ସ୍ପେଶାଲ

ଏହି ଗଛରେ ୧୦୦ ବର୍ଷରେ ଥରେ ଫୁଲ ଫୁଟେ, ଦେଖିବା ପାଇଁ ଦୂରରୁ ଆସନ୍ତି ଲୋକେ

ଆପଣମାନେ ତ ଜାଣିଥିବେ ଯେ ଆମ ସମଜରେ ବିଭିନ୍ନ ପ୍ରକାରର ଗଛ ଏବଂ ଉଦ୍ଭିଦ ଦେଖିବାକୁ ମିଳିଥାଏ । ତେବେ ଏପରି ଅନେକ ଗଛ ଅଛି ଯାହା ଅତ୍ୟନ୍ତ ଭିନ୍ନ ହୋଇଥାଏ । ଏହା ସହ ସମାଜର ଅନେକ ସ୍ଥାନରେ ସେଠିକାର ପାଣି ପବନକୁ ଦେଇ କିଛି ଗଛ ବଡ଼ ହୋଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଗଛ ବିଷୟରେ କହିବୁ ଯାହା ସବୁ ଗଛଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହାର ନାମ ପୁୟା ରାଇମୋଣ୍ଡି ପ୍ଲାଣ୍ଟ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଗଛରେ ୧୦୦ ବର୍ଷରେ ଥରେ ଫୁଲ ଫୁଟିଥାଏ । ତାହେଲେ ଆସନ୍ତୁ ଆଜି ଆମେ ଆପଣଙ୍କୁ ସେହି ଗଛ ବିଷୟରେ କହିବୁ ।

ସୂଚନା ମୁତାବକ, ପୁୟା ରାଇମୋଣ୍ଡି ଏକ ବିରଳ ତଥା ବିଶାଳ ଗଛ, ଯାହା ୧୦୦ ବର୍ଷରେ ଥରେ ଫୁଲ ଦେଇଥାଏ । ତେଣୁ ଅଧିକାଂଶ ଲୋକଙ୍କ ପାଇଁ ଫୁଲରେ ଏହି ବିରଳ ବିଲୁପ୍ତ ଗଛ ଦେଖିବାର ସୁଯୋଗ ଜୀବନକାଳରେ ଥରେ ଆସେ । ତେବେ ଏହି ଗଛକୁ ଆଣ୍ଡାମାନର ରାଣୀ ଭାବରେ ମଧ୍ୟ ଜଣାଶୁଣା ହୋଇଥାଏ । ଆସନ୍ତୁ ଆପଣଙ୍କୁ ଜଣାଇବୁ ଯେ ଏହି ଗଛ ପ୍ରାୟ ୮୦ ରୁ ୧୦୦ବର୍ଷ ବୟସରେ ପହଞ୍ଚିବା ପରେ, ଏଥିରେ ଫୁଲ ଫୁଟିଥାଏ ।

ପୁୟା ରାଇମୋଣ୍ଡି ପ୍ଲାଣ୍ଟ ସାଧାରଣତଃ ଏକ କାକଟସ୍ ପରି ଦେଖାଯାଏ । ଏହା ଦକ୍ଷିଣ ଆମେରିକାରେ ୧୨୦୦୦ ଫୁଟ ଉଚ୍ଚରେ ବଢିଥାଏ । ବରେଲିରେ ଥିବା କାଲିଫର୍ନିଆ ୟୁନିଭରସିଟିର ବଟାନିକାଲ୍ ଗାର୍ଡେନର ନିର୍ଦ୍ଦେଶକ ପଲ୍ ଲିଚ୍ ସିବିଏସ୍ ସାନ୍ ଫ୍ରାନ୍ସିସ୍କୋଙ୍କ ସୂଚନା ଅନୁସାରେ, ଖରାପ ମାଟି ସହିତ ଉଦ୍ଭିଦ ଥଣ୍ଡା ଏବଂ ଶୁଷ୍କ ଅବସ୍ଥାରେ ଏହା ବଢିଥାଏ । ତେବେ ପେରୁନର୍ଥଙ୍କ ଏକ ରିପୋର୍ଟରେ କୁହାଯାଇଛି ଯେ ପୁୟା ରାଇମୋଣ୍ଡି ହେଉଛି ବିଶ୍ୱର ସବୁଠାରୁ ବଡ ବ୍ରୋମେଲିଆଡ୍ ପ୍ଲାଣ୍ଟ । ଏହା ବ୍ୟତୀତ ଏହା ଦୁନିଆର ସର୍ବୋଚ୍ଚ ଫୁଲ ସ୍ପାଇକ୍ ମଧ୍ୟ କୁହାଯାଏ ।
ପୁୟା ରାଇମୋଣ୍ଡାଇ ପ୍ଲାଣ୍ଟ ୩୩ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବଢିପାରେ । ଯେତେବେଳେ ଏହା ଉପରେ ଫୁଲ ଫୁଟିଥାଏ, ଏହା ବହୁତ ସୁନ୍ଦର ମଧ୍ୟ ଦେଖାଯାଏ । କାରଣ ଏହା ଉପରେ ହଜାର ହଜାର ଧଳା ଫୁଲ ଫୁଟିଥାଏ । ଏହା ସହ ଏହି ଗଛ ଏବଂ ଫୁଲ ଥରେ ଶୁଖିଯାଏ ଏବଂ ତାପରେ ମରିଯାଏ । ତେବେ ସୂଚନା ମୁତାବକ, ସେହି ଗୋଟିଏ ଗଛରେ ୮ ହଜାର ରୁ ୨୦ ହଜାର ଫୁଲ ଫୁଟିଥାଏ ।

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

32 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

44 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

56 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

60 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago