Categories: ସ୍ପେଶାଲ

‘ସ୍ମାର୍ଟ ପାଇଜାମା’, ଯାହା ନିଦରେ ମାପିବ ଆପଣଙ୍କ ହୃଦ୍‌ ସ୍ପନ୍ଦନ, ଯାଞ୍ଚ କରିବ ସ୍ୱାସ୍ଥ୍ୟାବସ୍ଥା

ବୈଜ୍ଞାନିକମାନେ ଏକ ଏଭଳି ପୋର୍ଟେବଲ୍‌ ପାଇଜାମା ପ୍ରସ୍ତୁତ କରିଛନ୍ତି, ଯାହା ସେନ୍ସର ମାଧ୍ୟମରେ ନିଦରେ ମଧ୍ୟ ଆପଣଙ୍କ ହୃଦ୍‌ ସ୍ପନ୍ଦନ ଏବଂ ଶ୍ୱାସର ଗତିକୁ ମାପି ପାରିବ। ଆମେରିକାର ୟୁନିଭର୍ସିଟି ଅଫ୍‌ ମୈସାଚୁସେଟ୍ସ ଏମହର୍ଷ୍ଟର ବିଶେଷଜ୍ଞମାନେ ଏହା ପ୍ରସ୍ତୁତ କରିଛନ୍ତି। ଏହି ପାଇଜାମା ରୋଗ ଉପଚାର ପାଇଁ ମଧ୍ୟ ବ୍ୟବହୃତ ହୋଇପାରିବ। ପ୍ରଫେସର ତ୍ରିସା ଏଲ୍‌. ଆଣ୍ଡ୍ରିଉ କହିଥିଲେ, ଆମେ ଏମିତି ଟେକ୍ନୋଲୋଜି ଉପରେ କାମ କରିଥିଲୁ, ଯାହା ଜରିଆରେ ସ୍ମାର୍ଟ କପଡ଼ା ତିଆରି କରାଯାଇପାରିବ। କିନ୍ତୁ ଏଥିରେ ଏକ ବଡ଼ ସମସ୍ୟା ଥିଲା। ସେନ୍ସର ଥାଇ କିପରି କପଡ଼ା ବନାଯିବ ଏବଂ ଲୋକେ କିପରି କପଡ଼ାର ଅନୁଭବ କରିପାରିବେ, ତାହା ଉପରେ ତର୍ଜମା କରାଯାଇଥିଲା।

ସେ ଆହୁରି କହିଥିଲେ, ସାଧାରଣତଃ ଲୋକେ ମାନିଥାଆନ୍ତି ଯେ ଶାରୀରିକ ଏବଂ ମନୋବିଜ୍ଞାନ ସଙ୍କେତଗୁଡ଼ିକୁ ମାପିବା ପାଇଁ ଢିଲା କପଡ଼ାଠାରୁ ଟାଇଟ୍‌ କପଡ଼ା ଅଧିକ ଲାଭଦାୟକ ହୋଇଥାଏ। କିନ୍ତୁ ବାସ୍ତବରେ ଏହା ଠିକ୍‌ ନୁହେଁ। ଏବେ ପାଇଜାମା ପିନ୍ଧି ମଧ୍ୟ ଆମେ ଶାରିରୀକ ଏବଂ ମନୋବିଜ୍ଞାନ ସଙ୍କେତଗୁଡ଼ିକୁ ମାପିପାରିବୁ।

ଏହାସହ ପଢ଼ନ୍ତୁ: ପାଞ୍ଚ ଥର ହୋଇସାରିଛି ପୃଥିବୀର ସାମୂହିକ ବିନାଶ! ପୁଣି ଆଶଙ୍କା କଲେ ବୈଜ୍ଞାନିକ

ଚାପ ପଡ଼ିଲେ ସକ୍ରିୟ ହୋଇଥାଏ ସେନ୍ସର

ବୈଜ୍ଞାନିକ ଦୀପକ ଗଣେଶନ କହିଛନ୍ତି କି, ଢିଲା ପାଇଜାମା ପିନ୍ଧି ଶୋଇଲେ ମଧ୍ୟ ଏହାର ଅନେକ ଅଂଶ ଶରୀରକୁ ଛୁଇଁଥାଏ। ଶୋଇବା ସମୟରେ କମ୍ବଳ କିମ୍ବା ଯେଉଁ ମୁଦ୍ରାରେ ଶୋଇଥାଉ, ଏହାଦ୍ୱାରା ପାଇଜାମା ଉପରେ ଚାପ ପଡ଼ିଥାଏ। ଫଳରେ ପାଇଜାମାରେ ଲାଗିଥିବା ସେନ୍ସର ସକ୍ରିୟ ହୋଇଯାଇଥାଏ। ଆଉ ସଙ୍ଗେ ସଙ୍ଗେ ଏହା ହୃଦ୍‌ ସ୍ପନ୍ଦନ ଏବଂ ଶ୍ୱାସର ଗତିକୁ ମାପିବା ଆରମ୍ଭ କରିଦେଇଥାଏ।

ବିଶେଷଜ୍ଞ ଟିମ୍‌ ଫ୍ୟାବ୍ରିକ୍‌ ଆଧାରିତ ଏହି ପ୍ରେସର ସେନ୍ସର ଡିଜାଇନ୍‌ କରିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି, ଏହି ପାଇଜାମାକୁ ପିନ୍ଧି ଆପଣ କୌଣସି ବି ମୁଦ୍ରାରେ ଶୁଅନ୍ତୁ, ଏହା ନିଜ ସେନ୍ସର ଜରିଆରେ ଡାଟାକୁ କମ୍ପ୍ୟୁଟରରେ ଏକତ୍ର କରିଥାଏ। ଏହାଦ୍ୱାରା କୌଣସି ବ୍ୟକ୍ତିଙ୍କୁ ଗମ୍ଭୀର ରୋଗରୁ ରକ୍ଷା କରାଯାଇପାରେ।

Roshni

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

13 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

24 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

32 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

48 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

57 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

1 hour ago