ଦିଲ୍ଲୀ: ପିତମ୍‌ପୁରାରେ ବିଲ୍ଡିଂରେ ଲାଗିଲା ଭୟଙ୍କର ନିଆଁ, ୬ ଜଣ ଜୀବନ୍ତ ଦଗ୍ଧ

ଉତ୍ତର-ପଶ୍ଚିମ ଦିଲ୍ଲୀର ପିତମ୍‌ପୁରା ଅଞ୍ଚଳରେ ଗୁରୁବାର ସକାଳେ ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

ଉତ୍ତର-ପଶ୍ଚିମ ଦିଲ୍ଲୀର ପିତମ୍‌ପୁରା ଅଞ୍ଚଳରେ ଗୁରୁବାର ସକାଳେ ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଅଗ୍ନିଶମ ଅଧିକାରୀମାନେ କହିଛନ୍ତି ଯେ ବିଲ୍ଡିଂର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ପରେ ଏହା ଉପର ମହଲାଗୁଡ଼ିକୁ ବ୍ୟାପି ଯାଇଥିଲା ।

ରାତି ପ୍ରାୟ ୮ଟାରେ ପିତମ୍‌ପୁରାରେ ବିଲ୍ଡିଂରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବିଭାଗକୁ ଖବର ମିଳିଥିଲା । ଏହା ପରେ ୮ଟି ଦମକଳ ଗାଡ଼ିକୁ ଘଟଣାସ୍ଥଳକୁ ତୁରନ୍ତ ପଠାଯାଇଥିଲା । ସ୍ଥାନୀୟ ପୋଲିସ ସହାୟତାରେ ବିଲ୍ଡିଂରୁ ୭ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏଥିରେ ୪ ଜଣ ମହିଳା ଥିବା ଜଣାପଡ଼ିଛି ।

ଅଧିକାରୀମାନେ କହିଛନ୍ତି, ନିଆଁକୁ ଆୟତ୍ତ କରାଯାଇଛି । ପ୍ରାଥମିକ ତଦନ୍ତ ଅନୁସାରେ, ଅଗ୍ନିକାଣ୍ଡରେ ମୃତକମାନେ ହେଲେ ଦୁଇ ପରିବାରର ସଦସ୍ୟ । ସମସ୍ତଙ୍କ ବୟସ ୨୫ରୁ ୬୦ ବର୍ଷ ମଧ୍ୟରେ ରହିଛି । ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

ସେପଟେ ଏ ନେଇ ପୋଲିସ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୋଲିସ ମୁତାବକ, ମୌର୍ଯ୍ୟା ଏନ୍‌କ୍ଲେଭ ଥାନାରେ ଆଇପିସି ଧାରା ୩୦୪ଏ (ଅବହେଳାରୁ ମୃତ୍ୟୁ), ୨୮୫ (ହାୟିତ୍ୱହୀନତା ଆଚରଣ) ଏବଂ ୩୩୬ ( ଜୀବନକୁ ବିପଦରେ ପକାଇବା) ଅଧୀନରେ ମାମଲା ରୁଜୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.