Below header

ବଲିଉଡର ୫ ଫ୍ଲପ୍ ଅଭିନେତ୍ରୀ : ସିନେମା ନଥାଇ ମଧ୍ୟ କରୁଛନ୍ତି ଲକ୍ଷାଧିକ ଟଙ୍କା ରୋଜଗାର

ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡରେ ପ୍ରଥମେ ଏଣ୍ଟ୍ରି କରିଥିଲେ ସେତେବେଳେ ସେମାନେ ବହୁତ ଲୋକପ୍ରିୟ ହେବା ସହିତ ଚର୍ଚ୍ଚାରେ ମଧ୍ୟ ରହିଥିଲେ। ସେମାନେ ଏମିତି ପ୍ରଦର୍ଶନ କରୁଥିଲେ ଯେମିତି ବଲିଉଡରେ ତାଙ୍କ ପରିଚୟ ସୃଷ୍ଟି କରିବେ । କିନ୍ତୁ ମାତ୍ର କେଇଟା ଫିଲ୍ମ ପରେ ସେମାନେ କେଉଁଠି ହଜିଗଲେ। ଯେଉଁ ଅଭିନେତ୍ରୀ ଗୋଟେ ସମୟରେ ହିଟ ହେବାକୁ ଯାଉଥିଲେ ସେମାନେ ଫ୍ଲପ ହୋଇଗଲେ।

ଏମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀମାନେ ଫ୍ଲପ ହେବା ପରେ ବଲିଉଡ ଇଣ୍ଡଷ୍ଟ୍ରୀ ଠାରୁ ଦୁରେଇ ଗଲେ ଏବଂ ଅନ୍ୟମାନେ କିଛି ଇଭେଣ୍ଟ ମାଧ୍ୟମରେ ରୋଜଗାର କରୁଛନ୍ତି। ଆଜି ଆପଣଙ୍କୁ କିଛି ଏମିତି ଅଭିନେତ୍ରୀଙ୍କ ବିଷୟରେ ଜଣାଇବୁ ଯେଉଁମାନେ ଫ୍ଲପ ହେବା ପରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

elli avram ଏଲି ଅବରମ :

ଏଲି ତାଙ୍କର ପ୍ରଥମ ବିଜ୍ଞାପନ ଏଭରେଡି ବ୍ୟାଟେରୀରେ ଅକ୍ଷୟ କୁମାରଙ୍କ ସହିତ କରିଥିଲେ। ଏଲିଙ୍କୁ ବଲିଉଡରେ ପ୍ରଥମ ବ୍ରେକ ସୌରଭ ବର୍ମାଙ୍କର କମେଡି ଥ୍ରୀଲର ଫିଲ୍ମ’ ମିକୀ ଭାଇରସ’ରୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କର ବିପକ୍ଷରେ ଟିଭି ହୋଷ୍ଟ ମନୀଷ ପାଲ ନଜର ଆସିଥିଲେ। କିନ୍ତୁ ଫିଲ୍ମଟି ବକ୍ସଅଫିସରେ କିଛି ଖାସ ଧମାଲ ମଚାଇ ନଥିଲା। ଦୁଇଟି ଫିଲ୍ମ କରିବା ପରେ ମଧ୍ୟ ଏଲିଙ୍କର କ୍ୟାରିୟର ସେତିକି ଆଗକୁ ପହଞ୍ଚି ନଥିଲା, ଯେତିକି ସେ ଆଶା କରିଥିଲେ। ବର୍ତ୍ତମାନ  ଏଲି ଇଭେଣ୍ଟ ଗୁଡିକ କରି ୩ଲକ୍ଷ ରୁ ୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ପରଫରମାନ୍ସ ପାଇଁ ସେ ୬ରୁ୭ ଲକ୍ଷ ଟଙ୍କା ଚାର୍ଜ କରୁଛନ୍ତି।

gahaurଗୋହର ଖାନ :

ବିଗବସରେ ଜିତି ସାରିଥିବା ଏବଂ ପଞ୍ଜାବୀ ଫିଲ୍ମରେ ନଜର ଆସିଥିବା ଗୋହର ଖାନ ମଧ୍ୟ ଗୋଟେ ସମୟରେ ବହୁତ ଲୋକପ୍ରିୟ ଥିଲେ। ବର୍ତ୍ତମାନ ଗୋହରଙ୍କ ପାଖରେ ନା କୌଣସି ଫିଲ୍ମ ଅଛି ଏବଂ ନା କୌଣସି ରିୟଲିଟି ଶୋ ଅଛି। ଇଭେଣ୍ଟରେ ପରଫରମାନ୍ସ କରି ଗୋହର ଖାନ ୬ ଲକ୍ଷ ରୁ ୧୨ ଲକ୍ଷ ଟଙ୍କା ରୋଜଗାର କରିନେଉଛନ୍ତି।

neha dhupiaନେହା ଧୁପିଆ :

ବଲିଉଡରେ ଫ୍ଲପ ଅଭିନେତ୍ରୀଙ୍କ ମଧ୍ୟରେ ନେହା ଧୁପିଆ ସବୁଠାରୁ ଅଧିକ ରୋଜଗାର କରୁଛନ୍ତି। ସେ ଏକା ସାଥିରେ କେତେକ ରିୟଲିଟି ଶୋର ଜଜ୍ ହେବା ସହିତ ହୋସ୍ଟ ମଧ୍ୟ କରୁଛନ୍ତି। ଏକ ଇଭେଣ୍ଟକୁ ଯିବା ପାଇଁ ନେହା ୬ଲକ୍ଷ ରୁ ୮ଲକ୍ଷ ଟଙ୍କା ଚାର୍ଜ କରୁଛନ୍ତି। ପରଫରମାନ୍ସ କରିବା ପାଇଁ ସେ ୧୨ରୁ୧୫ ଲକ୍ଷ ଟଙ୍କା ନେଇଥାନ୍ତି।

chintangadaଚିତ୍ରଙ୍ଗଦା ସିଂ :

ଚିତ୍ରଙ୍ଗଦା ସିଂଙ୍କର ଜନ୍ମ ୨୮ ମାର୍ଚ୍ଚ ୧୯୭୬ରେ ଜୋଧପୁର ରାଜସ୍ଥାନରେ ହୋଇଥିଲା। ତାଙ୍କ ପିତା ନିରଞ୍ଜନ ସିଂ ଜଣେ ଆର୍ମି ଅଫିସର ଥିଲେ। ତାଙ୍କର ନିଜର ମଡେଲିଙ୍ଗ କ୍ୟାରିୟର ପାଇଁ କେତେକ ବ୍ରାଞ୍ଚରେ ବିଜ୍ଞାପନ ମଧ୍ୟ କରିଛନ୍ତି। ଅକ୍ଷୟ କୁମାରଙ୍କ ସହିତ ଫିଲ୍ମରେ ନଜର ଆସିଥିବା ଚିତ୍ରାଙ୍ଗଦା ମଧ୍ୟ ନିଜର ଫିଲ୍ମୀ କ୍ୟାରିୟରରେ କିଛି ଖାସ କମାଲ ଦେଖାଇ ପାରି ନଥିଲେ। କିନ୍ତୁ ସେ ମଧ୍ୟ ଇଭେଣ୍ଟ କରି ଟଙ୍କା ରୋଜଗାର କରୁଛନ୍ତି। ଚିତ୍ରାଙ୍ଗଦା ଏକ ଇଭେଣ୍ଟ ପାଇଁ ୧୫ଲକ୍ଷ ରୁ ୧୮ଲକ୍ଷ ଟଙ୍କା ଚାର୍ଜ କରନ୍ତି।

Shriya Saranଶ୍ରୀୟା ସରନ :

ଶ୍ରୀୟା ୨୦୦୩ରେ ଫିଲ୍ମ ’ତୁଝେ ମେରି କସମ’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ରିତେଶ ଦେଶମୁଖ ଏବଂ ଜେନେଲିୟା ଡିସୁଜା ନଜର ଆସିଥିଲେ। ସରନ ସାଉଥ୍ ଇଣ୍ଡିଆର ଶ୍ରେଷ୍ଠ  ଅଭିନେତ୍ରି ଥିଲେ। ଶ୍ରୀୟା ତାଙ୍କର ବିଦେଶୀ ବୟଫ୍ରେଣ୍ଡଙ୍କୁ ବିବାହ କରିଥିଲେ। ସାଉଥ୍ ଇଣ୍ଡଷ୍ଟ୍ରୀରେ ଏହି ସୁନ୍ଦରୀ ଅଭିନେତ୍ରୀ ବଲିଉଡ ଫିଲ୍ମରେ ମଧ୍ୟ ନଜର ଆସି ସାରିଛନ୍ତି। ସାଉଥରେ ସେ ବହୁତ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି। ଯେତେବେଳେ ଶ୍ରୀୟାଙ୍କ ପାଖରେ କୌଣସି ଫିଲ୍ମ ନଥାଏ ତେବେ ସେ ଇଭେଣ୍ଟ କରି ୭ଲକ୍ଷ ରୁ ୧୦ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.