ଦେଶ ବିଦେଶ

ଦିଲ୍ଲୀ: ପିତମ୍‌ପୁରାରେ ବିଲ୍ଡିଂରେ ଲାଗିଲା ଭୟଙ୍କର ନିଆଁ, ୬ ଜଣ ଜୀବନ୍ତ ଦଗ୍ଧ

ଉତ୍ତର-ପଶ୍ଚିମ ଦିଲ୍ଲୀର ପିତମ୍‌ପୁରା ଅଞ୍ଚଳରେ ଗୁରୁବାର ସକାଳେ ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଅଗ୍ନିଶମ ଅଧିକାରୀମାନେ କହିଛନ୍ତି ଯେ ବିଲ୍ଡିଂର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ପରେ ଏହା ଉପର ମହଲାଗୁଡ଼ିକୁ ବ୍ୟାପି ଯାଇଥିଲା ।

ରାତି ପ୍ରାୟ ୮ଟାରେ ପିତମ୍‌ପୁରାରେ ବିଲ୍ଡିଂରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବିଭାଗକୁ ଖବର ମିଳିଥିଲା । ଏହା ପରେ ୮ଟି ଦମକଳ ଗାଡ଼ିକୁ ଘଟଣାସ୍ଥଳକୁ ତୁରନ୍ତ ପଠାଯାଇଥିଲା । ସ୍ଥାନୀୟ ପୋଲିସ ସହାୟତାରେ ବିଲ୍ଡିଂରୁ ୭ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏଥିରେ ୪ ଜଣ ମହିଳା ଥିବା ଜଣାପଡ଼ିଛି ।

ଅଧିକାରୀମାନେ କହିଛନ୍ତି, ନିଆଁକୁ ଆୟତ୍ତ କରାଯାଇଛି । ପ୍ରାଥମିକ ତଦନ୍ତ ଅନୁସାରେ, ଅଗ୍ନିକାଣ୍ଡରେ ମୃତକମାନେ ହେଲେ ଦୁଇ ପରିବାରର ସଦସ୍ୟ । ସମସ୍ତଙ୍କ ବୟସ ୨୫ରୁ ୬୦ ବର୍ଷ ମଧ୍ୟରେ ରହିଛି । ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

ସେପଟେ ଏ ନେଇ ପୋଲିସ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୋଲିସ ମୁତାବକ, ମୌର୍ଯ୍ୟା ଏନ୍‌କ୍ଲେଭ ଥାନାରେ ଆଇପିସି ଧାରା ୩୦୪ଏ (ଅବହେଳାରୁ ମୃତ୍ୟୁ), ୨୮୫ (ହାୟିତ୍ୱହୀନତା ଆଚରଣ) ଏବଂ ୩୩୬ ( ଜୀବନକୁ ବିପଦରେ ପକାଇବା) ଅଧୀନରେ ମାମଲା ରୁଜୁ କରାଯାଇଛି ।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ,…

3 hours ago

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

5 hours ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

7 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

7 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

7 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

7 hours ago