ୟୁକେରେ ଜନ୍ମନେଲା ଥ୍ରି-ପେରେଣ୍ଟ ବେବି, ହେବନାହିଁ ଜେନେଟିକ୍ସ ରୋଗ

ୟୁକେର ପ୍ରଥମ ତିନୋଟି ପିତାମାତା ଥିବା ଶିଶୁ ଜନ୍ମ ହୋଇଛି । ବୈଜ୍ଞାନିକଙ୍କ କହିବା କଥା ଏହି ଶିଶୁକୁ କୌଣସି ପ୍ରକାରର ଜେନେଟିକ ରୋଗ ହେବନାହିଁ । ମାତା-ପିତାଙ୍କ ଡିଏନଏରେ ତୃତୀୟ ମହିଳାଙ୍କ ଡିଏନଏକୁ ଏକାଠି କରାଯାଇଛି । ଏହି ପ୍ରକ୍ରିୟା ପାଇଁ ଆଇଭିଏଫ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ଏହାସହ ଏହି ଶିଶୁକୁ ମାଇଟୋକଣ୍ଡ୍ରିଆଲ ଡୋନେସନ ଟ୍ରିଟମେଣ୍ଟ ବା ଏମଡିଟି ଟେକ୍ନୋଲୋଜି ଦ୍ୱାରା ତିଆରି କରାଯାଇଛି ।

କେନ୍ୟୁଜ୍‌(ବ୍ୟୁରୋ): ସମୟ ସହ ବିଜ୍ଞାନ ଅଗ୍ରଗତି କରୁଛି । ପ୍ରଯୁକ୍ତି ବିଦ୍ୟାଠୁ ଚିକିତ୍ସା ବିଜ୍ଞାନ ପର୍ଯ୍ୟନ୍ତ ଅନେକ ବିକାଶ ହୋଇଛି । କୃଷି ପ୍ରାଣାଳୀଠୁ ଆରମ୍ଭ କରି ମହାକାଶୀୟ ବିଜ୍ଞାନ, ରୋବୋଟିକ୍‌ ଟେକ୍ନୋଲୋଜିଠୁ ଆରମ୍ଭ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପର୍ଯ୍ୟନ୍ତ ବିକାଶ ଘଟିଲାଣି । ସେହି ଅନୁସାରେ ତାଳଦେଇ ଚିକିତ୍ସା କ୍ଷେତ୍ରରେ ଅନେକ ବିକାଶ ଘଟିଛି । ଅନେକ ଜଟିଳ ରୋଗର ଉପଚାର ଅସ୍ତ୍ର ପ୍ରଚାର ତଥା ମେଡିସିନ ଦ୍ୱାରା ହୋଇ ପାରୁଛି । କିଛି କ୍ଷେତ୍ରରେ ଜେନେଟିକ୍ସ ସାଇନ୍ସକୁ ବ୍ୟବହାର କରି ଚିକିତ୍ସା କରାଯାଉଛି । ଏଇ ନିକଟରେ ୟୁକେର ପ୍ରଥମ ତିନୋଟି ପିତାମାତା ଥିବା ଶିଶୁ ଜନ୍ମ ହୋଇଛି । ବୈଜ୍ଞାନିକଙ୍କ କହିବା କଥା ଏହି ଶିଶୁକୁ କୌଣସି ପ୍ରକାରର ଜେନେଟିକ ରୋଗ ହେବନାହିଁ । ଏହି ଶିଶୁକୁ ତିନୋଟି ମାତାପିତାଙ୍କ ଡିଏନଏକୁ ଏକାଠି କରି ତିଆରି କରାଯାଇଛି ।

