Categories: ସ୍ପେଶାଲ

ଦୁନିଆରେ ମହିଳାଙ୍କ ବିରୋଧରେ ଗଢା ହୋଇଛି ଏହି ଅଜବ ଆଇନ୍ ! ପଢିଲେ ହୋଇବେ ଆଶ୍ଚର୍ୟ୍ୟ

ମହିଳାମାନଙ୍କ ସ୍ଥିତି ସବୁବେଳେ ଦୟନୀୟ  । କାହିଁକି ନା, କାହିଁ କେଉଁ କାଳରୁ ମହିଳା ମାନଙ୍କ ଉପରେ ଅନ୍ୟାୟ ଏବଂ ଅତ୍ୟାଚାର ହୋଇଆସୁଅଛି । ଦୁନିଆରେ ଏମିତି କୌଣସି ବି ସ୍ଥାନ ନାହିଁ ଯେଉଁଠାରେ ମହିଳାଙ୍କ ପ୍ରତି ଅନ୍ୟାୟ ଏବଂ ଅତ୍ୟାଚାର ହୋଇ ନଥିବ । ସମୟ ସମୟରେ ମହିଳାଙ୍କୁ ପ୍ରତାରିତ ହେବାକୁ ମଧ୍ୟ ପଡିଥାଏ । ପୂରା ବିଶ୍ବରେ ଯେତେ ବି ମହିଳାଙ୍କ ପାଇଁ ମହିଳା ଶସକ୍ତିକରଣକୁ ଶକ୍ତି ଦିଆଯାଇଥାଉ ନା କାହିଁକି ଆଜି ବି ମହିଳାଙ୍କ ସ୍ଥିତି ଶୋଚନୀୟ । ଏହି କାରଣ ପାଇଁ ଆଜି ଆମେ ଅପଣଙ୍କୁ ଜଣାଇବୁ ଏମିତି କିଛି ନିୟମ ଯାହା ପ୍ରଚଳିତ ହେଉଛି ଦେଶ ଏବଂ ବିଦେଶରେ । ମହିଳାଙ୍କ ବିରୋଧରେ କିଛି ଏମିତି ଅଜବ କାନୁନ୍ ଯାହା ଶୁଣିଲା ପରେ ଆପଣ ବି ହେବେ ଆଶ୍ଚର୍ୟ୍ୟ । ତ, ଆସନ୍ତୁ ଜାଣିବା ଦୁନିଆରେ ମହିଳାଙ୍କ ବିରୋଧରେ ତିଆରି ହୋଇଥିବା ଏହି ଅଜବ ଆଇନ୍ ବିଷୟରେ :

• ଏଠାରେ କିଡନାପ୍ କରି ବିବାହ କରି ପାରିଥାନ୍ତି :

ମାଲତା ଓ ଲିବୋନାନରେ ଯଦି କୌଣସି ଝିଅକୁ ଅପହରଣ କରି ନେଲା ପରେ ସେହି ଝିଅକୁ ଅପରାଧି ବିବାହ କରୁଛି ତେବେ ଅପହରଣକାରୀଙ୍କର ଅପରାଧ ଖାରଜ୍ ହୋଇଥାଏ । ଏହାର ମାନେ ଏହି ଅପରାଧିଙ୍କ ଉପରେ କୌଣସି ବି ମକଦମା କରିପାରିବେ ନାହିଁ । ଯଦି ବିବାହର ସମାଧାନ ଶେଷରେ କରାଯାଏ ତେବେ ସଙ୍ଗେ ସଙ୍ଗେ ଅପରାଧକୁ କ୍ଷମା କରାଯାଇଥାଏ । ସର୍ତ ଥାଏ କି ବିବାହର ୫ବର୍ଷ ପର୍ୟ୍ୟନ୍ତ ଛାଡପତ୍ର ନେଇପାରିବେ ନାହିଁ ଯଦି ନେଲେ ତାହେଲେ ଦୋଷ ଲାଗାଯାଇଥାଏ । ଏମିତି କାନୁନ୍ ପ୍ରଥମେ କୋଷ୍ଟାରିକା, ଏଥିଓପିଆ ଓ ପେରୁ ଭଳି ଦେଶରେ ହେଉଥିଲା ଯାହାକୁ ଏବେ ବଦଳାଇ ଦିଆଯାଇଛି ।

• ଏମାନଙ୍କୁ ଡ୍ରାଇଭିଙ୍ଗର ପରମିଶନ୍ ନଥାଏ :

ସାଉଦି ଆରବରେ ମହିଳାଙ୍କ ଗାଡି ଚଳାଇବା ବେଆଇନ୍ । ମହିଳା ମାନଙ୍କୁ ସାଉଦି ଆରବରେ ଡ୍ରାଇଭିଙ୍ଗ ଲାଇସେନ୍ସ ଦିଆଯାଇ ନଥାଏ । ଏଠାରେ ଦୁଇ ମହିଳାଙ୍କୁ ଗାଡି ଚଲାଇବା ଅପରାଧରେ ଗରଫ କରାଯାଇଛି ଏବଂ ଏହି ମହିଳାଙ୍କ ଉପରେ ମକଦମା କରାଯାଇଛି । ଏହି ଘଟଣା ବିରୋଧରେ ସାରା ବିଶ୍ବସ୍ତରରେ ମାନବାଧିକାର ସମ୍ବିଧାନ ସଦସ୍ୟ ମାନେ ସ୍ବର ଉତ୍ତଳନ କରିଥିଲେ ।

• ଏଠାରେ ମାନି ଥାନ୍ତି ସୁଧୁରିବା ପାଇଁ ପିଟିବା ଜରୁରୀ :

ନାଇଜେରିଆରେ ଯଦି କୌଣସି ସ୍ବାମୀ ନିଜ ପତ୍ନୀଙ୍କର ଭୁଲ୍ ସୁଧାରିବା ପାଇଁ ତାଙ୍କୁ ପିଟନ୍ତି ତେବେ ଏହାକୁ ବେଆଇନ୍ ରୂପରେ ଗ୍ରହଣ କରାଯାଏ ନାହିଁ । ସ୍ବାମୀଙ୍କର ଘରୋଇ ହିଂସାକୁ ଏମିତି କ୍ଷମା କରାଯାଏ ଯେମିତି ମା’ ବାପା କି ଶିକ୍ଷକ ଭୁଲ୍ ସୁଧାରିବା ପାଇଁ ଛୋଟ ଛୁଆଁଙ୍କୁ ମାରି ଥାନ୍ତି ।

• ଏଠାରେ ସ୍ତ୍ରୀଙ୍କୁ ଜୀବନରେ ମାରିଦେବା ବି ଅପରାଧ ନୁହେଁ :

ମେସ୍ତ୍ରାର ଆଇନ୍ ଅନୁସାରେ ଯଦି କେହି ଲୋକ ନିଜ ସ୍ତ୍ରୀକୁ ଅନ୍ୟ ପୁରୁଷ ସହ ଆପତ୍ତିଜନକ ଅବସ୍ଥାରେ ଦେଖନ୍ତି ଏବଂ ରାଗରେ ନିଜ ସ୍ତ୍ରୀର ହତ୍ୟା କରି ଦିଅନ୍ତି ତେବେ ଏହାକୁ ବଡ ଅପରାଧ ବୋଲି ଗ୍ରହଣ କରାଯାଏ ନାହିଁ ।

• ଏଠାରେ ବଳତ୍କାର କରାଯାଏ ବିବାହିତ ମହିଳା ମାନଙ୍କ ସହିତ :

ସିଙ୍ଗାପୁରରେ ଯଦି ଝିଅ ମାନଙ୍କର ବୟସ ୧୩ବର୍ଷରୁ ଅଧିକ ହୋଇଥାଏ ତେବେ ସେମାନଙ୍କ ସହ ବିବାହ ସମ୍ବନ୍ଧରେ ହୋଇଥିବା ଯୌନକର୍ମକୁ ବଳତ୍କାର ବୋଲି ମାନି ନଥାନ୍ତି ।

KNews Bureau

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମି

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

6 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago