ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ପ୍ରସ୍ତୁତ ରହିବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର :  ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି । କିଭଳି ବନ୍ୟା ପରିସ୍ଥତିକୁ ମୁକାବିଲା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ସେନେଇ ପ୍ରଶାସନିକ ଅଧିକାରୀ ସତର୍କ ରହିବା ପାଇଁ କୁହାଯାଇଛି । ମହାନଦୀ ଅବବାହିକା ଅଞ୍ଚଳରେ ବର୍ଷା ଯୋଗୁଁ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ଥିବାରୁ ସମସ୍ତ ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ପରିସ୍ଥତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ କୌଣସି ଜରୁରୀ ପରିସ୍ଥତିର ମୁକାବିଲା ପାଇଁ ପ୍ରସ୍ତୁତ ରହି ତୁରନ୍ତ ରିଲିଫ୍ ଯୋଗାଣ ପାଇଁ ଓଡ୍ରାଫ୍ ଅଗ୍ନିଶମ ବିଭାଗ ସହାୟତା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।

ବୈଠକ ପରେ ସୂଚନା ଦିଆଯାଇଛି , ମାଲକାନଗିରିରେ ବିଛିନ୍ନ ହୋଇଥିବା ଯୋଗାଯୋଗ ବ୍ୟବସ୍ଥାକୁ ପୁନଃସ୍ଥାପିତ କରାଯାଇଛି । ମହାନଦୀର ମୁଣ୍ଡଳୀଠାରେ ଆଜି ମଧ୍ୟାହ୍ନ ସୁଦ୍ଧା ୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବ । କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର , ଖୋର୍ଦ୍ଧା ଓ ପୁରୀ ଆଦି ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏସଆରସି ବିଷ୍ଣୁପଦ ସେଠୀ ସୁଚନା ଦେଇ କହିଛନ୍ତି, ବନ୍ୟା ପରିସ୍ଥିତିକୁ ଠିକ ଭାବେ ମୁକାବିଲା କରାଯାଉଛି । କିନ୍ତୁ ବୈତରଣୀ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି ବୋଲି ଜଣାପଡିଛି । ଭଣ୍ଡାରୀପୋଖରୀ ଓ ଧାମନଗରରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇାପରେ ବୋଲି ଆଶଙ୍କା କରାଯାଉଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ବିଭାଗୀୟ ଅଧିକାରୀ ସଜାଗ ରହିଛନ୍ତି । ବନ୍ୟା ଆଶଙ୍କାକୁ ପ୍ରତିରୋଧ ପାଇଁ ଓଡ୍ରାଫ ଓ ଅଗ୍ନିଶମ ଟିମ ବିଭିନ୍ନ ବିପଦ ସଂକୁଳ ସ୍ଥାନରେ ନିୟୋଜିତ ଅଛନ୍ତି । ଯେଉଁସବୁ ସ୍ଥାନରେ ପରିସ୍ଥିତି ସ୍ୱାଭାବିକ ହୋଇସାରିଛି, ସେଠାରେ ଜିଲ୍ଲା କର୍ତ୍ତୁପକ୍ଷ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.