ଏହି ଶିଶୁ ଇଂଲଣ୍ଡରେ ଜନ୍ମ ନେଇଛି । ମାତା-ପିତାଙ୍କ ଡିଏନଏରେ ତୃତୀୟ ମହିଳାଙ୍କ ଡିଏନଏକୁ ଏକାଠି କରାଯାଇଛି । ଏହି ପ୍ରକ୍ରିୟା ପାଇଁ ଆଇଭିଏଫ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ଏହାସହ ଏହି ଶିଶୁକୁ ମାଇଟୋକଣ୍ଡ୍ରିଆଲ ଡୋନେସନ ଟ୍ରିଟମେଣ୍ଟ ବା ଏମଡିଟି ଟେକ୍ନୋଲୋଜି ଦ୍ୱାରା ତିଆରି କରାଯାଇଛି ।

ଆଇଭିଏଫ ଟେକ୍ନୋଲୋଜି କଣ?
ଇନ ଭିଟ୍ରୋ ଫର୍ଟିଲାଇଜେସନ ବା ଆଇଭିଏଫ ଏକ ପ୍ରକ୍ରିୟା, ଯେଉଁ ପ୍ରକ୍ରିୟାରେ ଲାବ୍ରୋଟୋରୀ ଡିସରେ ମହିଳାଙ୍କ ଡିମ୍ବ ଓ ପୁରୁଷଙ୍କ ସ୍ପର୍ମକୁ ଏକାଠି କରାଯାଇଥାଏ । ଏକ ମହିଳାଙ୍କୁ ଗର୍ଭବତୀ ହେବାପାଇଁ ଏହି ସ୍ୱତନ୍ତ୍ର ମେଡିକାଲ ଟେକନିକ୍ସର ବ୍ୟବହାର କରାଯାଇଥାଏ । ଏହି ପ୍ରକ୍ରିୟା ପାଞ୍ଚଟି ସ୍ତର ଦେଇକି ଆଗକୁ ବଢିଥାଏ ।

ପ୍ରଥମ ସ୍ତରରେ ମହିଳାଙ୍କୁ ଫର୍ଟିଲିଟି ଡ୍ରଗ ଦିଆଯାଇଥାଏ ଯାହା ଡିମ୍ବ ତିଆରିକୁ ତ୍ୱରାନ୍ଵିତ କରିବ । ସାଧାରଣ ଭାବେ ମହିଳାଙ୍କ କ୍ଷେତ୍ରରେ ମାସକୁ ଗୋଟିଏ ଡିମ୍ବ ତିଆରି ହୋଇଥାଏ । ଏହାପରେ ଦ୍ୱିତୀୟ ସ୍ତରରେ ଅସ୍ତ୍ରପ୍ରଚାର ମାଧ୍ୟମରେ ମହିଳାଙ୍କ ଶରୀରରୁ ଡିମ୍ବକୁ ବାହାରକୁ ବାହାର କରାଯାଇଥାଏ । ଏହାକୁ ଫୋଲିକୁଲାର ଏସପାଇରେସନ କୁହାଯାଏ ।

ସେହିପରି ତୃତୀୟ ସ୍ତରରେ ସବୁଠୁ ଭଲ ଡିମ୍ବ ସହ ପୁରୁଷର ସ୍ପର୍ମକୁ ରଖା ଯାଇଥାଏ । ଏହାକୁ ଇନସେମିନେସନ କୁହାଯାଏ । ଏହାପରେ ଉଭୟକୁ ଏକ ବାୟୁରୋଧୀ ଚାମ୍ବରରେ ରଖାଯାଇଥାଏ । ଏହାର କିଛି ଘଣ୍ଟାପରେ ସ୍ପର୍ମ ଡିମ୍ବ ଭିତରକୁ ପ୍ରବେଶ କରିଥାଏ । ଏହାକୁ ଫର୍ଟିଲାଇଜେସନ କୁହାଯାଏ । ଯେଉଁ କ୍ଷେତ୍ରରେ ଫର୍ଟିଲାଇଜେସନ ରେଟ କମ ଥାଏ । ସେହି କ୍ଷେତ୍ରରେ ସିଧାସଳଖ ସ୍ପର୍ମକୁ ଡିମ୍ବ ଭିତରେ ପ୍ରବେଶ କରାଯାଇଥାଏ । ଏହାକୁ ଇନଟ୍ରାସାଇଟୋପ୍ଲାଜମିକ୍‌ ସ୍ପର୍ମ ଇଜେକସନ କୁହାଯାଏ । ଏହାର ଚତୁର୍ଥ ସ୍ତରରେ ଫର୍ଟିଲାଇଜ ଡିମ୍ବ ବିଭକ୍ତ ହେବା ଆରମ୍ଭ କରିଥାଏ । ଏହା ଧିରେ ଧିରେ ଏମ୍ବ୍ରିଓରେ ପରିଣତ ହୋଇଥାଏ । ଏହି ପ୍ରକ୍ରିୟା ହେବାପାଇଁ ୩ରୁ ୫ ଦିନ ସମୟ ଲାଗିଥାଏ । ଏହାପରେ ଶେଷ ସ୍ତର ତଥା ପଞ୍ଚମ ସ୍ତରର କାର୍ଯ୍ୟ କରାଯାଇଥାଏ । ଏମବ୍ରିଓକୁ ମହିଳାଙ୍କ ଗର୍ଭାଶୟରେ ସ୍ଥାପନ କରାଯାଇଥାଏ ।

