଭଳି ହରକତ କରିବା ସହ ଅତି ସ୍ୱାଭାବିକ ଭାବେ ନିଜର କାର୍ଯ୍ୟ ଜାରି ରଖୁଛନ୍ତି । କିନ୍ତୁ ଆମ ଭଳି ପୀଡ଼ିତାମାନଙ୍କୁ ବର୍ଷ ବର୍ଷ ଧରି ନିଜର ମୁହଁ ବନ୍ଦ କରି ରଖିବାକୁ ପଡୁଛି ଏବଂ ଘରେ ଲୁଚିବାକୁ ପଡୁଛି । ରିପୋର୍ଟ ଅନୁଯାୟୀ ଗତ ବର୍ଷ ଅନୁ ମଲ୍ଲିକଙ୍କ ବିରୋଧରେ ଏପରି ଅଭିଯୋଗ ହେବା ପରେ ତାଙ୍କୁ ରିୟଲଟି ସୋ ଇଣ୍ଡିଆନ ଆଇଡଲ ସିଜନ-୧୦ର ବିଚାରକ ପଦବି ରୁ ବାଦ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.