ସ୍ପେଶାଲ

ଏହି ସିରିୟଲ କିଲର ମଣିଷ ନୁହେଁ, ବରଂ ବିଲେଇଙ୍କୁ କରୁଥିଲା ହତ୍ୟା, ମୃତଦେହକୁ କରିଦେଉଥିଲା କ୍ଷତ ବିକ୍ଷତ

ଆପଣ ସିରିୟଲ କିଲରଙ୍କ ବିଷୟରେ ନିଶ୍ଚିତ ଶୁଣିଥିବେ, ଯିଏ ଜଣଙ୍କ ପରେ ଜଣେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଦିଅନ୍ତି। କିନ୍ତୁ କେବେ ଏମିତି ସିରିୟଲ କିଲରଙ୍କ ବିଷୟରେ ଶୁଣିଛନ୍ତି କି, ଯିଏ ମଣିଷ ନୁହେଁ ବରଂ ବିଲେଇମାନଙ୍କୁ ହତ୍ୟା କରୁଥିଲା? ଆଜି ଆମେ ଆପଣଙ୍କୁ ଏହି ସିରିୟଲ କିଲରଙ୍କ ବିଷୟରେ କହିବାକୁ ଯାଉଛୁ।

ଦିନ ଥିଲା, ଯେତେବେଳେ ବ୍ରିଟେନର ବିଭିନ୍ନ ସ୍ଥାନରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଚାଲିଥିଲା। ସିରିୟଲ କିଲର ଜଣକ ପୋଷା ଜୀବଙ୍କୁ ନିଜ ଶିକାର ବନାଉଥିଲା। ଏଥିରେ ମୁଖ୍ୟ ରୂପେ ସାମିଲ ଥିଲେ ପେଚା ଛୁଆ, ଠେକୁଆ ଓ ବିଲେଇ। ତେବେ କିଲର ଜଣକ ପାଖାପାଖି ୪୦୦ରୁ ଅଧିକ ବିଲେଇଙ୍କୁ ହତ୍ୟା କରିଥିଲା। ୨୦୧୪ରେ ଦକ୍ଷିଣ ଲଣ୍ଡନର କ୍ରାୟଡନ୍‌ ସହରରୁ ଘଟଣା ଆରମ୍ଭ ହୋଇଥିଲା, ଯେଉଁ କାରଣରୁ ମିଡିଆ ଏହି ହତ୍ୟାକୁ ‘କ୍ରାୟଡନ୍‌ କ୍ୟାଟ୍‌ ସିରିୟଲ କିଲର’ ନାଁ ଦେଇଥିଲା। ସେଠି ଲୋକେ ଏହାକୁ ‘ଏମ୍‌-୨୫ କ୍ୟାଟ୍‌ କିଲର’ ନାଁରେ ଜାଣିଥିଲେ। ପୂରା ବ୍ରିଟେନର ଲୋକ କିଲରଙ୍କ ଆତଙ୍କରେ ଥରହର ହେଉଥିଲେ।

କେତେକ ଖବରରୁ ଜଣାପଡ଼ିଥିଲା ଯେ କିଲର ପ୍ରଥମେ ପୋଷା ଜୀବଙ୍କୁ ଖାଦ୍ୟ ଜିନିଷ ଦେଇ ନିଜ ପାଖକୁ ଡାକୁଥିଲା, ଆଉ ତା’ପରେ କୌଣସି ଧାରୁଆ ଅସ୍ତ୍ରରେ ସେମାନଙ୍କୁ ହତ୍ୟା କରିଦେଉଥିଲା। କେବଳ ଏତିକି ନୁହେଁ, ସେ ମୃତ ଶରୀରକୁ ପୂରା କ୍ଷତ ବିକ୍ଷତ କରିଦେଉଥିଲା, ଯେପରି କାହାକୁ ପ୍ରମାଣ ନ ମିଳିପାରିବ। ତେବେ ପୋଲିସ ଖବର ପାଇ ବିଭିନ୍ନ ସ୍ଥାନରୁ ମୃତ ବିଲେଇଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ କରାଇଥିଲା।

କୁହାଯାଉଛି, ପ୍ରାୟ ୧୦ ବିଲେଇଙ୍କ ପୋଷ୍ଟମର୍ଟମରେ ୭୫୦୦ ପାଉଣ୍ଡ ଅର୍ଥାତ୍‌ ପାଖାପାଖି ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପୋଲିସ କିଲରକୁ ଧରିବା ପାଇଁ ୨୦୧୫ରେ ଏକ ଟିମ୍‌ ବି ଗଠନ କରିଥିଲା, ଯାହାର ନାଁ ରଖାଯାଇଥିଲା ‘ତାକାହେ’। ହତ୍ୟା ସନ୍ଦେହରେ ପୋଲିସ ୩୧ ବର୍ଷର ଜଣେ ବ୍ୟକ୍ତିଙ୍କୁ ଧରିଥିଲା, କିନ୍ତୁ ପ୍ରମାଣ ଅଭାବରୁ ତାଙ୍କୁ ଛାଡ଼ିଦେଇଥିଲା।

୨୦୧୮ରେ ମେଟ୍ରୋପଲିଟନ ପୋଲିସ ମାମଲାଟିକୁ ବନ୍ଦ କରିଦେଇଥିଲା। ଆଉ କହିଥିଲା, ପୋଷା ଜୀବ ବିଶେଷ କରି ବିଲେଇଙ୍କ ମୃତ୍ୟୁ କୌଣସି ସଡ଼କ ଦୁର୍ଘଟଣା କିମ୍ବା ଜଙ୍ଗଲି ଜନ୍ତୁଙ୍କ ଆକ୍ରମଣରେ ହୋଇଛି। କିନ୍ତୁ ଲୋକେ ଏହାକୁ ମାନିବାକୁ ପ୍ରସ୍ତୁତ ନ ଥିଲେ। ତେବେ ପୋଲିସ ଆଜି ପଯ୍ୟର୍ନ୍ତ ବି ପତ୍ତା ଲଗେଇ ପାରିନାହିଁ ଯେ ଏହି ହତ୍ୟା ପଛରେ କିଏ ଜଡ଼ିତ ଥିଲା।

Roshni

Recent Posts

ପୋଲ ଉପରୁ ଖସିଲା ବାଇକ୍, ଜଣେ ମୃତ; ଜଣେ ଗୁରୁତର

ସାଲେପୁର (କେନ୍ୟୁଜ): ପୋଲ ଉପରୁ ଖସିଲା ବାଇକ୍ । ଜଣେ ମୃତ, ଜଣେ ଗୁରୁତର । ମାହାଙ୍ଗା ବରଦିଆ ନିକଟ…

1 min ago

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

16 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

30 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

41 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

49 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

1 hour ago