ଏମଡିଟି ଟେକ୍ନୋଲୋଜି କଣ?

ମାଇଟୋକଣ୍ଡ୍ରିଆଲ ଡୋନେସନ ଟ୍ରିଟମେଣ୍ଟ ବା ଏମବିଟି ହେଉଛି ଦୁଇ ପ୍ରକାରର । ଏମଏସଟି ବା ମଟେରନାଲ ସ୍ପିଣ୍ଡିଲ ଟ୍ରାନ୍ସଫର ଏବଂ ପିଏନଟି ବା ପ୍ରୋନ୍ୟୁକ୍ଲିଆର ଟ୍ରାନ୍ସଫର । ଏମଏସଟି ପ୍ରକ୍ରିୟାରେ ନ୍ୟୁକ୍ଲିଆର ଜେନେଟିକ ମେଟେରିଆଲକୁ ଡିମ୍ବରୁ ଅଲଗା କରାଯାଇଥାଏ । ଏହାପରେ ଡୋନେଟେଡ ଡିମ୍ବକୁ ଟ୍ରାନ୍ସଫର କରାଯାଇଥାଏ । ଯେଉଁଥିରୁ ପୂର୍ବରୁ ନ୍ୟୁକ୍ଲିଆର ଜେନେଟିକ ମେଟେରିଆଲକୁ କାଢି ଦିଆଯାଇଥାଏ । ଏହାପରେ ଡୋନର ଡିମ୍ବକୁ ସ୍ପାର୍ମ ଦ୍ୱାରା ଫର୍ଟିଲାଇଜ କରାଯାଇଥାଏ ଓ ଏମବ୍ରିଓ ତିଆରି ହୋଇଥାଏ ।
ସେହିପରି ପିଏନଟି ପ୍ରକ୍ରିୟାରେ ପ୍ରଥମେ ଆଇଭିଏଫ ପ୍ରକ୍ରିୟା ଦ୍ୱାରା ଏମବ୍ରିଓ ତିଆରି କରାଯାଏ । ଏହାପରେ ଡୋନର ଏମବ୍ରିଓରୁ ମାଇଟୋକଣ୍ଡ୍ରିଆ ଆଣି ସ୍ଥାପନ କରାଯାଇଥାଏ ।
ଫଳରେ ପେରେଣ୍ଟ ଜେନେଟିକ ମେଟେରିଆଲ ରହିକି ଏକ ଭଲ ସୁସ୍ଥ ଏମ୍ବି୍ରଓର ବିକାଶ ହୋଇଥାଏ । ଏହି ପ୍ରକ୍ରିୟାରେ ଜନ୍ମ ହେଉଥିବା ଶିଶୁ ସୁସ୍ଥ ଓ ସ୍ୱାସ୍ଥ୍ୟବାନ ହୋଇଥାଏ । ଏହାକୁ କୌଣସି ଜେନେଟିକାଲ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.