ରାଜ୍ୟ

ଏସସିବି ମେଡିକାଲରେ ପ୍ରଥମ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ ହୋଇଥିବା ରୋଗୀଙ୍କ ମୃତ୍ୟୁ

କଟକ (କେନ୍ୟୁଜ): କଟକ ଏସସିବି ମେଡିକାଲରେ ପ୍ରଥମ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ ହୋଇଥିବା ରୋଗୀଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

ଗତ ୯ ତାରିଖରେ ଖୋର୍ଦ୍ଧା ଅଞ୍ଚଳର ଶୁଭ୍ରାଂଶୁ ସାହୁଙ୍କର କଟକ ଏସସିବି ମେଡିକାଲରେ ପ୍ରଥମ ହାପଲୋ ଟ୍ରାନସପ୍ଲାଣ୍ଟ କରାଯାଇଥିଲା। ଶୁଭ୍ରାଂଶୁଙ୍କ ସାନ ଭାଇଙ୍କ ଷ୍ଟେମ ଆଣି ପ୍ରତିରୋପଣ କରାଯାଇଥିଲା। ଏହି ଅସ୍ତ୍ରୋପଚାର ପରେ ଶୁଭ୍ରାଂଶୁ ଓ ତାଙ୍କ ସାନ ଭାଇଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିଲା। ଅସ୍ତ୍ରୋପଚାର ପର ଦିନ ଶୁଭ୍ରାଂଶୁଙ୍କ ସାନଭାଇଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

ଏହି ସଫଳ ଅସ୍ତ୍ରୋପଚାର କରି ଏସସିବି ମେଡିକାଲର ରକ୍ତ କର୍କଟ ବିଭାଗ ସୁନାମ ଆଣିଥିଲା। ତେବେ ରୋଗୀର ସ୍ବାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିବା ବେଳେ ଆଜି ଭୋରରୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲା କଣ୍ଟାମାଳିମ ଅଞ୍ଚଳର ଶୁଭ୍ରାଂଶୁ ସବ୍ୟସାଚୀ ସାହୁ ୨୦୧୯ ରୁ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ। ଏହା ପରେ ଏସସିବିରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଥିଲେ। କିନ୍ତୁ ୨୦୨୨ ମସିହାରେ ସେ ପୁଣି ଅସୁସ୍ଥ ହୋଇଥିଲେ। ଯେହେତୁ କର୍କଟ ରୋଗ ତୃତୀୟ ଷ୍ଟେଜ ରହିଥିଲା ଓ କେମୋ ଥେରାପି ଶେଷ ହୋଇଥିଲା, ତେଣୁ ପରିବାର ଲୋକ ଭଗବାନଙ୍କ ଭରସାରେ ପୁଅକୁ ଛାଡି ଦେଇଥିଲେ। କିନ୍ତୁ ଏସସିବି ମେଡିକାଲରେ ଅସ୍ଥିମଜା ପ୍ରତିରୋପଣର ସଫଳ ଅପରେସନ ପରେ ଏକ ନୂଆ ଜୀବନ ପାଇଥିଲେ ଶୁଭ୍ରାଂଶୁ। ଏହି ସଫଳ ଅସ୍ଥିମଜା ପ୍ରତିରୋପଣ ଅସ୍ତ୍ରୋପଚାରରେ ନିଜ ଭାଇ ପ୍ରଭୁଦତ୍ତ ଷ୍ଟେମ ସେଲ ଦେଇଥିଲେ। କିନ୍ତୁ ଏତେ ବଡ଼ ସଫଳ ଅସ୍ତ୍ରୋପଚାର ପରେ କିପରି ଶୁଭ୍ରାଂଶୁଙ୍କ ମୃତ୍ୟୁ ହେଲା ତାହା ଏଯାବତ ଜଣା ପଡ଼ିନଥିଲା ବେଳେ ଏହି ଦିଗରେ ଶୀଘ୍ର ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେବେ ବୋଲି ଜଣାଯାଇଛି।

Barsha

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago