Dr John Zhang, head of the New York City embryonic team, holds the world's first 'three-person' baby after the boy was born in Mexico in April. Picture: New Hope Fertility Centre
କେନ୍ୟୁଜ୍(ବ୍ୟୁରୋ): ସମୟ ସହ ବିଜ୍ଞାନ ଅଗ୍ରଗତି କରୁଛି । ପ୍ରଯୁକ୍ତି ବିଦ୍ୟାଠୁ ଚିକିତ୍ସା ବିଜ୍ଞାନ ପର୍ଯ୍ୟନ୍ତ ଅନେକ ବିକାଶ ହୋଇଛି । କୃଷି ପ୍ରାଣାଳୀଠୁ ଆରମ୍ଭ କରି ମହାକାଶୀୟ ବିଜ୍ଞାନ, ରୋବୋଟିକ୍ ଟେକ୍ନୋଲୋଜିଠୁ ଆରମ୍ଭ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପର୍ଯ୍ୟନ୍ତ ବିକାଶ ଘଟିଲାଣି । ସେହି ଅନୁସାରେ ତାଳଦେଇ ଚିକିତ୍ସା କ୍ଷେତ୍ରରେ ଅନେକ ବିକାଶ ଘଟିଛି । ଅନେକ ଜଟିଳ ରୋଗର ଉପଚାର ଅସ୍ତ୍ର ପ୍ରଚାର ତଥା ମେଡିସିନ ଦ୍ୱାରା ହୋଇ ପାରୁଛି । କିଛି କ୍ଷେତ୍ରରେ ଜେନେଟିକ୍ସ ସାଇନ୍ସକୁ ବ୍ୟବହାର କରି ଚିକିତ୍ସା କରାଯାଉଛି । ଏଇ ନିକଟରେ ୟୁକେର ପ୍ରଥମ ତିନୋଟି ପିତାମାତା ଥିବା ଶିଶୁ ଜନ୍ମ ହୋଇଛି । ବୈଜ୍ଞାନିକଙ୍କ କହିବା କଥା ଏହି ଶିଶୁକୁ କୌଣସି ପ୍ରକାରର ଜେନେଟିକ ରୋଗ ହେବନାହିଁ । ଏହି ଶିଶୁକୁ ତିନୋଟି ମାତାପିତାଙ୍କ ଡିଏନଏକୁ ଏକାଠି କରି ତିଆରି କରାଯାଇଛି ।
ଏହି ଶିଶୁ ଇଂଲଣ୍ଡରେ ଜନ୍ମ ନେଇଛି । ମାତା-ପିତାଙ୍କ ଡିଏନଏରେ ତୃତୀୟ ମହିଳାଙ୍କ ଡିଏନଏକୁ ଏକାଠି କରାଯାଇଛି । ଏହି ପ୍ରକ୍ରିୟା ପାଇଁ ଆଇଭିଏଫ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ଏହାସହ ଏହି ଶିଶୁକୁ ମାଇଟୋକଣ୍ଡ୍ରିଆଲ ଡୋନେସନ ଟ୍ରିଟମେଣ୍ଟ ବା ଏମଡିଟି ଟେକ୍ନୋଲୋଜି ଦ୍ୱାରା ତିଆରି କରାଯାଇଛି ।
ଆଇଭିଏଫ ଟେକ୍ନୋଲୋଜି କଣ?
ଇନ ଭିଟ୍ରୋ ଫର୍ଟିଲାଇଜେସନ ବା ଆଇଭିଏଫ ଏକ ପ୍ରକ୍ରିୟା, ଯେଉଁ ପ୍ରକ୍ରିୟାରେ ଲାବ୍ରୋଟୋରୀ ଡିସରେ ମହିଳାଙ୍କ ଡିମ୍ବ ଓ ପୁରୁଷଙ୍କ ସ୍ପର୍ମକୁ ଏକାଠି କରାଯାଇଥାଏ । ଏକ ମହିଳାଙ୍କୁ ଗର୍ଭବତୀ ହେବାପାଇଁ ଏହି ସ୍ୱତନ୍ତ୍ର ମେଡିକାଲ ଟେକନିକ୍ସର ବ୍ୟବହାର କରାଯାଇଥାଏ । ଏହି ପ୍ରକ୍ରିୟା ପାଞ୍ଚଟି ସ୍ତର ଦେଇକି ଆଗକୁ ବଢିଥାଏ ।
ପ୍ରଥମ ସ୍ତରରେ ମହିଳାଙ୍କୁ ଫର୍ଟିଲିଟି ଡ୍ରଗ ଦିଆଯାଇଥାଏ ଯାହା ଡିମ୍ବ ତିଆରିକୁ ତ୍ୱରାନ୍ଵିତ କରିବ । ସାଧାରଣ ଭାବେ ମହିଳାଙ୍କ କ୍ଷେତ୍ରରେ ମାସକୁ ଗୋଟିଏ ଡିମ୍ବ ତିଆରି ହୋଇଥାଏ । ଏହାପରେ ଦ୍ୱିତୀୟ ସ୍ତରରେ ଅସ୍ତ୍ରପ୍ରଚାର ମାଧ୍ୟମରେ ମହିଳାଙ୍କ ଶରୀରରୁ ଡିମ୍ବକୁ ବାହାରକୁ ବାହାର କରାଯାଇଥାଏ । ଏହାକୁ ଫୋଲିକୁଲାର ଏସପାଇରେସନ କୁହାଯାଏ ।
ସେହିପରି ତୃତୀୟ ସ୍ତରରେ ସବୁଠୁ ଭଲ ଡିମ୍ବ ସହ ପୁରୁଷର ସ୍ପର୍ମକୁ ରଖା ଯାଇଥାଏ । ଏହାକୁ ଇନସେମିନେସନ କୁହାଯାଏ । ଏହାପରେ ଉଭୟକୁ ଏକ ବାୟୁରୋଧୀ ଚାମ୍ବରରେ ରଖାଯାଇଥାଏ । ଏହାର କିଛି ଘଣ୍ଟାପରେ ସ୍ପର୍ମ ଡିମ୍ବ ଭିତରକୁ ପ୍ରବେଶ କରିଥାଏ । ଏହାକୁ ଫର୍ଟିଲାଇଜେସନ କୁହାଯାଏ । ଯେଉଁ କ୍ଷେତ୍ରରେ ଫର୍ଟିଲାଇଜେସନ ରେଟ କମ ଥାଏ । ସେହି କ୍ଷେତ୍ରରେ ସିଧାସଳଖ ସ୍ପର୍ମକୁ ଡିମ୍ବ ଭିତରେ ପ୍ରବେଶ କରାଯାଇଥାଏ । ଏହାକୁ ଇନଟ୍ରାସାଇଟୋପ୍ଲାଜମିକ୍ ସ୍ପର୍ମ ଇଜେକସନ କୁହାଯାଏ । ଏହାର ଚତୁର୍ଥ ସ୍ତରରେ ଫର୍ଟିଲାଇଜ ଡିମ୍ବ ବିଭକ୍ତ ହେବା ଆରମ୍ଭ କରିଥାଏ । ଏହା ଧିରେ ଧିରେ ଏମ୍ବ୍ରିଓରେ ପରିଣତ ହୋଇଥାଏ । ଏହି ପ୍ରକ୍ରିୟା ହେବାପାଇଁ ୩ରୁ ୫ ଦିନ ସମୟ ଲାଗିଥାଏ । ଏହାପରେ ଶେଷ ସ୍ତର ତଥା ପଞ୍ଚମ ସ୍ତରର କାର୍ଯ୍ୟ କରାଯାଇଥାଏ । ଏମବ୍ରିଓକୁ ମହିଳାଙ୍କ ଗର୍ଭାଶୟରେ ସ୍ଥାପନ କରାଯାଇଥାଏ ।
ଏମଡିଟି ଟେକ୍ନୋଲୋଜି କଣ?
ମାଇଟୋକଣ୍ଡ୍ରିଆଲ ଡୋନେସନ ଟ୍ରିଟମେଣ୍ଟ ବା ଏମବିଟି ହେଉଛି ଦୁଇ ପ୍ରକାରର । ଏମଏସଟି ବା ମଟେରନାଲ ସ୍ପିଣ୍ଡିଲ ଟ୍ରାନ୍ସଫର ଏବଂ ପିଏନଟି ବା ପ୍ରୋନ୍ୟୁକ୍ଲିଆର ଟ୍ରାନ୍ସଫର । ଏମଏସଟି ପ୍ରକ୍ରିୟାରେ ନ୍ୟୁକ୍ଲିଆର ଜେନେଟିକ ମେଟେରିଆଲକୁ ଡିମ୍ବରୁ ଅଲଗା କରାଯାଇଥାଏ । ଏହାପରେ ଡୋନେଟେଡ ଡିମ୍ବକୁ ଟ୍ରାନ୍ସଫର କରାଯାଇଥାଏ । ଯେଉଁଥିରୁ ପୂର୍ବରୁ ନ୍ୟୁକ୍ଲିଆର ଜେନେଟିକ ମେଟେରିଆଲକୁ କାଢି ଦିଆଯାଇଥାଏ । ଏହାପରେ ଡୋନର ଡିମ୍ବକୁ ସ୍ପାର୍ମ ଦ୍ୱାରା ଫର୍ଟିଲାଇଜ କରାଯାଇଥାଏ ଓ ଏମବ୍ରିଓ ତିଆରି ହୋଇଥାଏ ।
ସେହିପରି ପିଏନଟି ପ୍ରକ୍ରିୟାରେ ପ୍ରଥମେ ଆଇଭିଏଫ ପ୍ରକ୍ରିୟା ଦ୍ୱାରା ଏମବ୍ରିଓ ତିଆରି କରାଯାଏ । ଏହାପରେ ଡୋନର ଏମବ୍ରିଓରୁ ମାଇଟୋକଣ୍ଡ୍ରିଆ ଆଣି ସ୍ଥାପନ କରାଯାଇଥାଏ ।
ଫଳରେ ପେରେଣ୍ଟ ଜେନେଟିକ ମେଟେରିଆଲ ରହିକି ଏକ ଭଲ ସୁସ୍ଥ ଏମ୍ବି୍ରଓର ବିକାଶ ହୋଇଥାଏ । ଏହି ପ୍ରକ୍ରିୟାରେ ଜନ୍ମ ହେଉଥିବା ଶିଶୁ ସୁସ୍ଥ ଓ ସ୍ୱାସ୍ଥ୍ୟବାନ ହୋଇଥାଏ । ଏହାକୁ କୌଣସି ଜେନେଟିକାଲ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ନାହିଁ ।
ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…