ମହିଳାମାନଙ୍କ ସ୍ଥିତି ସବୁବେଳେ ଦୟନୀୟ । କାହିଁକି ନା, କାହିଁ କେଉଁ କାଳରୁ ମହିଳା ମାନଙ୍କ ଉପରେ ଅନ୍ୟାୟ ଏବଂ ଅତ୍ୟାଚାର ହୋଇଆସୁଅଛି । ଦୁନିଆରେ ଏମିତି କୌଣସି ବି ସ୍ଥାନ ନାହିଁ ଯେଉଁଠାରେ ମହିଳାଙ୍କ ପ୍ରତି ଅନ୍ୟାୟ ଏବଂ ଅତ୍ୟାଚାର ହୋଇ ନଥିବ । ସମୟ ସମୟରେ ମହିଳାଙ୍କୁ ପ୍ରତାରିତ ହେବାକୁ ମଧ୍ୟ ପଡିଥାଏ । ପୂରା ବିଶ୍ବରେ ଯେତେ ବି ମହିଳାଙ୍କ ପାଇଁ ମହିଳା ଶସକ୍ତିକରଣକୁ ଶକ୍ତି ଦିଆଯାଇଥାଉ ନା କାହିଁକି ଆଜି ବି ମହିଳାଙ୍କ ସ୍ଥିତି ଶୋଚନୀୟ । ଏହି କାରଣ ପାଇଁ ଆଜି ଆମେ ଅପଣଙ୍କୁ ଜଣାଇବୁ ଏମିତି କିଛି ନିୟମ ଯାହା ପ୍ରଚଳିତ ହେଉଛି ଦେଶ ଏବଂ ବିଦେଶରେ । ମହିଳାଙ୍କ ବିରୋଧରେ କିଛି ଏମିତି ଅଜବ କାନୁନ୍ ଯାହା ଶୁଣିଲା ପରେ ଆପଣ ବି ହେବେ ଆଶ୍ଚର୍ୟ୍ୟ । ତ, ଆସନ୍ତୁ ଜାଣିବା ଦୁନିଆରେ ମହିଳାଙ୍କ ବିରୋଧରେ ତିଆରି ହୋଇଥିବା ଏହି ଅଜବ ଆଇନ୍ ବିଷୟରେ :
• ଏଠାରେ କିଡନାପ୍ କରି ବିବାହ କରି ପାରିଥାନ୍ତି :
ମାଲତା ଓ ଲିବୋନାନରେ ଯଦି କୌଣସି ଝିଅକୁ ଅପହରଣ କରି ନେଲା ପରେ ସେହି ଝିଅକୁ ଅପରାଧି ବିବାହ କରୁଛି ତେବେ ଅପହରଣକାରୀଙ୍କର ଅପରାଧ ଖାରଜ୍ ହୋଇଥାଏ । ଏହାର ମାନେ ଏହି ଅପରାଧିଙ୍କ ଉପରେ କୌଣସି ବି ମକଦମା କରିପାରିବେ ନାହିଁ । ଯଦି ବିବାହର ସମାଧାନ ଶେଷରେ କରାଯାଏ ତେବେ ସଙ୍ଗେ ସଙ୍ଗେ ଅପରାଧକୁ କ୍ଷମା କରାଯାଇଥାଏ । ସର୍ତ ଥାଏ କି ବିବାହର ୫ବର୍ଷ ପର୍ୟ୍ୟନ୍ତ ଛାଡପତ୍ର ନେଇପାରିବେ ନାହିଁ ଯଦି ନେଲେ ତାହେଲେ ଦୋଷ ଲାଗାଯାଇଥାଏ । ଏମିତି କାନୁନ୍ ପ୍ରଥମେ କୋଷ୍ଟାରିକା, ଏଥିଓପିଆ ଓ ପେରୁ ଭଳି ଦେଶରେ ହେଉଥିଲା ଯାହାକୁ ଏବେ ବଦଳାଇ ଦିଆଯାଇଛି ।
