ଅମରେଶ ନାୟକ ହତ୍ୟା ମାମଲା, ୨ ଅଭିଯୁକ୍ତ ରାଘବ ଓ ଜଗଦୀଶକୁ ଗିରଫ କଲା ଏୟାରଫିଲ୍‌ଡ ଥାନା ପୋଲିସ

ଭୁବନେଶ୍ୱର(କେନ୍ୟୁଜ୍): ଦୀପାବଳି ରାତିରେ ଭୁବନେଶ୍ୱରରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ୨ ଅଭିଯୁକ୍ତ ରାଘବ ଓ ଜଗଦୀଶକୁ ଗିରଫ କରିଛି ଏୟାରଫିଲ୍‌ଡ ଥାନା ପୋଲିସ । ଦୀପାବଳି ଦିନ ରାତିରେ ଅମରେଶ ନାୟକଙ୍କୁ ସୁନ୍ଦରପଦା ଏକାମ୍ର କଲେଜ ପଡ଼ିଆରେ ହତ୍ୟା କରାଯାଇଥିଲା । ଗୋଡାଇ ଗୋଡାଇ ହାଣି ହତ୍ୟା କରିଥିଲେ ଦୁର୍ବୃତ୍ତ । ଗୋଷ୍ଠୀ କନ୍ଦଳକୁ ନେଇ ହତ୍ୟାକାଣ୍ଡ ହୋଇଥିଲା । ଏହି ଘଟଣାରେ ୨୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.