Below header

ରାଉରକେଲାରୁ ଗିରଫ ହେଲେ ଡକାୟତି ଦଳ,ଲକ୍ଷାଧିକ ଟଙ୍କା ସହ ମାରଣାସ୍ତ୍ର ଜବତ

ରାଉରକେଲା: ପୁଣି ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି ଚାରିଜଣ କୁଖ୍ୟାତ ଡକାୟତ। ବିଶ୍ରା ଥାନା ପୋଲିସ ଏହି ଚୋର ମାନଙ୍କୁ ଗିରଫ କରିଛି। ଝାଡଖଣ୍ଡର ଜଣେ କୁଖ୍ୟାତ ଡକାୟତ ରାଉରକେଲା ହାତୀବାରି ଓ ପୁରୁଣାପାଣି ଅଞ୍ଚଳରେ ଡକାୟତି କରିବା ପାଇଁ ଯୋଜନା କରୁଥିଲା। ରାଉରକେଲା ଏସପିଙ୍କ ନିର୍ଦ୍ଧେଶ କ୍ରମେ ଏକ ସ୍କ୍ବାଡ ଗଠନ କରାଯାଇଥିଲା ଏମାନଙ୍କୁ ଧରିବା ପାଇଁ।

dacoit ସେମାନଙ୍କ ଠାରୁ ଗୋଟିଏ ସ୍କର୍ପିଓ, ଏକ ଲକ୍ଷ ସତେଇଶ ହଜାର ଟଙ୍କା ଏବଂ ବନ୍ଧୁକ ସହ ବହୁ ମାରଣାସ୍ତ୍ର ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ମଦନ ମାଝି,ଏମଡି ମଜୁର,ରାଜେଶ ଲାଖୁଆ, ଏମଡି ସଫାୟତ ହୁସେନ। ସୂଚନା ଅନୁଯାୟୀ ଗତକାଲି ରାଉରକେଲା ପ୍ଲାଣ୍ଟସାଇଟ ଥାନା ପୋଲିସ ଚାରିଜଣ ଡକାୟତଙ୍କୁ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.