• ଏମାନଙ୍କୁ ଡ୍ରାଇଭିଙ୍ଗର ପରମିଶନ୍ ନଥାଏ :
ସାଉଦି ଆରବରେ ମହିଳାଙ୍କ ଗାଡି ଚଳାଇବା ବେଆଇନ୍ । ମହିଳା ମାନଙ୍କୁ ସାଉଦି ଆରବରେ ଡ୍ରାଇଭିଙ୍ଗ ଲାଇସେନ୍ସ ଦିଆଯାଇ ନଥାଏ । ଏଠାରେ ଦୁଇ ମହିଳାଙ୍କୁ ଗାଡି ଚଲାଇବା ଅପରାଧରେ ଗରଫ କରାଯାଇଛି ଏବଂ ଏହି ମହିଳାଙ୍କ ଉପରେ ମକଦମା କରାଯାଇଛି । ଏହି ଘଟଣା ବିରୋଧରେ ସାରା ବିଶ୍ବସ୍ତରରେ ମାନବାଧିକାର ସମ୍ବିଧାନ ସଦସ୍ୟ ମାନେ ସ୍ବର ଉତ୍ତଳନ କରିଥିଲେ ।
• ଏଠାରେ ମାନି ଥାନ୍ତି ସୁଧୁରିବା ପାଇଁ ପିଟିବା ଜରୁରୀ :
ନାଇଜେରିଆରେ ଯଦି କୌଣସି ସ୍ବାମୀ ନିଜ ପତ୍ନୀଙ୍କର ଭୁଲ୍ ସୁଧାରିବା ପାଇଁ ତାଙ୍କୁ ପିଟନ୍ତି ତେବେ ଏହାକୁ ବେଆଇନ୍ ରୂପରେ ଗ୍ରହଣ କରାଯାଏ ନାହିଁ । ସ୍ବାମୀଙ୍କର ଘରୋଇ ହିଂସାକୁ ଏମିତି କ୍ଷମା କରାଯାଏ ଯେମିତି ମା’ ବାପା କି ଶିକ୍ଷକ ଭୁଲ୍ ସୁଧାରିବା ପାଇଁ ଛୋଟ ଛୁଆଁଙ୍କୁ ମାରି ଥାନ୍ତି ।
• ଏଠାରେ ସ୍ତ୍ରୀଙ୍କୁ ଜୀବନରେ ମାରିଦେବା ବି ଅପରାଧ ନୁହେଁ :
ମେସ୍ତ୍ରାର ଆଇନ୍ ଅନୁସାରେ ଯଦି କେହି ଲୋକ ନିଜ ସ୍ତ୍ରୀକୁ ଅନ୍ୟ ପୁରୁଷ ସହ ଆପତ୍ତିଜନକ ଅବସ୍ଥାରେ ଦେଖନ୍ତି ଏବଂ ରାଗରେ ନିଜ ସ୍ତ୍ରୀର ହତ୍ୟା କରି ଦିଅନ୍ତି ତେବେ ଏହାକୁ ବଡ ଅପରାଧ ବୋଲି ଗ୍ରହଣ କରାଯାଏ ନାହିଁ ।
• ଏଠାରେ ବଳତ୍କାର କରାଯାଏ ବିବାହିତ ମହିଳା ମାନଙ୍କ ସହିତ :
ସିଙ୍ଗାପୁରରେ ଯଦି ଝିଅ ମାନଙ୍କର ବୟସ ୧୩ବର୍ଷରୁ ଅଧିକ ହୋଇଥାଏ ତେବେ ସେମାନଙ୍କ ସହ ବିବାହ ସମ୍ବନ୍ଧରେ ହୋଇଥିବା ଯୌନକର୍ମକୁ ବଳତ୍କାର ବୋଲି ମାନି ନଥାନ୍ତି ।