Below header

ସୁରତରେ ନିର୍ମାଣ ହେବ ଏସିଆର ସବୁଠାରୁ ବଡ ବାୟୋ ଡାଇଭରସିଟି ପାର୍କ, ଲାଗିବ ୬ ଲକ୍ଷ ଗଛ

ଏସିଆର ସବୁଠାରୁ ବଡ ବାୟୋ ଡାଇଭରସିଟି ପାର୍କ ଗୁଜରାଟ ସୁରତରେ ନିର୍ମାଣ ହେବ । ଏହି ପାକରେ ୬ ଲକ୍ଷ ଗଛ ଲାଗିବ । ପାର୍କରେ ୧୩ କିମି ସାଇକେଲ ଟ୍ରାକ୍‌, ୯ କିମି ଚାଲିବା ଟ୍ରାକ ରହିବ । କାଙ୍କରା ନଦୀ କୂଳରେ ୮୭ ହେକ୍ଟର ଜମିରେ ତିଆରି ହେବ ।

ଗୁଜରାଟର ସୁରତରେ ଏସିଆର ସବୁଠାର ବଡ ବାୟୋଡାଇଭରସିଟି ପାର୍କ ନିର୍ମାଣ ହେବାକୁ ଯାଉଛି । ଏହି ବାୟୋ ଡାଇଭରସିଟି ପାର୍କ ଅଲଥାନର କାଙ୍କରା ନଦୀ କୂଳରେ ୮୭ ହେକ୍ଟର ଜମିରେ ତିଆରି ହେବ । ଏହି ଜମି ପୂର୍ବରୁ ଗୋଚର ରହିଥିଲା । ତେଣୁ ଏଠାରେ ଏବେ ଏସିଆର ସବୁଠୁ ବଡ ବାୟୋ ଡାଇଭରସିଟି ପାର୍କ ନିର୍ମାଣ କରାଯିବ ।

ଏହି ପାର୍କରେ ୧୩ କିମି ସାଇକେଲ ଟ୍ରାକ, ୯ କିମି ଚାଲିବା ଟ୍ରାକ ନିର୍ମାଣ କରାଯିବ । ଏଥିରେ ବିଭିନ୍ନ ପ୍ରଜାତିରି ପାଖାପାଖି ୬ ଲକ୍ଷ ଗଛ ଲଗାଯିବ । ପ୍ରଜାପତି ଘର, ପକ୍ଷୀ ଘର, ଔଷଧୀୟ ଗଛ, ସାଂସ୍‌ୃତି ବନ ନର୍ସରୀ, ପୋଖରୀ ଇତ୍ୟାଦି ରହିବ । ଯାହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ଏହି ବାୟୋ ଡାଇଭରସିଟି ପାର୍କ ୩.୫ କିମି ଲମ୍ବା କାଙ୍କରା ନଦୀ କୂଳରେ ନିର୍ମାଣ କରାଯିବ ।

ତେବେ ଏହା କେବେ ଠାରୁ ନିର୍ମାଣ ହେବ, ତାହାକୁ ନେଇ ବିଶେଷ ଖବର ଏଯାଏଁ ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.