ଲାଲ୍‌କିଲ୍ଲାରେ ମୁତୟନ ସୁରକ୍ଷା ଯବାନଙ୍କୁ ଗୁଳି କରିବାକୁ ଆତଙ୍କବାଦୀଙ୍କୁ ମିଳିଥିଲା ଟାସ୍କ! ଦିଲ୍ଲୀ ପୋଲିସ ଚାର୍ଜସିଟ୍‌ରୁ ଖୁଲାସା

ଦିଲ୍ଲୀ ପୋଲିସ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ‘ISI’ର ଏକ ବଡ଼ ଷଡଯନ୍ତ୍ର ବିଷୟରେ ଖୁଲାସା କରିଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ମେ’ ୧୦ରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି।

ଦିଲ୍ଲୀ ପୋଲିସ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ‘ISI’ର ଏକ ବଡ଼ ଷଡଯନ୍ତ୍ର ବିଷୟରେ ଖୁଲାସା କରିଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ମେ’ ୧୦ରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ISIର ଷଡ଼ଯନ୍ତ୍ର ବିଷୟରେ କୁହାଯାଇଛି ଯେ ଆତଙ୍କବାଦୀମାନଙ୍କୁ ଲାଲ୍‌କିଲ୍ଲାରେ ମୁତୟନ ସୁରକ୍ଷା ଯବାନଙ୍କ ଉପରକୁ ଗୁଳି ଚଳାଇବାର ଟାସ୍କ ମିଳିଥିଲା।

କହି ରଖୁଛୁ ଯେ ଦିଲ୍ଲୀ ପୋଲିସ ୨୦୨୩ ଆରମ୍ଭରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରୁ ଦୁଇ ଆତଙ୍କବାଦୀ ନୌଶାଦ୍‌ ଓ ଜଗଜିତ୍‌ ସିଂଙ୍କୁ ଗିରଫ କରିଥିଲା।

କେବଳ ଏତିକି ନୁହେଁ, ପଞ୍ଜାବରେ ବଜରଙ୍ଗ ଦଳର ନେତା ଏବଂ ହରିଦ୍ୱାରରେ ସାଧୁଙ୍କୁ ହତ୍ୟା କରିବାକୁ ମଧ୍ୟ ISI ଯୋଜନା କରିଥିଲା। ଏଥିପାଇଁ ୨ ଲକ୍ଷ ଟଙ୍କା ମଧ୍ୟ ପଠାଯାଇଥିଲା। ତଦନ୍ତରୁ ଜଣାପଡିଛି ଯେ ଏହି ଷଡଯନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ନୌଶାଦ୍‌ ଓ ଜଗଜିତ୍‌ ପୂର୍ବରୁ ଏକ ହତ୍ୟା ମଧ୍ୟ କରିଥିଲେ।

ଉଭୟେ ଦିଲ୍ଲୀରୁ ଜଣେ ହିନ୍ଦୁ ବାଳକ ରାଜାଙ୍କୁ ପ୍ରଥମେ ଅପହରଣ କରି ନେଇଥିଲେ ଏବଂ ତାଙ୍କୁ ଦିଲ୍ଲୀର ଭଲସ୍ୱା ଡେୟରୀ ନେଇ ଯାଇଥିଲେ। ସେଠାରେ ସେମାନେ ତାଙ୍କ ଗଳା କାଟି ହତ୍ୟା କରିଥିଲେ। ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ, ଯାହା ହ୍ୟାଣ୍ଡେଲର୍‌ଙ୍କ ପାଖକୁ ପଠାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.